ଆଜିର ଖାସ ଖବର
Sat. May 30th, 2026

‘ଟ୍ରିପ୍ ଫ୍ରି’ ସହର ହେବ ବାଲେଶ୍ଵର

By Admin_Dainkasha Aug19,2025

ବାଲେଶ୍ଵର, ୧୮/୮: ଏଣିକି ପ୍ରତିକୂଳ ପାଣିପାଗରେ ବି ବାଲେଶ୍ଵର ସହରକୁ ମିଳିବ ନିର୍ଭରଯୋଗ୍ୟ ବିଜୁଳି ସେବା। ଝଡ ବର୍ଷା ହେଉ ଅବା କାଳବୈଶାଖୀ ବିଦ୍ୟୁତ ବିଭ୍ରାଟକୁ ଏଡ଼ାଇବା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଟିପିଏନଓଡିଏଲ ପକ୍ଷରୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଲାଗି ଆଉ ଏକ ପଦକ୍ଷେପ ରୂପେ ବାଲେଶ୍ୱର ସହରକୁ ଏକ ‘ଟ୍ରିପ୍ ଫ୍ରି’ ସହର ଭାବେ ପରିଣତ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡ଼ିଏମଏଫ) ଯୋଜନା ଅଧୀନରେ ବ୍ୟାପକ ଉନ୍ନତିକରଣ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ପିଏସଏସରୁ ୯.୬ କିଲୋମିଟର ୩୩କେଭି ଏବଂ ୪.୯ କିଲୋମିଟର ୧୧କେଭି ଭୂତଳ କେବୁଲକୁ ବିଦ୍ୟୁତ୍ ଯୋଗାଣ ଲାଗି ଗ୍ରୀଡ ସହ ସଂଯୁକ୍ତ କରାଯାଇଛି। ଏହା ସହିତ ଏଥିରେ ୨ଟି ୩୩କେଭି ଆରଏମୟୁ(ରିଙ୍ଗ ମେନ ୟୁନିଟ) ଓ ୫ଟି ୧୧କେଭି ଆରଏମୟୁ ସ୍ଥାପନ କରାଯାଇଛି। ଏହି ପଦକ୍ଷେପ ବାଲେଶ୍ୱର ଫିଡରର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ସହ ଓଭରହେଡ ଏବଂ ଭୂତଳ ଲାଇନ ଦ୍ଵାରା ‘ଏନ-୧’ ପଦ୍ଧତିରେ ଉନ୍ନତମାନର ସେବା ଯୋଗାଇବ। ସରକାରୀ କାର୍ଯ୍ୟାଳୟ ଓ ଅନ୍ୟ ଜରୁରୀକାଳିନ ସ୍ଥାନଗୁଡିକୁ ମଧ୍ୟ ପ୍ରତିକୂଳ ପାଣିପାଗ ସ୍ଥିତିରେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ କରିବ ବୋଲି ଟିପିଏନଓଡ଼ିଏଲ ଦର୍ଶାଇଛି।

Related Post