ଆଜିର ଖାସ ଖବର
Wed. Apr 15th, 2026

ଭାରତୀୟ ଶିଳ୍ପାୟନର ଅଗ୍ରଦୂତଙ୍କ ସ୍ମରଣେ

By Admin_Dainkasha Mar5,2026

ଭୁବନେଶ୍ୱର, ୦୩.୦୩.୨୦୨୬: ମାର୍ଚ୍ଚ ୩ ତାରିଖରେ ଟାଟା ଷ୍ଟିଲ୍ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କମ୍ପାନୀର କାର୍ଯ୍ୟକ୍ଷେତ୍ରରେ ଟାଟା ଗ୍ରୁପ୍ ପ୍ରତିଷ୍ଠାତା ଜାମସେଦଜୀ ନୁସେରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ଜାମସେଦଜୀ ଟାଟା କେବଳ ଜଣେ ଅଗ୍ରଣୀ ଶିଳ୍ପପତି ନଥିଲେ, ସେ ଥିଲେ ଜଣେ ମହାନ ରାଷ୍ଟ୍ର ନିର୍ମାତା। ଯେଉଁ ସମୟରେ ଭାରତରେ ଶିଳ୍ପ ଭିତ୍ତିଭୂମିର ଅଭାବ ଥିଲା, ସେତେବେଳେ ସେ ଇସ୍ପାତ ଶକ୍ତି ମାଧ୍ୟମରେ ଏକ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ଦେଖିଥିଲେ। ଶିଳ୍ପ ଉଦ୍ୟୋଗ ସବୁବେଳେ ସମାଜର ସେବା କରିବା ଉଚିତ ବୋଲି ତାଙ୍କର ଯେଉଁ ଦୃଢ଼ ବିଶ୍ୱାସ ଥିଲା। ଦାୟିତ୍ୱସମ୍ପନ୍ନ ଶିଳ୍ପାୟନର ଏକ ପ୍ରଗତିଶୀଳ ମଡେଲ ଭାବେ ଟାଟା ଷ୍ଟିଲ୍ ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଆଜି ମଧ୍ୟ ଜାମସେଦଜୀଙ୍କ ସେହି ମହାନ ଦର୍ଶନ ଟାଟା ଷ୍ଟିଲର ରଣନୀତି ଏବଂ କାର୍ଯ୍ୟଧାରାକୁ ମାର୍ଗଦର୍ଶନ କରୁଛି। ଭାରତ, ୟୁରୋପ ଏବଂ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ କାର୍ଯ୍ୟ କରୁଥିବା ଟାଟା ଷ୍ଟିଲ୍ ବର୍ତ୍ତମାନ ଏକ ଶକ୍ତିଶାଳୀ ତଥା ବିଶ୍ୱସ୍ତରୀୟ ପ୍ରତିଯୋଗୀ କମ୍ପାନୀ ଭାବେ ନିଜକୁ ଗଢ଼ି ତୋଳିଛି। ବିଶେଷକରି ଭାରତରେ ଦେଶର ଭିତ୍ତିଭୂମି ଏବଂ ଉତ୍ପାଦନ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ୍ ନିଜର କ୍ଷମତା ସମ୍ପ୍ରସାରଣ ଯୋଜନାକୁ ତ୍ୱରାନ୍ୱିତ କରୁଛି। ଏହି କ୍ରମରେ ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ନିଳାଚଳ ଇସ୍ପାତ ନିଗମ ଲିମିଟେଡର କ୍ଷମତାକୁ ବାର୍ଷିକ ୧ ନିୟୁତ ଟନରୁ ୯.୫ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ଯୋଜନା ରହିଛି, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଏହାକୁ ୬.୨ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ବୋର୍ଡର ଅନୁମୋଦନ ମିଳିସାରିଛି। ସେହିପରି ପଞ୍ଜାବର ଲୁଧିଆନାରେ ମଧ୍ୟ କମ୍ପାନୀ ଏହାର ପ୍ରଥମ ସ୍କ୍ରାପ୍‌-ଭିତ୍ତିକ ଇସ୍ପାତ କାରଖାନା କାର୍ଯ୍ୟକ୍ଷମ କରିବାକୁ ଯାଉଛି।

