ଆଜିର ଖାସ ଖବର
Sat. May 30th, 2026

ଟାଟା ଷ୍ଟିଲ ଏଫ୍‌ଏଏମଡି ପକ୍ଷରୁ ପ୍ରଥମ ଥର ପାଇଁ ସିଏନଜି ଟ୍ରକ ମାଧ୍ୟମରେ ଫେରୋକ୍ରୋମ୍ ରପ୍ତାନି

By Admin_Dainkasha Feb19,2025
Oplus_16908288

ଯାଜପୁର, ଫେବ୍ରୁଆରୀ ୧୯,୨୦୨୫: ଟାଟା ଷ୍ଟିଲର ଫେରୋ ଆଲଏଜ୍ ଏବଂ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମଡି) ବୁଧବାର ଯାଜପୁରର ଫେରୋ ଆଲଏଜ୍ ପ୍ଲାଣ୍ଟରେ ରପ୍ତାନି ନିମନ୍ତେ ପ୍ରଥମ ଥର ପାଇଁ କମ୍ପ୍ରେସଡ ନାଚୁରାଲ ଗ୍ୟାସ୍ (ସିଏନଜି) ଟ୍ରକର ସଫଳ ପରୀକ୍ଷଣ କରିଛି। ଏହି ପଦକ୍ଷେପ ଟାଟା ଷ୍ଟିଲର ଦୀର୍ଘସ୍ଥାୟୀତା ପ୍ରତିବଦ୍ଧତାକୁ ଦୃଢ଼ କରିବା ଏବଂ ଲଜିଷ୍ଟିକ ଏବଂ ଯୋଗାଣ ଶୃଙ୍ଖଳାରେ କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବା କ୍ଷେତ୍ରରେ ସାହାଯ୍ୟ କରିବ।

ଏଫଏପି ଯାଜପୁରରୁ ଭାଇଜାଗକୁ ସିଏନଜି ଟ୍ରକରେ ଫେରୋ ଆଲଏଜ୍ ପରିବହନ, ହାଇସ୍ପିଡ ଡିଜେଲ ଟ୍ରକ୍ ତୁଳନାରେ ଅଙ୍ଗାରକାମ୍ଳ (ସିଓ୨) ମାତ୍ରାକୁ ପ୍ରାୟ ୨୦-୨୫% ହ୍ରାସ କରୁଛି। ୱାନ୍ ସପ୍ଲାଇ ଚେନ୍‌, ଟାଟା ଷ୍ଟିଲ୍ ଏବଂ ମେସର୍ସ ସିଜେ ଡାର୍ସିଏଲ ଟିମର ପ୍ରୋକ୍ୟୁର୍ମେଣ୍ଟ ଟିମ୍ ର ମିଳିତ ସହଯୋଗରେ ଏହା କାର୍ଯ୍ୟକାରୀ କରାଯାଇଛି।

ଏଫଏପି ଯାଜପୁରର ମୁଖ୍ୟ ଆଲୋକ କୁମାର ପଣ୍ଡା, ଲଜିଷ୍ଟିକ୍‌-ଏଫଜି (ଏଫ୍‌ଏଏମଡି) ସିନିୟର ଏରିଆ ମ୍ୟାନେଜର ସୌମ୍ୟ ବସୁ, ପ୍ରୋକ୍ୟୁର୍ମେଣ୍ଟ , ପରିବହନ (କଞ୍ଚାମାଲ)ର ସିନିୟର ଏରିଆ ମ୍ୟାନେଜର ମୁନମୁନ୍ ତାହ, ଏବଂ ମେସର୍ସ ସିଜେ ଡାର୍ସିଏଲର ପ୍ରତିନିଧିଙ୍କ ଉପସ୍ଥିତିରେ ଲଜିଷ୍ଟିକ୍ ବିଭାଗ (ଏଫ୍‌ଏଏମଡି) ମୁଖ୍ୟ ଅମିତ ଚୌବେ ପତାକା ଦେଖାଇ ଏହି ସିଏନଜି ଟ୍ରକର ଶୁଭାରମ୍ଭ କରିଥିଲେ ।

ଏହି ସଫଳତା ସମ୍ପର୍କରେ ଏଫ୍‌ଏଏମଡିର କାର୍ଯ୍ୟନିର୍ବାହୀ ଅଧିକାରୀ ପଙ୍କଜ ସତିଜା କହିଛନ୍ତି ଯେ, ଆମ ପ୍ଲାଣ୍ଟ ପରିଚାଳନାରେ ସ୍ୱଚ୍ଛ ଇନ୍ଧନର ବ୍ୟବହାର ଦିଗରେ ଆମେ କାର୍ଯ୍ୟରତ ଅଛୁ ଏବଂ ଆମର ଯୋଗାଣ ଶୃଙ୍ଖଳରେ ମଧ୍ୟ ଆମେ ଏହାକୁ ଲାଗୁ କରୁଛୁ। ଏହି ପରୀକ୍ଷଣ ସମଗ୍ର ମୂଲ୍ୟ ଶୃଙ୍ଖଳାରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଫେରୋ କ୍ରୋମ୍ ରପ୍ତାନି ପାଇଁ ସିଏନଜି ଟ୍ରକର ସଫଳ ପରୀକ୍ଷଣ ସବୁଜ ଏବଂ ଅଧିକ ଦକ୍ଷ ଲଜିଷ୍ଟିକ୍ ସମାଧାନ ପାଇଁ ଆମର ନିରନ୍ତର ଅନୁସନ୍ଧାନର ପ୍ରମାଣ।

ପରିବେଶ ଅନୁକୂଳ ପଦ୍ଧତି ଆପଣାଇବା ପାଇଁ କଂପାନିର ପ୍ରୟାସର ଏକ ଅଂଶ ଭାବରେ, ଟାଟା ଷ୍ଟିଲ୍ – ନିକଟ ଅତୀତରେ – ଏହାର କ୍ଷୁଦ୍ର ଦୂରତା କ୍ଷେତ୍ର ପାଇଁ ଫେରୋ କ୍ରୋମ୍ ଏବଂ ରିଡକ୍ଟେ ପରିବହନ ପାଇଁ ଏଫ୍‌ଏପି ଯାଜପୁରଠାରେ ଇଲେକ୍ଟ୍ରିକ୍ ଯାନ (ଇଭି) ଟ୍ରକର ପରୀକ୍ଷଣ କରିଥିଲା। ଭାରତର ପଶ୍ଚିମ ଭାଗରେ ଗ୍ରାହକଙ୍କ ସୁବିଧା ପାଇଁ ପାରାଦୀପ ବନ୍ଦର ଓ ଭାଇଜାଗ ବନ୍ଦର ଉପକୂଳ ମାର୍ଗ ଦେଇ ଓଡ଼ିଶାରେ ଥିବା ଏହାର କାରଖାନାରୁ ଫେରୋ ଆଲଏଜ୍ ର ମଲ୍ଟି ମୋଡାଲ ପରିବହନ ଆରମ୍ଭ କରିଥିଲା।

ପରିବେଶଗତ ପ୍ରଭାବକୁ କମ୍ କରିବା ସହିତ ଦକ୍ଷତା ବୃଦ୍ଧି ପାଇଁ କମ୍ପାନୀ ଅଭିନବ ଏବଂ ଦୀର୍ଘସ୍ଥାୟୀ ପରିବହନ ସମାଧାନ ଅନୁସନ୍ଧାନ କରୁଛି। ସିଏନଜି ଟ୍ରକର ପରୀକ୍ଷଣ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବାରେ ଏହା ଯଥେଷ୍ଟ ସହାୟକ ହେବ ।

Related Post