ଆଜିର ଖାସ ଖବର
Thu. Nov 26th, 2026

ବାଲିଯାତ୍ରାରେ ଉଦ୍‌ଘାଟିତ ହେଲା ଟିପିସିଓଡିଏଲ୍‌ ଷ୍ଟଲ୍: ସୌର ଶକ୍ତି ଓ ଡିଜିଟାଲ ସେବା ନେଇ ସଚେତନତା

By Admin_Dainkasha Nov26,2026

​କଟକ, ୨୪ ନଭେମ୍ବର: ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ ସହ ଟିପିସିଓଡିଏଲ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା ଷ୍ଟଲ୍ ଉଦ୍‌ଘାଟିତ ହୋଇଯାଇଛି। ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଷ୍ଟଲ୍ ମାଧ୍ୟମରେ ଜନସାଧାରଣଙ୍କୁ ନବୀକରଣୀୟ ଶକ୍ତି ଓ ଡିଜିଟାଲଲ୍ ସେବା ସମ୍ପର୍କରେ ସଚେତନ କରାଯାଉଛି।
​ଏହି ଷ୍ଟଲ୍‌ରେ ମୁଖ୍ୟତଃ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା’ର ରୁଫ୍‌ଟପ୍ ସୋଲାର୍ ଏବଂ ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ୟୁଏଲ୍‌ଏ) ମଡେଲ୍‌କୁ ପ୍ରଦର୍ଶିତ କରାଯାଇଛି। ଉପଭୋକ୍ତାମାନେ କିଭଳି ସହଜରେ ନିଜ ଘର ଛାତ ଉପରେ ରୁଫ୍‌ଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରିପାରିବେ, ସେ ନେଇ କମ୍ପାନୀ ପ୍ରତିନିଧିମାନେ ପରିଦର୍ଶକଙ୍କୁ ମାର୍ଗଦର୍ଶନ କରୁଛନ୍ତି। ସୌର ଶକ୍ତିର ଆର୍ଥିକ ଓ ପରିବେଶଗତ ଲାଭ ବିଷୟରେ ବୁଝାଇବା ସହ ଅନଲାଇନ୍ ରେଜିଷ୍ଟ୍ରେସନ୍ ଏବଂ ସିଧାସଳଖ କ୍ୟାମ୍ପରେ ଆବେଦନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।
​ସୌର ଶକ୍ତି ବ୍ୟତୀତ ଡିଜିଟାଲ ପେମେଣ୍ଟ, ସେଲଫ୍ ମିଟର୍ ରିଡିଙ୍ଗ ଇ-ବିଲ୍ ବ୍ୟବହାର, ‘ମାଇଁ ଟାଟା ପାୱାର ପ୍ଲସ୍’ (My Tata Power Plus) ଆପ୍‌ର ଉପଯୋଗିତା ଏବଂ ବିଦ୍ୟୁତ୍ ଚୋରି (ପାୱାର ଥେପ୍ଟ) ରୋକିବା ଦିଗରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି। ଏହା ସହିତ ୧୩୦ ଏକର ବିସ୍ତୃତ ବାଲିଯାତ୍ରା ପଡ଼ିଆରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିସିଓଡିଏଲ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

​ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍ର ବିଭିନ୍ନ ବିଭାଗର ମୁଖ୍ୟ, ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

Related Post