ଆଜିର ଖାସ ଖବର
Mon. Apr 20th, 2026

ପାର୍କ ମେଦି ୱାର୍ଲଡ୍ ପକ୍ଷରୁ ୧୨୬୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Apr24,2025

ଭୁବନେଶ୍ୱର: ପାର୍କ ବ୍ରାଣ୍ଡ୍ ଅଧୀନରେ ୧୩ ଏନଏବିଏଚ୍ ମାନ୍ୟତାପ୍ରାପ୍ତ ମଲ୍ଟି-ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ର ନେଟ୍‌ୱର୍କ ପରିଚାଳନା କରୁଥିବା ପାର୍କ ମେଦି ୱାର୍ଲଡ୍ ଲିମିଟେଡ୍ ପକ୍ଷରୁ ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପାଖରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ସ୍‌ସ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ୧୨୬୦ କୋଟି ଟଙ୍କା ପର୍ଯ୍ୟନ୍ତର ଇନିସିଆଲ ପବ୍ଳିକ୍ ଅଫରିଂ ଜରିଆରେ କ୍ୱିଟି ସେୟାର ଜାରି କରି ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି।
ଏହି ଇସ୍ୟୁରେ କମ୍ପାନି ୯୬୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲ୍‌ରେ ୩୦୦ କୋଟି ଟଙ୍କାର ଅଂଶଧନକାରୀମାନଙ୍କ ଇକ୍ୱିଟି ସେୟାର ବିକ୍ରି କରିବ।
ପାର୍କ ମେଦି ୱାର୍ଲଡ୍ ହେଉଛି ଉତର ଭାରତର ଦ୍ୱିତୀୟ ସର୍ବବୃହତ ହସ୍ପିଟାଲ ଶୃଙ୍ଖଳା ଯାହା ହାରାହାରି ଶଯ୍ୟା କ୍ଷମତା ହେଉଛି ୩୦୦୦ ଶଯ୍ୟା ଏବଂ ହରିୟାଣାରେ ଶଯ୍ୟା ଦୃଷ୍ଟିରୁ ସର୍ବବୃହତ ଘରୋଇ ହସ୍ପିଟାଲ୍ ଶୃଙ୍ଖଳା ଯାହା ୨୦୨୪ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୧୬୦୦ ଶଯ୍ୟା ରହିଥିଲା।
ରେଡ୍ ହେରିଂ ପ୍ରୋସପେକ୍ଟସ୍ ଜରିଆରେ ପ୍ରଦାନ କରାଯାଇଥିବା ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛି ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍‌, ସିଏଲ୍‌ଏସ୍‌ଏ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍ ଓ ଇଂଟେନସିଭ୍ ଫିସ୍‌କାଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌।

Related Post