ଆଜିର ଖାସ ଖବର
Tue. May 26th, 2026

ମୌସୁୁମୀ ଋତୁରେ ଭାରତର ୱାଟର ପ୍ୟୁରିଫାୟର ବଜାରରେ ୩୨ ପ୍ରତିଶତ ବୃଦ୍ଧି

By Admin_Dainkasha Sep4,2025

ଭୁବନେଶ୍ୱର: ଗ୍ରାହକମାନେ ଜଳ ଶୁଦ୍ଧତା ଓ ସ୍ୱାସ୍ଥ୍ୟକୁ ନେଇ ଅଧିକ ସଚେତନ ହୋଇପଡ଼ିଥିବାରୁ ଏହି ମୌସୁମୀ ଋତୁରେ ଭାରତର ୱାଟର ପ୍ୟୁରିଫାୟର ବଜାରରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଥିଲା। ସାରା ଭାରତରେ ପରିବାରଗୁଡ଼ିକର ପାଇଁ ତାହା ପ୍ରାଥମିକତା ପାଲଟିଥିବାର ପ୍ରତିଫଳନ କ୍ରୋମାର ୱାଟର ପ୍ୟୁରିଫାୟର ବିକ୍ରିରେ ପ୍ରତିଫଳିତ ହୋଇଥିଲା। ମୌସୁମୀ ଋତୁରେ କ୍ରୋମରେ ୱାଟର ପ୍ୟୁରିଫାୟର ବିକ୍ରି ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ପାଇଛି। କଲେରା, ଟାଇଫଏଡ, ହେପାଟାଇଟିସ ଏ ଭଳି ବର୍ଷା ଋତୁ ଜନିତ ଜଳବାହିତ ରୋଗକୁ ନେଇ ସଚେତନତା ବଢ଼ିଥିବାରୁ ଚଳିତ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକରେ ୱାଟର ପ୍ୟୁରିଫାୟର ଚାହିଦାରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ଘଟିଛି।
କ୍ରୋମର ସର୍ବେକ୍ଷଣ ଅନୁସାରେ ଉତର ଭାରତରେ ଆରଓ ବିକ୍ରି ୩୧ ପ୍ରତିଶତ ବଢ଼ିଥିବା ବେଳେ ଦକ୍ଷିଣରେ ୩୦ ପ୍ରତିଶତ, ପଶ୍ଚିମରେ ୨୫ ପ୍ରତିଶତ ଓ ପୂର୍ବ ଭାରତରେ ୨୫ ପ୍ରତିଶତ ବଢ଼ିଛି। ପ୍ରଯୁକ୍ତି ଭିତରେ ଆରଓର ଚାହିଦା ଅଧିକ ଥିବା ବେଳେ ବିକ୍ରି ହୋଇଥିବା ୯୦ ପ୍ରତିଶତ ୱାଟର ପ୍ୟୁରିଫାୟର ହେଉଛି ଇଲେକ୍ଟ୍ରିକ। ଅବଶିଷ୍ଟ ଭାଗ ୟୁଭି ମଡେଲ ରହିଛି। ରଙ୍ଗରେ କଳାକୁ ସବୁ ଅଂଚଳ ପସନ୍ଦ କରୁଥିବା ବେଳେ ଆରଓ ୟୁନିଟର ୬୨ ପ୍ରତିଶତ ଓ ୟୁଭିର ୫୩ ପ୍ରତିଶତର ରଙ୍ଗ କଳା ହୋଇଥିବା ବେଳେ ଧଳା ରଙ୍ଗର ଅବଦାନ ୩୦ ପ୍ରତିଶତ ରହିଛି। ଅଧାରୁ ଅଧିକ ଗ୍ରାହକ ୟୁଏଫ ଓ ୟୁଭି ଫିଲଟ୍ରେସନ,୧୫ ପ୍ରତିଶତ ଆଲକାଲାଇନ ଓ ୮ ପ୍ରତିଶତ କପର ପ୍ରଯୁକ୍ତି ପସନ୍ଦ କରୁଛନ୍ତି। ପ୍ରିମିୟମ ବର୍ଗରେ ଗ୍ରାହକଙ୍କ ପସନ୍ଦ ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୱାଟର ପ୍ୟୁରିଫାୟର।
