ଆଜିର ଖାସ ଖବର
Wed. Jul 29th, 2026

ଇଂଟେରିୟର୍‌ର ଦୀର୍ଘସ୍ଥାୟିତ୍ୱ ପାଇଁ ୱାଟରପ୍ରୁଫ୍ ପ୍ଲାଏଉଡ୍‌ର ମହତ୍ୱ ଊପରେ ଗ୍ରିନ୍‌ପ୍ଲାଏ ଗୋଲ୍ଡର ଆଲୋକପାତ

By Admin_Dainkasha Jul29,2026

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଇଂଟେରିଅର ଭିତ୍ତିଭୂମି କମ୍ପାନି ଗ୍ରିନ୍‌ପ୍ଲାଏ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଦୀର୍ଘସ୍ଥାୟିତ୍ୱ ଓ ସବୁ ପ୍ରକାର ପାଣିପାଗ ସ୍ଥିତିକୁ ସହ୍ୟ କରୁପାରୁଥିବା ପ୍ଲାଏଉଡ୍ ଚାହୁଁଥିବା ଘର ମାଲିକମାନଙ୍କୁ ଗ୍ରିନ୍‌ପ୍ଲାଏ ଗୋଲ୍ଡ ଅଲ୍‌ଟିମେଟ୍ ୱାଟରପ୍ରୁଫ୍ ପ୍ଲାଏଉଡରେ ସ୍ମାର୍ଟ ଓ ଦୀର୍ଘକାଳୀନ ନିବେଶ କରିବାକୁ ଆହ୍ୱାନ ଦିଆଯାଇଛି। ଆସବାବପତ୍ର ଓ ଇଂଟେରିଅରକୁ ସୁରକ୍ଷା ପ୍ରଦାନ କରିବାରେ ୱାଟରପ୍ରୁଫ୍ ପ୍ଳାଏଉଡ୍‌ର ଭୂମିକା ସମ୍ପର୍କରେ ଆଲୋକପାତ କରାଯାଇଛି ଯାହାକୁ ସାଧାରଣତଃ ଅଣଦେଖା କରାଯାଇଥାଏ।
କାଠରେ ପ୍ରସ୍ତୁତ ଆସବାବପତ୍ର ଖରାପ ହେବାର ଏକ ପ୍ରମୁଖ କାରଣ ହେଉଛି ଆର୍ଦ୍ରତା। ଆର୍ଦ୍ରତା, ଲିକ୍ ଓ ଋତୁଭିତ୍ତିକ ପରିବର୍ତ୍ତନ ପ୍ରଭାବରେ ଧୀରେ ଧୀରେ ଆସବବାପତ୍‌୍ର ଫୁଲିବା ସହ ବଙ୍କା ହୋଇଯାଏ ଯାହା ଉଭୟ ଇଂଟେରିୟରର ଜୀବନକାଳ ଓ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିଥାଏ। ଭାରତୀୟ ଘରଗୁଡ଼ିକ ବିଭିନ୍ନ ପାଣିପାଗ ସ୍ଥିତି ଦେଇ ଗତି କରୁଥିବାରୁ ଘର ମାଲିକା, ସ୍ଥପତି ଓ ଇଂଟେରିୟର ଡିଜାଇନରମାନଙ୍କ ପାଇଁ ୱାଟରପ୍ରୁଫ୍ ପ୍ଲାଏଉଡ୍ ଉପରେ ଅଧିକ ବିଚାର କରିବାର ସମୟ ଆସିଛି।
ଏଭଳି ଆବଶ୍ୟକତା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ଗ୍ରିନ୍‌ପ୍ଲାଏ ଗୋଲ୍ଡକୁ ଆଇଏସ୍‌:୭୧୦ ମେରାଇନ୍ ୱାଟରପ୍ରୁଫ୍ ମାନକ ଅନୁସାରେ ପ୍ରସ୍ତୁତ କରାଯାଇଛି ଏବଂ ରୋଷେଇ ଘର, ଗାଧୁଆ ଘର, ୱାର୍ଡରୋବ୍ ଓ ଆସବାବପତ୍ର ଭଳି ଅଧିକ ଆର୍ଦ୍ରତା ରହୁଥିବା ସ୍ଥାନରେ ବ୍ୟବହାର କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ୱାଟରପ୍ରୁଫ୍ ହେବା ସହ ଅଗ୍ନି ପ୍ରତିରୋଧୀ ଓ ଊଇରୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ ଏବଂ ଏହା ଉପରେ ୩୦ ବର୍ଷର ୱାରେଂଟି ରହିଛି ଯାହା ଆବାସିକ ଓ ବାଣିଜ୍ୟିକ ଇଂଟେରିୟର ପାଇଁ ଏକ ବ୍ୟାପକ ସମାଧାନରେ ପରିଣତ ହୋଇଛି।
ଗ୍ରିନ୍ ପ୍ଲାଏ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସାନିଧ୍ୟ ମିତ୍ତଲ କହିଛନ୍ତି ଯେ, “ଆଜିର ଗ୍ରାକମାନେ କିଣାକିଣିି କରିବା ବେଳେ କ୍ରୟ ମୂଲ୍ୟଠାରୁ ଆଗକୁ ବଢ଼ି ସେମାନେ ଚୟନ କରୁଥିବା ଉପକରଣର ଦୀର୍ଘକାଳୀନ ମୂଲ୍ୟର ମୂଲ୍ୟାଙ୍କନ କରୁଛନ୍ତି। ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥାନୀୟ ପ୍ଲାଏଉଡ୍ ସୁଲଭ ମନେ ହୁଏ, କିନ୍ତୁ ତାହାର ବାରମ୍ବାର ମରାମତି ଓ ପରିବର୍ତ୍ତନ କରିବାକୁ ପଡ଼େ ଯାହା ତାହାକୁ ଦୀର୍ଘ ସମୟରେ ଅଧିକ ମହଙ୍ଗା କରିଥାଏ। ଗ୍ରିନ୍‌ପ୍ଲାଏ ଗୋଲ୍ଡ ଅଲ୍‌ଟିମେଟ୍ ୱାଟରପ୍ରୁଫ୍ ପ୍ଲାଏଉଡ୍ ଉପରେ ଆମର ୩୦ ବର୍ଷର ୱାରେଂଟି ରହିଛି ଯାହା ଫଳରେ ଘର ମାଲିକମାନେ ଥରେ ନିବେଶ କରି ଦୀର୍ଘକାଳୀନ ଓ ଭରସାଯୋଗ୍ୟ ଇଟେଂରିୟରକୁ ଦଶନ୍ଧି ଦଶନ୍ଧି ଧରି ଉପଭୋଗ କରିପାରିବେ।’’
ଅଧିକାଂଶ ଘରମାଲିକ କମ୍ ମୂଲ୍ୟରେ ଉପଲବ୍ଧ ହେଉଥିବା ସ୍ଥାନୀୟ ପ୍ଲାଏଉଡ୍ କିଣିଥାନ୍ତି ଯେଉଁଥିରେ ଅନ୍ତର୍ନିହିତ ଖର୍ଚ୍ଚ ରହିଛି। ଆର୍ଦ୍ରତା ପାଇଁ ନଷ୍ଟ ହେବା, ବଙ୍କା ହେବାରୁ ସେଗୁଡ଼ିକୁ ଆଗୁଆ ବଦଳାଇବାକୁ ପଡ଼ିଥାଏ ଯାହା ଦ୍ୱାରା ଦୈନନ୍ଦିନ ଜୀବନ ପ୍ରଭାବିତ ହେବା ସହ ବଦଳାଇବା ଖର୍ଚ୍ଚ ମଧ୍ୟ ବଢ଼ିଥାଏ। ସେହି ବିଷୟ ବିଚାରକୁ ନେଇ ଏକ ଉତ୍କୃଷ୍ଟ ମାନର ୱାଟରପ୍ରୁଫ୍ ପ୍ଲାଏଉଡ୍‌ରେ ନିବେଶ କରିବା ବୁଦ୍ଧିମାନର ପରିଚୟ ହେବ। ତାହା ଆସବାବପତ୍ରର ସାମଗ୍ରିକ ମାଲିକାନା ଖର୍ଚ୍ଚ ଦୀର୍ଘକାଳୀନ ଭିତ୍ତିରେ ହ୍ରାସ କରିବ ଏବଂ ଘର ମାଲିକମାନଙ୍କ ରକ୍ଷଣାବେକ୍ଷଣ ଓ ବଦଳାଇବା ଖର୍ଚ୍ଚ କମ୍ କରି ଏବଂ ଦୀର୍ଘକାଳୀନ ଇଂଟେରିୟର ପ୍ରଦାନ କରିବ।

Related Post