ଆଜିର ଖାସ ଖବର
Thu. Apr 16th, 2026

‘ଭାରତର ଭୂବିଜ୍ଞାନ ବିଶ୍ୱର ସର୍ବୋତମ, ଭାରତର ଉଦ୍ୟମିତା ଅଦ୍ୱିତୀୟ’

By Admin_Dainkasha Apr3,2025
Vedanta Chairman Anil Agarwal Welcomes UP Government’s Power Sector Reform

ଭୁବନେଶ୍ୱର: ଭାରତର ଉଦ୍ୟୋଗୀମାନଙ୍କ ଦକ୍ଷତା ଉପରେ ବିଶ୍ୱାସ କରିବା ଏବଂ ଭାରତ ଭୂ-ତଳେ ଥିବା ବିପୁଳ ପ୍ରାକୃତିକ ସମ୍ବଳର ମୂଲ୍ୟକୁ ଉଜାଗର କରିବା ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି ନୂଆ ପିଢ଼ିର ଉଦ୍ୟୋଗୀଙ୍କୁ ସାମ୍ନାକୁ ଆଣିବାର ସମୟ ଯେଉଁମାନେ ଦୂରଦ୍ରଷ୍ଟା ହେବା ସହିତ ଦାୟିତ୍ୱବାନ ଭାବେ ସମ୍ବଳର ଅନୁସନ୍ଧାନ ଓ ଉତ୍ତୋଳନ କରିବା ସହିତ ଧରାକୁ ସମ୍ମାନ ଜଣାଇ ଭାରତର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବେ। ଯଦି ଆମେ ଏବେ ପଦକ୍ଷେପ ନେବା ନାହିଁ ତେବେ, ଆମ ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ଦୁନିଆର ଏକ ଅଗ୍ରଣୀ ସମ୍ବଳ ରାଷ୍ଟ୍ର ଭାବେ ଭାରତର ସ୍ଥିତି ସୁଦୃଢ଼ କରିବା ପାଇଁ ରହି୍ଥିବା ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯିବ।

ପ୍ରାକୃତିକ ସମ୍ବଳର ବିପୁଳ ସମ୍ଭାବନାକୁ ବର୍ଣ୍ଣନା କରି ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ, “ମାଟି ତଳେ ବିପୁଳ ସମ୍ପଦ ରହିଛି। ଦୁନିଆର ସର୍ବୋତମ ଭୂବିଜ୍ଞାନ ଭାରତରେ ରହିଛି, କିନ୍ତୁ ତୈଳ ଓ ଗ୍ୟାସ, ସୁନା, ତମ୍ବା, ହୀରା ଭଳି ପ୍ରାକୃତିକ ସମ୍ବଳର ୬୦ ପ୍ରତିଶତ ଆମେ ଆମଦାନି କରୁଛନ୍ତି। ଆମେରିକା, ବ୍ରିଟେନ, ୟୁରୋପ, କାନାଡା, ଅଷ୍ଟ୍ରେଲିଆ ଓ ମଧ୍ୟପ୍ରାଚ୍ୟ ସମେତ ସବୁ ଦେଶ ନିଜ ପ୍ରାକୃତିକ ସମ୍ବଳକୁ ଉପଯୋଗ କରି ସମୃଦ୍ଧ ହୋଇଛନ୍ତି। ଭାରତକୁ କେବଳ ଅନୁସନ୍ଧାନ କରିବାକୁ ପଡ଼ିବ। ଭାରତରେ ବ୍ୟାପକ ତୈଳ ଓ ଗ୍ୟାସ ଭଣ୍ଡାର ଏବଂ ବକ୍ସାଇଟ, କୋଇଲା, ଲୁହାପଥର, ତମ୍ବା ଓ ରେୟାର ଆର୍ଥ ରହିଛି।

ବିଶ୍ୱ ଅନିଶ୍ଚିତତା ଦେଇ ଗତି କରୁଥିଲେ ମଧ୍ୟ ଭାରତର ସମ୍ଭାବନାକୁ ନେଇ ଶ୍ରୀ ଅଗ୍ରୱାଲ ଆଶାବାଦୀ ରହିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି ଉଦ୍ୟୋଗୀଙ୍କ ଯୁଗ ଏବଂ ରିସ୍କ ନେବା ପାଇଁ ଭାରତୀୟମାନେ ପରିଚିତ। ଆମକୁ ରିସ୍କ ନେବା ଦକ୍ଷତା ବ୍ୟବହାର କରିବାକୁ ପଡ଼ିବ ଏବଂ ଭାରତରେ ବଡ଼ ଧରଣର ଉତ୍ପାଦନ ଓ ବଡ଼ ଶିଳ୍ପ ସୃଷ୍ଟି କରିବାକୁ ପଡ଼ିବ, କାରଣ କେବଳ କୃଷି ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିକୁ ସୁନିଶ୍ଚିତ କରିପାରିବ ନାହିଁ।”

ଭାରତର ୬୫ ପ୍ରତିଶତ ଲୋକ ମଧ୍ୟବିତ ପରିବାର ତଳେ ଏବଂ ଖୁବଶୀଘ୍ର ସେମାନେ ମଧ୍ୟବିତ ହେବାକୁ ଯାଉଛନ୍ତି। ତେଣୁ ଚାହିଦାରେ ଉଲ୍ଲେଖନୀୟ ବୃଦ୍ଧି ହେବ। ବ୍ୟବସାୟ ପାଇଁ ସୁଯୋଗ ବେଶ ବ୍ୟାପକ ବୋଲି ସେ କହିଛନ୍ତି।

ଉଦ୍ୟୋଗୀମାନଙ୍କ ଉପରେ ଦୃଢ଼ ଭରସା ପ୍ରକଟ କରିବାକୁ ଆହ୍ୱାନ ଦେଇ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଡିରେଗୁଲେସନ ଓ ସେଲଫ ସାର୍ଟିଫିକେସନ ହେଉଛି ଆଗାମୀ କାଲିର ଆବଶ୍ୟକତା। ସେ ଦିଗରେ ବିଚାର କରୁଥିବାରୁ ମୁଁ ସରକାରଙ୍କୁ ଅଭିନନ୍ଦନ ଜଣାଉଛି।”

ଭାରତ ଗତ ୧୦ ବର୍ଷରେ ଜିଡିପିରେ ୧୦୦% ଅଭିବୃଦ୍ଧି ହାସଲ କରିଛି ଯାହା ବିଭିନ୍ନ ଦେଶ ମଧ୍ୟରେ ସର୍ବାଧିକ। ୩୦୦-୪୦୦ ବର୍ଷ ପୂର୍ବରୁ ବିଶ୍ୱ ଜିଡିପିର ୨୫% ଭାରତ ପାଖରେ ଥିଲା। ବିଶ୍ୱର ଅଗ୍ରଣୀ ଅର୍ଥନୀତିର ମାନ୍ୟତାକୁ ଆମେ ପୁନର୍ବାର ହାସଲ କରିବା ବୋଲି ଶ୍ରୀ ଅଗ୍ରୱାଲ ଆଶା ପ୍ରକଟ କରିଛନ୍ତି।

Related Post