ଟାଟା ଷ୍ଟିଲ୍ ପାଇଁ ସବୁଜ ଇସ୍ପାତ ପ୍ରସ୍ତୁତି ଏହାର ଇତିହାସର ଏକ ବଡ଼ ପରିବର୍ତ୍ତନ। ୟୁରୋପରେ ମଧ୍ୟ କମ୍ପାନୀ କମ୍ କାର୍ବନ ନିର୍ଗମନ ଇସ୍ପାତ ଉତ୍ପାଦନ ଦିଗରେ ନେଦରଲ୍ୟାଣ୍ଡ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛି। ଏହି ସମସ୍ତ ପ୍ରୟାସ ପ୍ରତିଷ୍ଠାତାଙ୍କ ସେହି ବିଶ୍ୱାସକୁ ପ୍ରତିଫଳିତ କରୁଛି ଯାହା ଏକ ଦୀର୍ଘସ୍ଥାୟୀ ଅନୁଷ୍ଠାନ ଗଠନ ପାଇଁ ଉଦ୍ଦିଷ୍ଟ।

ଚଳିତ ବର୍ଷ ଟାଟା ଷ୍ଟିଲ୍ “ୱାନ ଭିଜନ, ୱାନ ଟାଟା ଷ୍ଟିଲ୍‌’ ଥିମ୍‌କୁ ନେଇ ପ୍ରତିଷ୍ଠାତା ଦିବସ ପାଳନ କରୁଛି, ଯାହା ଏକ ବିଶ୍ୱସ୍ତରୀୟ ସଂଗଠନ ଭାବେ ଏକଜୁଟ ହୋଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଛି।

ଟାଟା ଷ୍ଟିଲ୍ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରଯୁକ୍ତିବିଦ୍ୟା, ସ୍ଥାୟିତ୍ୱ ଏବଂ ନୂତନତା କ୍ଷେତ୍ରରେ ସୁଦୃଢ଼ ହେଉଥିବାବେଳେ, ଆଗାମୀ ପିଢ଼ିର କର୍ମଚାରୀଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରି କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି। ବିବିଧତା ଏବଂ ସମାବେଶୀକରଣ କ୍ଷେତ୍ରରେ କମ୍ପାନୀର ଅଗ୍ରଣୀ ଆଭିମୁଖ୍ୟ ଯୋଗୁଁ ଅନେକ ଯୁଗାନ୍ତକାରୀ ସଫଳତା ମିଳିପାରିଛି। ନୁଆମୁଣ୍ଡି ଲୁହାପଥର ଖଣିରେ ବିଶ୍ୱର ପ୍ରଥମ ‘ସମ୍ପୂର୍ଣ୍ଣ ମହିଳା ମାଇନିଂ ସିଫ୍ଟ’ ଏବଂ କଳିଙ୍ଗନଗରର ଆଉଟ୍‌ବାଉଣ୍ଡ ଲଜିଷ୍ଟିକ୍ସ ବିଭାଗର ତିନୋଟି ଯାକ ସିଫ୍ଟରେ ମହିଳା କର୍ମଚାରୀଙ୍କ ନିୟୋଜନ ଭଳି ପଦକ୍ଷେପ ସମସ୍ତ ପୁରୁଣା ଚିନ୍ତାଧାରାକୁ ବଦଳାଇ ଦେଇଛି। ୨୦୨୫ ଆର୍ôଥକ ବର୍ଷ ସୁଦ୍ଧା ଭାରତରେ ନିଜର କର୍ମଚାରୀଙ୍କ ମଧ୍ୟରେ ୨୦ ପ୍ରତିଶତ ବିବିଧତା ହାସଲ କରିବା ପରେ, କମ୍ପାନୀ ବର୍ତ୍ତମାନ ଏହି ସଫଳତାକୁ ବିଶ୍ୱ ସ୍ତରରେ ଥିବା ଏହାର ସମସ୍ତ ଶାଖାରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି।

ଜାମସେଦଜୀ ଟାଟାଙ୍କ ଦୂରଦର୍ଶୀ ଚିନ୍ତାଧାରା ଏବଂ ସମଗ୍ର ସଂଗଠନର ମିଳିତ ପ୍ରୟାସରେ ଏକ ଶକ୍ତିଶାଳୀ ଏବଂ ଭବିଷ୍ୟତ-ଉପଯୋଗୀ ଟାଟା ଷ୍ଟିଲ୍ ଗଠନ କରିବା ହିଁ ଆଗାମୀ ଭବିଷ୍ୟତର ଉଦ୍ଦେଶ୍ୟ।

Related Post