ଆଜିର ଖାସ ଖବର
Thu. Apr 16th, 2026

୧୧୯ ବର୍ଷରେ ଟାଟା ଷ୍ଟିଲ୍‌

By Admin_Dainkasha Aug27,2025

ଭୁବନେଶ୍ୱର, ୨୬/୦୮/୨୦୨୫: ୧୯୦୭ ମସିହା ଅଗଷ୍ଟ ୨୬ ସେତେବେଳେର ଅବିଭକ୍ତ ଓଡ଼ିଶା-ବିହାର-ବେଙ୍ଗଲରେ ଥିବା ସାକଚିଠାରେ ଏକ ବଳିଷ୍ଠ ସ୍ୱପ୍ନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ତାହା ଥିଲା ଏକ ଇସ୍ପାତ କାରଖାନା, ଟାଟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନି(ଟିସ୍କୋ)। ଦୂରଦର୍ଶୀ ଉଦ୍ୟୋଗପତି ଜାମସେଟଜୀ ନୁସେରୱାନଜୀ ଟାଟା (ଜେ ଏନ୍ ଟାଟା)ଙ୍କ ମାନସ ସନ୍ତାନ ଥିଲା ଏହି ଇସ୍ପାତ କାରଖାନା। ଏହା କେବଳ ଇସ୍ପାତ ଯୋଗାଇ ନଥିଲା, ବରଂ ଏକ ଯୁବ ରାଷ୍ଟ୍ରର ମେରୁଦଣ୍ଡକୁ ଶକ୍ତିଶାଳୀ କରିଥିଲା। ଆଜି ଟାଟା ଷ୍ଟିଲ୍ ନିଜର ୧୧୯ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଏହା ଶିଳ୍ପ ଉତ୍କର୍ଷତା ଏବଂ କର୍ପୋରେଟ୍ ନାଗରିକତାର ଏକ ଆଦର୍ଶ ଭାବରେ ପ୍ରତିଷ୍ଠିତ ହୋଇଛି ଯାହା ଏହାର ପ୍ରତିଷ୍ଠାତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।

ଜେ ଏନ୍ ଟାଟା ଯେତେବେଳେ ପ୍ରଥମେ ଭାରତରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଚିନ୍ତା କରିଥିଲେ, ତାହା ସେହି ସମୟ ତୁଳନାରେ ଆଗୁଆ ସ୍ୱପ୍ନ ଥିଲା। ୧୯୦୭ ମସିହାରେ ଜାମସେଦପୁରରେ ଟାଟା ଷ୍ଟିଲ୍ର ଜନ୍ମ ହୋଇଥଲା।

ଟାଟା ଷ୍ଟିଲ୍ର ପ୍ରତିଷ୍ଠା ସେତେବେଳେ ହୋଇଥିଲା ଯେତେବେଳେ କି ଆଧୁନିକ ଭାରତ ଏହାର ଡେଣା ମେଲାଇବା ଆରମ୍ଭ କରୁଥିଲା। ୧୯୦୦ ଦଶକର ପ୍ରାରମ୍ଭରେ ଶ୍ରମିକ କଲ୍ୟାଣ ଏବଂ ସହରୀକରଣ ଯୋଜନାର ଅଗ୍ରଗାମୀ ଭୂମିକାରୁ ଆରମ୍ଭ କରି ଅତ୍ୟାଧୁନିକ ଉତ୍ପାଦନ, ସମାଜ କଲ୍‌ଯାଣ, ପରିବେଶ ସଂରକ୍ଷଣ ଏବଂ ନୈତିକ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ଟାଟା ଷ୍ଟିଲ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଉଦ୍‌ଯୋଗ ଭାବରେ ପ୍ରତିଷ୍ଠିତ ହୋଇଛି।

