ଆଜିର ଖାସ ଖବର
Fri. May 29th, 2026

ବନ୍ଧନ ବ୍ୟାଙ୍କ ପକ୍ଷରୁ ସ୍ୱଚ୍ଛଳ ବର୍ଗ ଗ୍ରାହକଙ୍କ ପାଇଁ ଏଲିଟ ପ୍ଲସ ସଂଚୟ ଖାତା

By Admin_Dainkasha Apr15,2025
  • ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏଲିଟ ପ୍ଲସର ଶୁଭାରମ୍ଭ
  • ସିନେମା ଟିକଟ, ବିମାନବନ୍ଦର ଲାଉଂଜ ପ୍ରବେଶ, ଗଲ୍ଫ ଅଧିବେଶନ, ଅସୀମିତ ମାଗଣା କାରବାର ଳଭି ସ୍ୱତନ୍ତ୍ର ଲାଭ
  • ଅତିରିକ୍ତ ଲାଇଫଷ୍ଟାଇଲ ଭାଉଚର, ମାଇଲଖୁଂଟ ଅଫର ଏବଂ ଉନ୍ନତ ଡେବିଟ କାର୍ଡ ବୀମା ମଧ୍ୟ ଅଫରର ଅଂଶବିଶେଷ

ଭୁବନେଶ୍ୱର: ସମଗ୍ର ଭାରତୀୟ ସାର୍ବଜନୀନ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ଏଲିଟ୍ ପ୍ଲସ୍ ସଂଚୟ ଖାତା (ସେଭିଂ ଆକାଉଂଟ)ର ଶୁଭାରମ୍ଭ କରିଛି ଯାହା ସ୍ୱଚ୍ଛଳ ବର୍ଗ ଗ୍ରାହକଙ୍କୁ ଉନ୍ନତ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ଓ ପ୍ରସ୍ତୁତ କରାଯାଇଛି। ଏଲିଟ୍ ପ୍ଲସ୍ ସଂଚୟ ଖାତାରେ ପ୍ରିମିୟମ ଏଲିଟ୍ ପ୍ଲସ୍ ଡେବିଟ୍ କାର୍ଡ ଏବଂ ସ୍ୱତନ୍ତ୍ର ଜୀବନଶୈଳୀ ସୁବିଧା ସମେତ ଆକର୍ଷଣୀୟ ନୂଆ ସୁବିଧା ଉପଲବ୍ଧ କରାଯାଇଛି।
ବ୍ୟାଙ୍କର ଇଡି ଏବଂ ସିବିଓ ରାଜେନ୍ଦ୍ର କୁମାର ବବର ଏବଂ ଇଡି ଆଣ୍ଡ ସିଓଓ ରତନ କୁମାର କେଶଙ୍କ ଉପସ୍ଥିତିରେ ବନ୍ଧନ ବ୍ୟାଙ୍କର ଏମଡି ଏବଂ ସିଇଓ ପାର୍ଥ ପ୍ରତିମ ସେନଗୁପ୍ତା ଏହି ଉତ୍ପାଦକୁ ଉନ୍ମୋଚନ କରିଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏଲିଟ୍ ପ୍ଲସ୍ ସଂଚୟ ଖାତାର ପ୍ରଥମ ଗ୍ରାହକ ହୋଇଛନ୍ତି।
ଏଲିଟ୍ ପ୍ଲସ୍ ଜରିଆରେ ଗ୍ରାହକମାନେ ପ୍ରତି ମାସରେ ଅସୀମିତ ମାଗଣା ନଗଦ ଜମା ସହ ଆରଟିଜିଏସ, ଏନଇଏଫଟି ଏବଂ ଆଇଏମପିଏସ ପାଇଁ ମାଗଣା କାରବାରର ମଜା ନେଇପାରିବେ। ଏଲିଟ୍ ପ୍ଲସ୍ ଖତା ଦ୍ରୁତ ରିୱାର୍ଡ ପଏଂଟ ପ୍ରଦାନ କରିବ ଏବଂ ପ୍ରତି ତ୍ରୈମାସିକରେ ଦୁଇଟି ସମ୍ମାନଜନକ ଲାଉଂଜ ପ୍ରବେଶ ସୁବିଧା ପ୍ରଦାନ କରିବ। ଗ୍ରାହକମାନେ ପ୍ରତି ମାସରେ ୭୫୦ ଟଙ୍କାର ମାଗଣା ସିନେମା ଟିକେଟ ପାଇବେ ଏବଂ ଓଦ୍ଭୟସବ.ଓଦ୍ଭ ନିର୍ଦ୍ଦିଷ୍ଟ ପ୍ରତିଷ୍ଠିତ ଗଲ୍ଫ କ୍ଲବରେ ପ୍ରିମିୟମ ଗଲଫ ଅଧିବେଶନର ସ୍ୱତନ୍ତ୍ର ସୁବିଧା ପାଇବେ। ଏଲିଟ୍ ପ୍ଲସ୍ ଗ୍ରାହକମାନେ ସ୍ୱତନ୍ତ୍ର ଭାଉଚର, ମାଇଲଷ୍ଟୋନ ଅଫର ଏବଂ ବର୍ଦ୍ଧିତ ଡେବିଟ୍ କାର୍ଡ ବୀମା ସୁରକ୍ଷାର ଲାଭ ଉଠାଇପାରିବେ ଯେଉଁଥିରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁରକ୍ଷା ଏବଂ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରୟ ସୁରକ୍ଷା ରହିଛି।
ଏହି ଉନ୍ମୋଚନ ଅବସରରେ ବନ୍ଧନ ବ୍ୟାଙ୍କର ଏମଡି ତଥା ସିଇଓ ପାର୍ଥ ପ୍ରତିମ ସେନଗୁପ୍ତା କହିଛନ୍ତି ଯେ, ‘ଆମେ ବିଶ୍ୱାସ କରୁଛୁ ଯେ ଏହି ନୂତନ ଉତ୍ପାଦ ଆମ ପ୍ରିମିୟମ୍ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବ ଏବଂ ସେମାନଙ୍କୁ ଅତୁଳନୀୟ ସୁବିଧା, ରିୱାର୍ଡ ଏବଂ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିବ। ବିଳାସପୂର୍ଣ୍ଣ ଯାତ୍ରା ସୁବିଧାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ବୀମା ସୁରକ୍ଷା ପର୍ଯ୍ୟନ୍ତ ଏଲିଟ୍ ପ୍ଲସ୍ ସଂଚୟ ଖାତା ଗ୍ରାହକମାନଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି।
ଏହାବ୍ୟତୀତ, ବ୍ୟାଙ୍କ ଏଚଏନଆଇ (ଅତି ଧନୀ) ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଅତିରିକ୍ତ ବୈଶିଷ୍ଟ୍ୟ ସହିତ ବନ୍ଧନ ଏଲିଟ୍ ସଂଚୟ ଖାତାକୁ ପୁନଃ ପ୍ରଚଳନ କରିଛି ଯାହା ଏଲିଟ୍ ପ୍ଲସ୍ ସଂଚୟ ଖାତା ଶୁଭାରମ୍ଭ କରିବା ସହିତ ଗ୍ରାହକମାନଙ୍କୁ ଆହୁରି ଅଧିକ ସୁବିଧା ପ୍ରଦାନ କରିବ।

Related Post