ଆଜିର ଖାସ ଖବର
Sat. Apr 18th, 2026

ଗୋଦରେଜ୍‌ର ଏଆଇ ଆଧାରିତ ଫ୍ରଂଟ୍ ଲୋଡିଂ ୱାସିଂ ମେସିନ୍ ସହ ପୋଷାକର ନୂତନତ୍ବ ବଜାୟ ରଖନ୍ତୁ

By Admin_Dainkasha Jul15,2025

ଭୁବନେଶ୍ୱର: ଗୋଦରେଜ୍‌ର ଏଆଇ ପାୱାର୍ଡ ଫ୍ରଂଟ୍ ଲୋଡିଂ ୱାସିଂ ମେସିନ୍ ଏହାର ଉନ୍ନତ ପ୍ରଯୁକ୍ତି ଓ ଆକର୍ଷଣୀୟ ଡିଜାଇନ୍ ଜରିଆରେ ‘ଲଣ୍ଡ୍ରି କେୟାର’କୁ ପୁନଃନିର୍ଧାରିତ କରିଥିବା ବେଳେ ତାହା ଉତ୍କୃଷ୍ଟ ସଫା କରିବା ପ୍ରକ୍ରିୟା ପୋଷାକରେ ନୂତନତ୍ୱକୁ ବଜାୟ ରଖୁଛି। ଫଳରେ ପ୍ରତି ଥର ସଫା କରିବା ପରେବି ଏହା ସର୍ବଦା ନୂଆ ପୋଷାକ ଭଳି ରହୁଛି। ଏହି ବର୍ଗମାଳା ୬.୫ କେଜିରୁ ୧୦ କେଜି କ୍ଷମତାରେ ଉପଲବ୍ଧ ହେଉଥିବା ବେଳେ ଏହାକୁ ବିଭିନ୍ନ ଅଂଚଳ ଓ ପାଣିପାଗ ସ୍ଥିତି, ପରିବାର ଆକାର ଓ ସଫା କରିବା ଅଭ୍ୟାସ ଅନୁସାରେ ଗ୍ରାହକମାନଙ୍କ ଆବଶ୍ୟକତା ଓ ପସନ୍ଦକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।
ଏହି ମେସିନ୍‌ଗୁଡ଼ିକରେ ଏଆଇ ପାୱାର୍ଡ ପ୍ରଯୁକ୍ତି ଯାହା ବୁଦ୍ଧିମାନର ସହ ସଫା କରିବାରେ ଉନ୍ନତି ଆଣି ଏହାର ସ୍ମାର୍ଟ ଲୋଡ୍ ଚିହ୍ନଟ ଏବଂ ଜଳ ସ୍ତର ଆଡଜଷ୍ଟମେଂଟ୍ ସୁବିଧା ଜରିଆରେ ପୋଷାକର ଉତ୍କୃଷ୍ଟ ଯତ୍ନ ସହ କାର୍ଯ୍ୟ ସମ୍ପାଦନ କୁରୁଛି। ଏଥିସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା ଜଳ ଓ ଶକ୍ତି ସଂଚୟ କରିଥାଏ। ତାହା ଗ୍ରାହକମାନଙ୍କ ପୋଷାକ ସଫା କରିବା ଅନୁଭୂତିକୁ ବଦଳାଇଛି। ଏହାର ଷ୍ଟିମ୍ ୱାସ୍ ପ୍ରୋଗ୍ରାମ୍ କପଡ଼ାକୁ ଗଭୀର ଭାବେ ସଫା କରିଥାଏ ଏବଂ ରିଫ୍ରେସ୍ ପ୍ରୋଗ୍ରାମ୍ ହାଲୁକା କପଡ଼ାଗୁଡ଼ିକୁ ଶୁଖାଏ। ସେହିପରି ଫ୍ୟାବ୍ରିସେଫ୍‌ଟିଏମ୍ ଡ୍ରମ୍ ଫ୍ୟାବ୍ରିକ୍‌ର ଗୁଣାତ୍ମକ ମାନ ବଜାୟ ରଖେ। ଏହି ୱାସିଂ ମେସିନ୍‌ରେ ୨ ଦିନ ପାଖାପାଖି ମଇଳା ହୋଇ ପଡ଼ି ରହିଥିବା ପୋଷାକ ସହିତ ୧୦୦ରୁ ଅଧିକ ପ୍ରକାର ମଇଳା ସଫା କରିପାରିବ ଏବଂ ୩୦ ମିନିଟ୍‌ରୁ ଶୀଘ୍ର କପଡ଼ା ଶୁଖାଇପାରିବ। ତେଣୁ ଏହା ଦୈନନ୍ଦୀନ ଲଣ୍ଡ୍ରି କାମକୁ ସହଜ କରିବ। ଅଟୋ ଟବ୍ କ୍ଲିନ୍ ରିମାଇଣ୍ଡର, ଓଭରଫ୍ଲୋ ସୁରକ୍ଷା ଏବଂ ଆଂଟି ରଷ୍ଟ୍ କ୍ୟାବିନେଟ୍ ଭଳି ସୁବିଧା ସହ ଏହାକୁ ବ୍ୟବହାରକାରୀ ଅନୁକୂଳ ଭାବେ ପ୍ରସ୍ତୁତ କରାଯାଇଛି। ଏହା ଉପରେ ୪ ବର୍ଷର ବ୍ୟାପକ ୱାରେଂଟି ଏବଂ ମୋଟର ଉପରେ ୧୦ ବର୍ଷର ୱାରେଂଟି ପ୍ରଦାନ କରାଯାଉଛି ଯାହା ଏହାର ଦୀର୍ଘକାଳୀନ ମୂଲ୍ୟ ଉପସ୍ଥାପନାକୁ ସୁନିଶ୍ଚିତ କରୁଛି।

Related Post