ଆଜିର ଖାସ ଖବର
Mon. Apr 27th, 2026

କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ନୂଆ ସ୍ୱାସ୍ଥ୍ୟ ବୀମା “ଅଲ୍‌ଟିମେଟ୍ କେୟାର”ର ଶୁଭାରମ୍ଭ

By Admin_Dainkasha Jan26,2025
Care Health Insurance introduces customers to the future of Health Insurance: Launches Ultimate Care

ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା କମ୍ପାନି କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଅଲ୍‌ଟିମେଟ୍ କେୟାର୍ ଘୋଷଣା କରାଯାଇଛି। ଏହା ହେଉଛି ଏଭଳି ଏକ ସ୍ୱାସ୍ଥ୍ୟ ବୀମା ପଲିସି ଯାହା ଶିଳ୍ପରେ ନୂତନ ମାନଦଣ୍ଡ ନିର୍ଧାରଣ କରିବ। ଅଲ୍‌ଟିମେଟ୍ କେୟାର୍‌ରେ ବ୍ୟାପକ ସୁବିଧା ରହିଛି ଯାହା ଜରୁରୀକାଳୀନ ମେଡିକାଲ୍ ସ୍ଥିତିର ମୁକାବିଲା କରିବ।
ଅଲ୍‌ଟିମେଟ୍ କେୟାରରେ ରହିଛି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ଯଥା ମନିବ୍ୟାକ୍ ଯେଉଁଥିରେ ପଲିସିଧାରକ ସୁସ୍ଥ ରହିଲେ ରିୱାର୍ଡ ପାଇପାରିବେ। କମ୍ପାନି ପ୍ରତି ୫ ଦାବି ମୁକ୍ତ ବର୍ଷ ପାଇଁ ପ୍ରଥମ ବର୍ଷର ମୂଳ ପ୍ରିମିୟମ୍‌କୁ ଫେରସ୍ତ କରିବ। ଅନ୍ୟତମ ସୁବିଧା ହେଉଛି ଲୟାଲ୍‌ଟି ବୁଷ୍ଟ୍ ଯାହା ହେଉଛି ୭ ଦାବିମୁକ୍ତ ବର୍ଷ ପରେ ପ୍ରଥମ ପଲିସି ବର୍ଷର ବୀମା ରାଶି ସହ ସମାନ ଯାହା ଅତିରିକ୍ତ ବୀମା ସୁରକ୍ଷା ପ୍ରଦାନ କରିବ। ସେହିପରି ଇନଫିନିଟି ବୋନସ୍‌ରେ ପ୍ରତି ବୀମା ରାଶି ବର୍ଷରେ ୧୦୦ ପ୍ରତିଶତ ବୋନସ୍ ପ୍ରଦାନ କରାଯିବ। ଏଥିରେ ୱେଲନେସ୍ ରିହାତିର ମଧ୍ୟ ସୁବିଧା ରହିଛି ଯେଉଁଥିରେ ପଲିସିଧାରକ ହେଲ୍‌ଥ ଡେଜ୍ ପ୍ରୋଗ୍ରାମ୍ ସହିତ ନବୀକରଣ ପ୍ରିମିୟମ୍ ଉପରେ ୩୦ ପ୍ରତିଶତ ରିହାତି ପାଇପାରିବେ।
କେୟାର୍ ହେଲ୍‌ଥ ଇନ୍‌ସ୍ୟୁରାନ୍ସର ବିତରଣ ମୁଖ୍ୟ ଅଜୟ ଶାହ କହିଛନ୍ତି ଯେ, “ଆଜିର ସ୍ୱାସ୍ଥ୍ୟସେବା ଦୃଶ୍ୟପଟ୍ଟରେ ଗ୍ରାହକମାନଙ୍କୁ ଏକ ବ୍ୟାପକ ଓ ଦୃଢ଼ ଆର୍ଥିକ ନିରାପତାର ଆବଶ୍ୟକତା ରହିଛି ଯାହା ଜରୁରୀକାଳୀନ ମେଡିକାଲ ଆବଶ୍ୟକତା ପୂରଣ କରିବା ସହିତ ନିଜକୁ ସୁସ୍ଥକର ରହିବାରେ ଗ୍ରାହକମାନଙ୍କୁ ଅନୁପ୍ରାଣିତ କରିବ। ଅଲ୍‌ଟିମେଟ୍ କେୟାର, ଆମ ଗ୍ରାହକମାନଙ୍କ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ପ୍ରଦାନ କରିବ ଏବଂ ସୁସ୍ଥ ରହିବା ପ୍ରଥମ ବୋଲି ଜଣାଇ ଅତୁଳନୀୟ ଆର୍ଥିକ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରିବାରେ ନୂତନ ମାନଦଣ୍ଡ ନିର୍ଧାରଣ କରିବାକୁ ଲକ୍ଷ୍ୟ ରଖିଛୁ, ଫଳରେ ସେମାନେ ଚାହୁଛନ୍ତି ମାନସିକ ଶାନ୍ତି ସେମାନଙ୍କୁ ପ୍ରଦାନ କରାଯାଇପାରିବ।”
ପଲିସିଧାରକଙ୍କୁ ସର୍ବାଧିକ ରିହାତି ପ୍ରଦାନ କରିବା ଲାଗି ଏଥିରେ ଅତିରିକ୍ତ ସୁବିଧା ରହିଛି। ୱେଲକମ୍ ଡିସ୍‌କାଉଂଟ୍‌ରେ ନୂଆ ପଲିସିଧାରକଙ୍କ ପ୍ରିମିୟମ୍ ଉପରେ ୩୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଟେନ୍ୟୁର୍ ମଲ୍‌ଟିପ୍ଲାୟର୍‌ରେ ବାର୍ଷିକ ବୀମା ରାଶିକୁ ଗୋଟିଏ ଦାବିରେ ପଲିସି ଅବଧିରେ ସମିଶ୍ରଣ କରାଯାଇପାରିବ। ମେଡିଭାଉଚର୍‌ରେ ୨୫୦ ଟଙ୍କିଆ ଦୁଇଟି ଫାର୍ମାସି ଭାଉଚର୍ ସହିତ ପକେଟ୍‌ରୁ ହେଉଥିବା ଖର୍ଚ୍ଚ ହ୍ରାସ କରିବ।

Related Post