ଆଜିର ଖାସ ଖବର
Sat. May 30th, 2026

ଆରଏସବି ରିଟେଲ ଇଣ୍ଡିଆ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha Aug19,2025

ଭୁବନେଶ୍ୱର: ଅଗ୍ରଣୀ ମଲ୍ଟି ଫର୍ମାଟ ପୋଷାକ ଖୁଚୁରା ବିକ୍ରେତା ଆରଏସବି ରିଟେଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଳିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଡିଆରଏଚପି ଅନୁସାରେ ହାଇଦ୍ରାବାଦର ଏହି କମ୍ପାନି ୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୨.୯୮ କୋଟି ଇକ୍ୱିଟି ସେୟାର ବିକ୍ରି କରିବେ।
ଅଫର ଫର ସେଲରେ ପୋଟି ଭେଙ୍କଟେଶ୍ୱରୁଲୁ, ଶ୍ରୀନା ରାଜମଉଲି, ତିରୁଭେଦୁଲା ପ୍ରସାଦ ରାଓ, ପୋଟି ଭେଙ୍କଟ ସାଇ ଅଭିନୟ, ଶ୍ରୀନା ସୁରେଶ, ତିରୁଭେଦୁଲା ରାକେଶ, ତିରୁଭେଦୁଲା କେଶବ ଗୁପ୍ତା, ମାତୁରୁ ଭେଙ୍କଟା ଲକ୍ଷ୍ମୀ ସିନ୍ଧୁ, ଗେରିସେଟ୍ଟି ଲଳିତା ଓ ପୋଟି ମଲାଥି ଲକ୍ଷ୍ମୀ କୁମାର ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ସେଥିରୁ ୨୭୫ କୋଟି ଟଙ୍କାକୁ କମ୍ପାନି ଋଣ ପରିଶୋଧ କରିବାରେ, ୧୧୮ କୋଟି ଟଙ୍କାକୁ ଆର ଏସ ବ୍ରଦର୍ସ ଆଣ୍ଡ ସାଉଥ ଇଣ୍ଡିଆ ସପିଂ ମଲ ଫର୍ମାଟରେ ନୂଆ ଷ୍ଟୋର ଖୋଲିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି।
କମ୍ପାନି ପକ୍ଷରୁ ହାଇଦ୍ରାବାଦର କୋଟିରେ ପ୍ରଥମ ଆର ଏସ ବ୍ରଦର୍ସ ଷ୍ଟୋର ଖୋଲାଯାଇଥିଲା। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର ୨୨ଟି ସହରରେ ଏହାର ୭୩ଟି ଷ୍ଟୋର ରହିଛି। ଏହାର ପ୍ରମୁଖ ପାଂଚ ସପିଂ ଫର୍ମାଟ ହେଉଛି ସାଉଥ ଇଣ୍ଡିଆ ସପିଂ ମଲ, ଆର ଏସ ବ୍ରଦର୍ସ, କାଂଚିପୂରମ ନାରାୟଣୀ ସିଲ୍କ, ଡି ରୟାଲ ଓ ଭାଲ୍ୟୁ ଜୋନ ହାଇପର ମାର୍ଟ।
୨୦୨୪-୨୫ ଆର୍ôଥକ ବର୍ଷରେ କମ୍ପାନିର ପରିଚାଳନା ରାଜସବ ୨୬୯୪ କୋଟି ଟଙ୍କା ଥିଲା ଯାହା ୨୦୨୨-୨୩ରୁ ୨୦୨୪-୨୫ ମଧ୍ୟରେ ୧୨.୫୫ ପ୍ରତିଶତ ହାରରେ ବଢ଼ିଛି। କମ୍ପାନିର ଟିକସ ପରବର୍ତୀ ଲାଭ ପରିମାଣ ୧୦୪.୪ କୋଟି ଟଙ୍କା ଥିଲା।
କମ୍ପାନିର ପ୍ରତିଷ୍ଠାତାମାନେ ହେଉଛନ୍ତି ପୋଟି ଭେଙ୍କଟେଶ୍ୱରୁଲୁ, ଶ୍ରୀନା ରାଜମଉଲୀ, ତିରୁଭେଦୁଲା ପ୍ରସାଦ ରାଓ, ପୋଟି ଭେଙ୍କଟ ସାଇ ଅଭିନୟ, ଶ୍ରୀନା ସୁରେଶ, ତିରୁଭେଦୁଲା ରାକେଶ ଓ ତିରୁଭେଦୁଲା କେଶବ ଗୁପ୍ତା।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ, ଏଚଡିଏଫସି ବ୍ୟାଙ୍କ ଲିମିଟେଡ ଓ ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ।

Related Post