ଆଜିର ଖାସ ଖବର
Sat. May 30th, 2026

ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ ତାମିଲନାଡୁରେ ପ୍ରଥମ ସମନ୍ୱିତ ନୂତନ କାରଖାନାର ଶୁଭାରମ୍ଭ

By Admin_Dainkasha Mar11,2025
GODREJ CONSUMER PRODUCTS MARKS KEY MILESTONE WITH THE LAUNCH OF ITS FIRST INTEGRATED GREENFIELD MANUFACTURING FACILITY

କାରଖାନା ମହିଳା, ଏଲ୍‌ଜିବିଟିକ୍ୟୁ+, ଦିବ୍ୟାଙ୍ଗଙ୍କ ସମେତ ୧୦୦୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର: ଗୋଦରେଜ୍ କଞ୍ଜ୍ୟୁମର ପ୍ରୋଡକ୍ଟସ୍ ଲିମିଟେଡ୍ (ଜିପିସିଏଲ୍‌) ପକ୍ଷରୁ ତାମିଲନାଡୁର ଚେନ୍ନାଇ ନିକଟସ୍ଥ ଚେନଗାଲପଟ୍ଟୁ ଜିଲ୍ଲାରେ ପ୍ରଥମ ସମନ୍ୱିତ ନୂତନ କାରଖାନାର ଶୁଭାରମ୍ଭ କରାଯାଇଛି। ନୂତନ କାରଖାନାକୁ ତାମିଲନାଡୁର ମାନ୍ୟବର ମୁଖ୍ୟମନ୍ତ୍ରୀ ଥିରୁ ଏମ୍‌.କେ. ଷ୍ଟାଲିନ୍‌, ଜିପିସିଏଲର ଅଧ୍ୟକ୍ଷ ନାଦିର ଗୋଦରେଜ୍ ଏବଂ ଜିପିସିଏଲ୍‌ର ଏମ୍‌ଡି ଓ ସିଇଓ ସୁଧୀର ସିତାପତିଙ୍କ ଦ୍ୱାରା ଉଦଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ତିରୁ ଏମ୍‌.କେ. ଷ୍ଟାଲିନ୍ ପ୍ରଥମ ଉତ୍ପାଦନ ଲାଇନ୍ ଚାଲୁ କରି କାରଖାନାକୁ କାର୍ଯ୍ୟକ୍ଷମ କରିଥିଲେ। ଏହି ଅବସରରେ ପ୍ରଥମ ସିନ୍ଧଲ ସାବୁନ୍ ଉତ୍ପାଦନ ହୋଇଥିଲା।
୨୦୨୪ରେ କମ୍ପାନି ତାମିଲନାଡୁରେ ଏକ ଅତ୍ୟାଧୁନିକ କାରଖାନା ପାଇଁ ଭୂମି ପୂଜନ କରାଯାଇଥିଲା ଯେଉଁଥିରେ ଆଗାମୀ ପାଂଚ ବର୍ଷ ମଧ୍ୟରେ ୫୧୫ କୋଟି ଟଙ୍କା ବିନିଯୋଗ କରାଯିବ। ୨୭ ଏକରରେ ବ୍ୟାପ୍ତ ଏହି କାରଖାନା ମାତ୍ର ୧୩ ମାସର ରେକର୍ଡ ସମୟରେ ପ୍ରତିଷ୍ଠା କରାଯାଇଛି।
ଜିସିପିଏଲ୍‌ର ଅଧ୍ୟକ୍ଷ ନାଦିର ଗୋଦରେଜ୍ କହିଛନ୍ତି ଯେ, “ଚେଗନାଲପଟ୍ଟୁ କାରଖାନା ମ୍ୟାନୁଫ୍ୟାକ୍ଚରିଂର ଭବିଷ୍ୟତ ଗଠନ ପାଇଁ ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟସ୍ ପ୍ରତିବଦ୍ଧତାର ଏକ ପ୍ରମାଣ ଅଟେ। ଏଥିରେ ନବସୃଜନ, ସ୍ଥିରତା ଏବଂ ସମାବେଶ ନିରବଚ୍ଛିନ୍ନ ଭାବରେ ମିଳିତ ହୋଇଛି। ଏହି ଆଧୁନିକ ସୁବିଧା କେବଳ ଉପଭୋକ୍ତାଙ୍କୁ ଉଚ୍ଚ ଗୁଣବତା ଉତ୍ପାଦ ପ୍ରଦାନ କରିବା ପାଇଁ ଆମର ଲକ୍ଷ୍ୟକୁ ସମର୍ଥନ କରୁଛି ଏବଂ ଆମର କର୍ମଚାରୀଙ୍କ କଲ୍ୟାଣ ଏବଂ ବିବିଧତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ୫୦% ମହିଳା ଏବଂ ୫% ଦିବ୍ୟାଙ୍ଗ ଲୋକ ଏବଂ ଏଲଜିବିଟିକ୍ୟୁ+ ସମ୍ପ୍ରଦାୟର ପ୍ରତିନିଧିତ୍ୱ ସହିତ ଆମେ ଏକ ସମାବେଶୀ ଏବଂ ସମାନ ପରିବେଶ ପ୍ରତିପାଳନ ପାଇଁ ଆମର ଚାଲୁଥିବା ପ୍ରତିବଦ୍ଧତା ପାଇଁ ଗର୍ବିତ। ଗୋଦରେଜରେ ଆମେ ବିଶ୍ୱାସ କରୁ ଯେ ମ୍ୟାନୁଫ୍ୟାକ୍ଚରିଂର ଭବିଷ୍ୟତ ଲୋକଙ୍କୁ ସଶକ୍ତ କରିବା ଏବଂ ପୃଥିବୀକୁ ସୁରକ୍ଷିତ କରିବା ଉପରେ ନିର୍ଭର କରେ, ଯାହା ସମସ୍ତଙ୍କ ପାଇଁ ସ୍ଥିରତା ପୂର୍ଣ୍ଣ ବୃଦ୍ଧି ଆଣିବ।”
