ଆଜିର ଖାସ ଖବର
Sat. May 30th, 2026

ଆର୍‌ଡି ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Apr2,2025
Ardee Engineering Limited files DRHP with SEBI to raise Rs. 580 crore

ଭୁବନେଶ୍ୱର: ଆର୍‌ଡି ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୫୮୦ କୋଟି ଟଙ୍କା ସଂଗ୍ରହ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଡିଆର୍‌ଏଚ୍‌ପି ଅନୁଯାୟୀ, ହାଇଦ୍ରାବାଦରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଏହି କମ୍ପାନିର ଇନିସିଆଲ ପବ୍ଲିକ୍ ଅଫରିଂରେ ୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ କମ୍ପାନିର ପ୍ରତିଷ୍ଠାତା ଅଂଶଧନକାରୀ ଚନ୍ଦ୍ର ଶେଖର ମୋଟୁରୁ ୮୦ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ଅଫର୍ ଫର୍ ସେଲ୍‌ରେ ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୨୭୯.୬ କୋଟି ଟଙ୍କାକୁ କମ୍ପାନି ତେଲେଙ୍ଗାନାର ଶ୍ରୀପେରୁନ୍ଦୁଦୁରରେ ଦୁଇଟି ନୂଆ ଉତ୍ପାଦନ କାରଖାନା ବସାଇବା ଲାଗି ପୁଞ୍ଜି ବ୍ୟୟ ଭାବେ, ୪୪.୮ କୋଟି ଟଙ୍କାକୁ ଆନ୍ଧ୍ରପ୍ରଦେଶର ପରୱାଡାରେ ଏକ ନୂଆ ସମନ୍ୱିତ ଉତ୍ପାଦନ କାରଖାନା ବସାଇବାର ପୁଞ୍ଜି ବ୍ୟୟ ଭାବେ, ୬୫ କୋଟି ଟଙ୍କାକୁ କେତେକ ଋଣକୁ ଆଂଶିକ କିମ୍ବା ପୂର୍ଣ୍ଣ ଭରଣା କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
୨୦୦୮ରେ ଏକ ପାର୍ଟନରସିପ୍ ସଂସ୍ଥା ଭାବେ ଯାତ୍ରା ଆରମ୍ଭ କରିଥିବା ଆର୍‌ଡିର ଗ୍ରାହକମାନଙ୍କ ମଧ୍ୟରେ ଆର୍ସେଲର ମିତଲ ନିପନ ଷ୍ଟିଲ୍ ଲିମିଟେଡ୍‌, ଜେକେ ସିମେଂଟ୍ ଲିମିଟେଡ୍‌, ନବଯୁଗ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ୍‌, ଉଦୟପୁର ସିମେଂଟ୍ ୱାର୍କସ୍ ଲିମିଟେଡ୍ ଭଳି ବିଶ୍ୱସ୍ତରୀୟ କମ୍ପାନି ରହିଛନ୍ତି।
ଇ-କମର୍ସଠାରୁ ଆରମ୍ଭ କରି ଲଜିଷ୍ଟିକ୍ସ, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ପ୍ରତିରକ୍ଷା, ଏରୋସ୍ପେସ୍‌, ଇସ୍ପାତ ଉତ୍ପାଦ, ନିର୍ମାଣ, ଶକ୍ତି ଉତ୍ପାଦନ, ଖଣି ଭଳି ବିବିଧ ବର୍ଗର କ୍ଲାଏଂଟ୍ ଆର୍‌ଡିର ରହିଛି। ସେମାନଙ୍କ ଆବଶ୍ୟକତାକୁ କମ୍ପାନିର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଥିବା ପାଂଚଟି ଉତ୍ପାଦନ କାରଖାନା ଜରିଆରେ ପୂରଣ କରାଯାଉଛି।
୨୦୨୩-୨୪ ଆର୍ଥିକ ବର୍ଷରେ ଆର୍‌ଡି ୬୨୦ କୋଟି ଟଙ୍କାର ରାଜସ୍ୱ ଓ ୨୯ କୋଟି ଟଙ୍କାର ଟିକସ ପରବର୍ତୀ ଲାଭ ହାସଲ କରିଥିଲା।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇଆଇଏଫ୍‌ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌।

Related Post