ଆଜିର ଖାସ ଖବର
Fri. Jul 24th, 2026

ବେଲଜିୟମ ଗସ୍ତ ପାଇଁ ଜୁନିୟର ଭାରତୀୟ ପୁରୁଷ ହକି ଟିମ୍‌‌ରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌‌ପିସିର ୭କ୍ୟାଡେଟ୍‌

By Admin_Dainkasha Jul13,2026

ଭୁବନେଶ୍ୱର, ୦୯/୦୭/୨୦୨୬- ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର (ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସି)କୁ ଆଉ ଏକ ବଡ଼ ସଫଳତା ମିଳିଛି। ବେଲଜିୟମ ଗସ୍ତ ପାଇଁ ମନୋନିତ ହୋଇଥିବା ଜୁନିୟର ଭାରତୀୟ ପୁରୁଷ ହକି ଦଳରେ ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସିର ୭ ଜଣ କ୍ୟାଡେଟ୍ ସାମିଲ ହୋଇଛନ୍ତି। ଜୁଲାଇ ୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ ଅନୁଷ୍ଠିତ ହେବ।
ଓଡ଼ିଶା ନାଭାଲ ଟାଟା ହକି ଏକାଡେମୀର ପ୍ରତିଭାବାନ ଖେଳାଳି ଅନମୋଲ ଏକ୍କା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ଅନମୋଲଙ୍କ ସମେତ ସେଣ୍ଟରର ଅନ୍ୟ ୬ ଜଣ କ୍ୟାଡେଟ୍ ବିବେକ ଲାକ୍ରା, ରୋହିତ କୁଲୁ, ଅଦ୍ରୋହିତ ଏକ୍କା, ସଞ୍ଜିତ ତିର୍କୀ, ଆର୍ଯ୍ୟନ ଖେସ ଏବଂ ମୁକେଶ ଟପ୍ପୋ ଏହି ଟିମ୍‌‌ରେ ସାମିଲ ହୋଇଛନ୍ତି।

ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଭାଗିତାରେ ପ୍ରତିଷ୍ଠିତ ଏହି କେନ୍ଦ୍ର ଆଜି ଦେଶର ଅଗ୍ରଣୀ ହକି ବିକାଶ ଏକାଡେମୀ ଭାବେ ପରିଚୟ ସୃଷ୍ଟି କରିଛି। ଏଚ୍‌‌ପିସିର ୭ ଜଣ ଖେଳାଳି ଜାତୀୟ ଦଳ ପାଇଁ ମନୋନୀତ ହେବା ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସିର ଏକ ଉଲ୍ଲେଖନୀୟ ସଫଳତା। ଏଠାରେ ଯୁବ ଆଥଲେଟ୍‌‌‌ମାନଙ୍କୁ ବିଶ୍ୱସ୍ତରୀୟ କୋଚିଂ, ବୈଜ୍ଞାନିକ ପ୍ରଶିକ୍ଷଣ ପଦ୍ଧତି ଏବଂ ହାଇ-ପରଫର୍ମାନ୍ସ ଇକୋସିଷ୍ଟମ ପ୍ରଦାନ କରାଯାଉଛି। ଯାହା ଏଠାକାର କ୍ୟାଡେଟଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରୁଛି ।

ଏହି ବେଲଜିୟମ ଗସ୍ତ, ଜୁନିୟର ଭାରତୀୟ ପୁରୁଷ ଦଳକୁ ୟୁରୋପୀୟ ଖେଳାଳୀଙ୍କ ବିପକ୍ଷରେ ଖେଳିବାର ସୁଯୋଗ ଦେବା ସହ ଆଗାମୀ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ଏକ ପ୍ରସ୍ତୁତ କରିବ।

ଜାତୀୟ ଟିମ୍‌‌ରେ ମନୋନିତ ସମସ୍ତ ଖେଳାଳିଙ୍କୁ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର ପକ୍ଷରୁ ଶୁଭେଚ୍ଛା ଜଣାଯିବା ସହ ଭାରତୀୟ ଟିମ୍‌‌ର ବିଜୟ କାମନା କରାଯାଇଛି।

Related Post