ତାମିଲନାଡୁର ମୁଖ୍ୟମନ୍ତ୍ରୀ ତିରୁ ଏମ୍ କେ ଷ୍ଟାଲିନ୍ କହିଛନ୍ତି ଯେ, “ତାମିଲନାଡୁ ସର୍ବଦା ପ୍ରଗତି ଉପରେ ଧ୍ୟାନ ଦେଇଆସିଛି ଯାହା ପଛରେ ରହିଛି ଗୁରୁତ୍ୱପୂର୍ଣ୍ଣ ବିନିଯୋଗ, ଦୃଢ ମୌଳିକ ସୁବିଧା ଏବଂ ରୋଜଗାର ସୃଷ୍ଟି ଏବଂ ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧତା। ଚେନଗାଲପଟ୍ଟୁରେ ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟସ୍ ପ୍ରଥମ ସମ୍ମିଳିତ କାରଖାନା ସ୍ଥାପନ ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅଟେ। ଗୋଦରେଜ କେବଳ ତାମିଲନାଡୁର ଆର୍ôଥକ ଉନ୍ନତିରେ ଅବଦାନ ଦେଉନାହିଁ, ବରଂ ନବୀନତା ଆଣିବା, ରୋଜଗାର ସୃଷ୍ଟି କରିବା ଏବଂ ସମ୍ପ୍ରଦାୟକୁ ଉନ୍ନତ କରିବା ପାଇଁ ଉଦ୍ୟୋଗଗୁଡିକୁ ପ୍ରତିପାଳନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ମଧ୍ୟ ଦୃଢ଼ କରୁଛି। ଏକାଠି ହୋଇ, ଆମେ ଏକ ଭବିଷ୍ୟତ ଗଠନ କରୁଛୁ ଯେଉଁଠାରେ ବୃଦ୍ଧି ଏବଂ ସମାବେଶ ମିଳିତ ଭାବେ ଆଗକୁ ବଢ଼ିବେ।”
ଜିସିପିଏଲର ଏମଡି ଓ ସିଇଓ ସୁଧୀର ସିତାପତି କହିଛନ୍ତି ଯେ, “ଚେନଗାଲପଟ୍ଟୁ କାରଖାନା ଆମର ମ୍ୟାନୁଫ୍ୟାକ୍ଚରିଂ କ୍ଷମତାରେ ଏକ ପରିବର୍ତନଶୀଳ ପରିବର୍ତନକୁ ପ୍ରତିନିଧିତ୍ୱ କରୁଛି ଯାହା ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ପ୍ରଥମ ସମ୍ପୂର୍ଣ୍ଣ ସମ୍ମିଳିତ ସୁବିଧା ଭାବରେ କାର୍ଯ୍ୟ କରିବ। କାରଖାନାରେ ସିନ୍ଥଲ, ଗୋଦରେଜ ନଂ.୧, ଗୁଡନାଇଟ, ଗୋଦରେଜ ଏୟର, ଗୋଦରେଜ ଏକ୍ସପର୍ଟ ହେୟାର କଲର ଭଳି ଉତ୍ପାଦ ଉତ୍ପାଦନ କରାଯିବ। ଯୋଜନା ଅନୁସାରେ କାରଖାନା ୧୫୦୦ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି କରିବ। ଏକ ମାନୁଫାକ୍‌ଚରିଂ ହବ୍‌ଠାରୁ ଆଗକୁ ବଢ଼ି ନବସୃଜନ, ଉତ୍ପାଦକତା, ସ୍ଥାୟିତ୍ୱ ସହିତ ଜିସିପିଏଲ୍ ଭବିଷ୍ୟତରେ ଅଭିବୃଦ୍ଧି ଓ ସଫଳତାକୁ ଜାରି ରଖିବ। ଏହି ପ୍ରଗତିଶୀଳ ଓ ଭବିଷ୍ୟତର ଲକ୍ଷ୍ୟକୁ ସମର୍ଥନ କରିଥିବାରୁ ଆମେ ତାଲିମନାଡୁ ସରକାରଙ୍କ ପ୍ରତି କୃତଜ୍ଞ ଯାହା ଜରିଆରେ ଆମେ ଏହି ମାଇଲଖୁଂଟ ହାସଲ କରିପାରିଛୁ।
ଏହି ଅବସରରେ ତାମିଲନାଡୁର ଉଦ୍ୟୋଗ, ବିନିଯୋଗ, ପ୍ରୋତ୍ସାହନ ଏବଂ ବାଣିଜ୍ୟ ମନ୍ତ୍ରୀ ଡଃ ଟି ଆର. ବି. ରାଜା, ଜିସିପିଏଲ୍‌ର ଉତ୍ପାଦ ଯୋଗାଣ ସଂଗଠନ (ଭାରତ ଓ ସାର୍କ) ସୌରଭ ଝୱାର ଉପସ୍ଥିତ ଥିଲେ।

Related Post