ଆଜିର ଖାସ ଖବର
Fri. Nov 27th, 2026

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଦେଶବ୍ୟାପୀ ‘ବରୋଦା କିଷାନ ପଖୱାଡ଼ା’ର ୯ମ ସଂସ୍କରଣର ଶୁଭାରମ୍ଭ

By Admin_Dainkasha Nov27,2026

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌, ବ୍ୟାଙ୍କ୍ ଅଫ୍ ବରୋଦା ଆଜି ଏହାର ପ୍ରମୁଖ କୃଷକ ସମ୍ପର୍କ ଅଭିଯାନ ‘ବରୋଦା କିଷାନ ପଖୱାଡ଼ା’ର ୯ମ ସଂସ୍କରଣର ଶୁଭାରମ୍ଭ ଘୋଷଣା କରିଛି, ଯାହା ନଭେମ୍ବର ୨୫ ରୁ ଡିସେମ୍ବର ୧୦, ୨୦୨୬ ପର୍ଯ୍ୟନ୍ତ ସମଗ୍ର ଦେଶରେ ଆୟୋଜିତ ହେବ । ଏହି ପକ୍ଷବ୍ୟାପୀ ଅଭିଯାନ କୃଷକ ସମାଜକୁ ସଶକ୍ତ କରିବା, ଆନୁଷ୍ଠାନିକ ଋଣର ସୁଗମତାକୁ ସୁଦୃଢ଼ କରିବା, ଆର୍ôଥକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ଭାରତର କୃଷି କ୍ଷେତ୍ରର ନିରନ୍ତର ବିକାଶକୁ ସହାୟତା ଯୋଗାଇବା ପ୍ରତି ବ୍ୟାଙ୍କ୍‌ର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏହି ପଦକ୍ଷେପର ଅଂଶ ସ୍ୱରୂପ, ବ୍ୟାଙ୍କ୍ ଏହାର ବିସ୍ତୃତ ଶାଖା ନେଟୱାର୍କ ମାଧ୍ୟମରେ କୃଷକ, କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ), ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), କୃଷି-ଉଦ୍ୟୋଗୀ ଏବଂ ଗ୍ରାମୀଣ ଅର୍ଥନୀତିର ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ଯୋଡ଼ି ହୋଇ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ ହାତକୁ ନେବ । ବ୍ୟାଙ୍କ୍ ର କୃଷି ଋଣ ସମାଧାନ, ସରକାରୀ ପ୍ରାୟୋଜିତ ଯୋଜନା ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମଗୁଡ଼ିକରେ କୃଷକ ସଭା, ଗ୍ରାହକ ସଚେତନତା କାର୍ଯ୍ୟକ୍ରମ, ଆର୍ôଥକ ସାକ୍ଷରତା ଅଧିବେଶନ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବାର ପ୍ରଦର୍ଶନୀ ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ସମ୍ପର୍କ ମାଧ୍ୟମରେ ଆନୁଷ୍ଠାନିକ ଋଣ ଏବଂ ଔପଚାରିକ ବ୍ୟାଙ୍କିଙ୍ଗ୍ ସେବାର ଅଧିକ ସୁବିଧା ଯୋଗାଇବା, ଡିଜିଟାଲ୍ ଆର୍ôଥକ ସମାଧାନର ଗ୍ରହଣୀୟତାକୁ ଉତ୍ସାହିତ କରିବା ଏବଂ କୃଷକ ସମାଜର ଅନୁଭୂତ ହେଉଥିବା ଆର୍ôଥକ ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟାଙ୍କ୍ ଲକ୍ଷ୍ୟ ରଖିଛି ।