କ୍ରୋମର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୨୦୨୫ର ଏପ୍ରିଲରୁ ଜୁନ ମଧ୍ୟରେ ୱାଟର ପ୍ୟୁରିଫାୟର ବର୍ଗରେ ପରିମାଣ ୧୧ ପ୍ରତିଶତ ଓ ମୂଲ୍ୟ ଦୃଷ୍ଟିରୁ ବିକ୍ରି ୧୨ ପ୍ରତିଶତ ବଢ଼ିଛି। ଏପ୍ରିଲ, ମେ’ ଓ ଜୁନରେ ପ୍ରାୟ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ଘଟିଛି। ଅଂଚଳଗୁଡ଼ିକ ମଧ୍ୟରେ ମହରାଷ୍ଟ୍ର କ୍ରୋମାର ସବୁଠୁ ବଡ଼ ବଜାର ହୋଇଛି ଯେଉଁଠାରେ ୨୫ ପ୍ରତିଶତ, କର୍ଣ୍ଣାଟକରେ ୧୫ ପ୍ରତିଶତ, ଗୁଜରାଟରେ ୧୨ ପ୍ରତିଶତ ଓ ତେଲେଙ୍ଗାନାରେ ୮ ପ୍ରତିଶତ ଏବଂ ଉତରପ୍ରଦେଶ ଓ ଦିଲ୍ଲୀରେ ୬ ପ୍ରତିଶତ ଲେଖାଏଁ ୱାଟର ପ୍ୟୁରିଫାୟର ବିକ୍ରି ହୋଇଛି।
ସହରାଚଂଳଗୁଡ଼ିକ ମଧ୍ୟରେ ପୁନେ ଓ ମୁମ୍ବାଇ ଚାହିଦା ବଢ଼ାଇବାରେ ଆଗରେ ରହିଛନ୍ତି। ପ୍ରଥମ ଶ୍ରେଣୀ ସହରଗୁଡ଼ିକରେ ଚାହିଦା ଅଧିକ ରହିଛି। ସିଙ୍ଗ ତଳେ ୱାଟର ପ୍ୟୁରିଫାୟର ଲଗାଇବା ଧାରା ବାର୍ଷିକ ୩୦ ପ୍ରତିଶତ ହାରରେ ବଢ଼ୁଛି। ଆଧୁନିକ କିଚେନ ଡିଜାଇନରେ ଅଣ୍ଡର ଦି କାଉଂଟର ସ୍ଥାପନା ବଢ଼ୁଥିବା ବେଳେ ୯୫ ପ୍ରତିଶତରୁ ଅଧିକ ଗ୍ରାହକ ସାଧାରଣ ୱାଟର ପ୍ୟୁରିଫାୟରକୁ ପସନ୍ଦ କରୁଛନ୍ତି। ବର୍ଦ୍ଧିତ ୱାରେଂଟି ଚୟନ କରୁଥିବା ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି।
କ୍ରୋମା-ଇନଫିନିଟି ରିଟେଲ ଲିମିଟେଡର ପ୍ରବକ୍ତା କହିଛନ୍ତି ଯେ, “ବର୍ଷା ଋତୁରେ ଜଳ ସୁରକ୍ଷା ପ୍ରଶ୍ନ ଗୁରୁତ୍ୱ ପାଇବା ସହ, ବହୁତ ପରିବାର କେବଳ ଆଉ ଗୋଟିଏ ଯନ୍ତ୍ର ପାଇଁ ନୁହେଁ, ସମସ୍ୟାର ସମାଧାନ ଖୋଜିବାକୁ କ୍ରୋମାକୁ ଆସୁଛନ୍ତି। ଆମ ବିଶେଷଜ୍ଞମାନେ ସେମାନଙ୍କ ପାଇଁ କ୍ଲିଷ୍ଟ ଶବ୍ଦକୁ ଏଡ଼ାଇ ଗ୍ରାହକଙ୍କୁ ପ୍ରକୃତରେ ନିଜ ଘର ପାଇଁ ଏକ ଅତ୍ୟାଧୁନିକ ବିଶୋଧନରୁ ସ୍ଥାନ ସଂଚୟ ଡିଜାଇନ ପର୍ଯ୍ୟନ୍ତ କ’ଣ ଚାହୁଛନ୍ତି ତାହା ବୁଝାଇବାରେ ସାହାଯ୍ୟ କରୁଛନ୍ତି। ବର୍ଷା ଋତୁରେ ପରିବାରଗୁଡ଼ିକ ଆମ ଉପରେ ଭରସା ପ୍ରକଟ କରିଥିବାରୁ ଆମେ ଗର୍ବିତ। ଆଗାମୀ ଦିନରେ ଶିଳ୍ପ ଅଭିବୃଦ୍ଧି ୧୭-୧୮ ପ୍ରତିଶତ ସିଏଜିଆର ରହିବା ଆଶା କରାଯାଉଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ସମ୍ପ୍ରସାରଣ, ଉତ୍ପାଦ ନବସୃଜନ ଓ ଗୁରୁତ୍ୱପୂର୍ଣ୍ଣ ଖୁଚୁରା ସହଯୋଗିତା ଜରିଆରେ ୨୦୨୫-୨୬ରେ କ୍ରୋମା ୱାଟର ପ୍ୟୁରିଫାୟର ବର୍ଗରେ ୨୦-୨୫ ପ୍ରତିଶତ ସିଏଜିଆର ଅଭିବୃଦ୍ଧି ହାସଲ କରିବାକୁ ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ରଖିଛି।”

Related Post