ଟାଟା ଷ୍ଟିଲ୍ କେବେବି ସଫଳତାକୁ କେବଳ ଏହାର ଆର୍ôଥକ ପ୍ରଦର୍ଶନ କିମ୍ବା ଉତ୍ପାଦନ ମାଇଲଖୁଣ୍ଟ ଦ୍ୱାରା ବ୍ୟାଖ୍ୟା କରିନାହିଁ। ଆରମ୍ଭରୁ କମ୍ପାନି ଏକ ନୀତି ଆପଣାଇଥିଲା, ତାହା ହେଉଛି ବ୍‌ଯବସାୟିକ ସଂସ୍ଥାଗୁଡିକ ସମାଜର ସେବା କରିବାକୁ ହିଁ ପ୍ରତିଷ୍ଠା କରାଯାଇଥାଏ । ‘କର୍ପୋରେଟ୍ ସାମାଜିକ ଦାୟିତ୍ୱ’ ଶବ୍ଦଟି ଅସ୍ତିତ୍ୱ ଲାଭ କରିବାର ବହୁ ଦଶକ ପୂର୍ବରୁ ଟାଟା ଷ୍ଟିଲ୍ ଏହାର କାର୍ଯ୍ୟକ୍ଷେତ୍ର ଆଖପାଖର ସମାଜ କଳ୍ୟାଣ ପାଇଁ ନିବେଶ କରୁଥିଲା। କମ୍ପାନି ଏହାର ପ୍ରତିଷ୍ଠାତାଙ୍କ ଭିଜନ ଦ୍ୱାରା ପରିଚାଳିତ ହେଉଛି। ୨୦୨୪-୨୫ ଆର୍ôଥକ ବର୍ଷରେ ଟାଟା ଷ୍ଟିଲ୍ର ସିଏସ୍‌ଆର୍ (କର୍ପୋରେଟ ସାମାଜିକ ଦାୟିତ୍ୱବୋଧ) ପ୍ରୟାସ ଭାରତରେ ୫.୭୭ ନିୟୁତ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ।

ଟାଟା ଷ୍ଟିଲ୍ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବିଶ୍ୱଯୁଦ୍ଧ, ଆର୍ôଥକ ସଙ୍କଟ ଏବଂ ପ୍ରଯୁକ୍ତିଗତ ବିପ୍ଲବକୁ ସାମ୍ନା କରିଛି। ଭାରତର ପ୍ରଥମ ସମନ୍ୱିତ ଇସ୍ପାତ କାରଖାନାରୁ ବିଶ୍ୱର ସର୍ବବୃହତ ସମନ୍ୱିତ ଇସ୍ପାତ ଉତ୍ପାଦନକାରୀଙ୍କ ମଧ୍ୟରୁ ଅନ୍ୟତମରେ ପରିଣତ ହେବା ପର୍ଯ୍ୟନ୍ତ ଟାଟା ଷ୍ଟିଲ୍ର ସଫଳତା ଏବଂ ଗ୍ରହଣୀୟତାର ଭାବ ଦ୍ୱାରା ପରିଚିତ ହୋଇଛି।