ଏହି ଅବସରରେ ବକ୍ତବ୍ୟ ରଖି ବ୍ୟାଙ୍କ୍ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲାଲ ସିଂହ କହିଛନ୍ତି, “ଭାରତୀୟ ଅର୍ଥନୀତିର ମୂଳଦୁଆ ହେଉଛି କୃଷି ଏବଂ ଦେଶର ଅଭିବୃଦ୍ଧି ଓ ବିକାଶରେ କୃଷକମାନଙ୍କର ଅବିଚ୍ଛେଦ୍ୟ ଭୂମିକା ରହିଛି । ବରୋଦା କିଷାନ ପକ୍ଷର ୯ମ ସଂସ୍କରଣ ମାଧ୍ୟମରେ, ଆମେ କୃଷକ ଏବଂ ଗ୍ରାମୀଣ ସମୁଦାୟଙ୍କୁ ଆନୁଷ୍ଠାନିକ ଋଣ, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସମାଧାନ ଏବଂ ସେମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଆର୍ôଥକ ସେବା ବିଷୟରେ ଅଧିକ ସଚେତନ କରାଇ ସେମାନଙ୍କ ସହ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । କୃଷକ ସମାଜର ଆକାଂକ୍ଷାକୁ ସମର୍ଥନ କରିବା ଏବଂ ଭାରତର ଗ୍ରାମୀଣ ଅର୍ଥନୀତିର ନିରନ୍ତର ବିକାଶରେ ଯୋଗଦାନ ଦେବା ସହିତ ବ୍ୟାଙ୍କିଙ୍ଗ୍ ସେବାକୁ ଅଧିକ ସୁଗମ, ସୁବିଧାଜନକ ଏବଂ ଅନ୍ତର୍ଭୁକ୍ତ କରିବା ଆମର ପ୍ରୟାସ ଅଟେ ।”
ଏହି ପକ୍ଷ ମଧ୍ୟରେ, ବ୍ୟାଙ୍କ୍ ଏହାର ବ୍ୟାପକ କୃଷି ଏବଂ ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ସମାଧାନଗୁଡ଼ିକୁ ମଧ୍ୟ ପ୍ରଦର୍ଶନ କରିବ, ଯେଉଁଥିରେ କିଷାନ କ୍ରେଡିଟ୍ କାର୍ଡ (କେସିସି) ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କୁ ଋଣ, ସୁନା ଋଣ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ଋଣ, କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା, ପିଏମ୍‌ଏଫ୍‌ଏମ୍‌ଇ, ପିଏମ୍‌କୁସୁମ୍ ଅଧୀନରେ ଋଣ, କୃଷି ଯାନ୍ତ୍ରିକୀକରଣ ଋଣ, ଆନୁଷଙ୍ଗିକ କୃଷି କାର୍ଯ୍ୟକଳାପ ପାଇଁ ଋଣ ସୁବିଧା ଏବଂ ଡିଜିଟାଲ୍ ଋଣ ସମାଧାନ ଇତ୍ୟାଦି ଅନ୍ତର୍ଭୁକ୍ତ । କୃଷକମାନଙ୍କୁ ସେମାନଙ୍କର କୃଷି ଏବଂ ଆନୁଷଙ୍ଗିକ ଆର୍ôଥକ ଆବଶ୍ୟକତା ପୂରଣ କରିବା ପାଇଁ ଠିକ୍ ସମୟରେ ଏବଂ ସୁବିଧାଜନକ ଭାବେ ଅର୍ଥ ଉପଲବ୍ଧ କରାଇବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ । ବ୍ୟାଙ୍କ୍ ଅଫ୍ ବରୋଦା ଭାରତର କୃଷକ ସମାଜର ଏକ ବିଶ୍ୱସ୍ତ ଆର୍ôଥକ ସହଯୋଗୀ ହୋଇ ରହିବା ଏବଂ ଦେଶର ଗ୍ରାମୀଣ ବିକାଶ ଏଜେଣ୍ଡାରେ ଯୋଗଦାନ ଦେବା ପାଇଁ ପ୍ରତିବଦ୍ଧ ରହିଛି ।

Related Post