୨୦୨୪-୨୫ ଆର୍ôଥକ ବର୍ଷ କମ୍ପାନି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଥିଲା। ସେହି ବର୍ଷ ଟାଟା ଷ୍ଟିଲ୍ କଳିଙ୍ଗନଗରରେ ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ଲୁଧିଆନା ଓ ପୋର୍ଟ ଟାଲବୋଟ, ୟୁକେରେ ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣେସ ନିର୍ମାଣ ସହ କମ୍ପାନି ଏହାର ଲୋ ଏମିସନ ଇସ୍ପାତ ଉତ୍ପାଦନ ଯାତ୍ରା ଆରମ୍ଭ କରିଛି। ୨୦୪୫ ସୁଦ୍ଧା ଜିରୋ ଏମିସନ ହେବାକୁ କମ୍ପାନି ଲକ୍ଷ୍ୟ ରଖିଛି। କମ୍ପାନି ନୂଆ ପ୍ରଯୁକ୍ତିରେ ବିନିଯୋଗ, ଲଜିଷ୍ଟିକ୍ସ ପାଇଁ ବିକଳ୍ପ ଇନ୍ଧନ ବ୍ୟବହାର ଏବଂ ଏକ ସର୍କୁଲାର ଇକୋନମି ମଜଭୁତ କରି ଏହାର ମୂଲ୍ୟ ଶୃଙ୍ଖଳାକୁ କାର୍ବନ ମୁକ୍ତ କରିବା ପାଇଁ ନିରନ୍ତର ନିବେଶ କରୁଛି। ଅକ୍ଷୟ ଶକ୍ତି ଗ୍ରହଣ ଏବଂ ଡିଜିଟାଲ୍ ରୂପାନ୍ତରଣରେ ଏହାର ସହଯୋଗ ଏବଂ ବିନିଯୋଗ ଅର୍ଥନୈତିକ ବିକାଶ ସହିତ ପରିବେଶ ସଂରକ୍ଷଣକୁ ସମାନୁପାତିକ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଟାଟା ଷ୍ଟିଲ୍ ଯଦିଓ ଜାମସେଦପୁରରେ ସ୍ଥାପିତ ହୋଇଥିଲା, କିନ୍ତୁ ଏହାର ଓଡିଶା ସହିତ ଏକ ଶତାବ୍ଦୀ ପୁରୁଣା ଦୃଢ଼ ସମ୍ପର୍କ ମଧ୍ୟ ରହିଛି। ଖଣି କାର୍ଯ୍ୟଠାରୁ ଆରମ୍ଭ କରି ବର୍ତ୍ତମାନ ଓଡ଼ିଶାରେ କମ୍ପାନିର ତିନିଟି ଇସ୍ପାତ କାରଖାନା, ଗୋଟିଏ ଶିଳ୍ପ ପାର୍କ ଏବଂ ଫେରୋ ଆଲୟଜ ବ୍ୟବସାୟ ରହିଛି, ଯାହା ଦେଶରେ ଟାଟା ଷ୍ଟିଲ୍ର ଅଭିବୃଦ୍ଧି ଆକାଂକ୍ଷାର କେନ୍ଦ୍ର ସ୍ଥଳରେ ପରିଣତ ହୋଇଛି। ଟାଟା ଷ୍ଟିଲ କଳିଙ୍ଗନଗର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟକ୍ଷମ ହେବା ପରେ କମ୍ପାନି ବର୍ତ୍ତମାନ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ର କ୍ଷମତାକୁ ବାର୍ଷିକ ୧ ନିୟୁତ ଟନରୁ ୯.୫ ନିୟୁତ୍ ଟନକୁ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛି। ବର୍ତମାନ ସୁଦ୍ଧା ୧,୦୦,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ଓଡିଶା ବର୍ତ୍ତମାନ ଟାଟା ଷ୍ଟିଲ୍ର ସର୍ବବୃହତ ନିବେଶ ସ୍ଥଳ ପାଲଟିଛି.

ଟାଟା ଷ୍ଟିଲ୍ ଯାତ୍ରାର ପରବର୍ତ୍ତୀ ଅଧ୍ୟାୟରେ ଏଭଳି ସମାଧାନ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରୁଛି , ଯାହା କେବଳ ମାର୍କେଟ ନୁହେଁ, ବରଂ ଆମ ପୃଥିବୀର ସେବାରେ ଲାଗି ପାରିବ। କମ୍ପାନିର ଆଗାମୀ ଯାତ୍ରାର ଦିଗ ବେଶ୍ ସ୍ପଷ୍ଟ: ଇସ୍ପାତ ଶିଳ୍ପର ରୂପାନ୍ତରଣକୁ ଶିଳ୍ପ, ଜନତା ଓ ପୃଥିବୀର ଦୀର୍ଘସ୍ଥାୟୀ ଭବିଷ୍ୟତରେ ପରିଣତ କରିବାର ନେତୃତ୍ୱ ନେବା।

Related Post