ଭୁବନେଶ୍ୱର, ୧/୦୨: ଆଜି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟ ସମ୍ପର୍କରେ ପ୍ରେସ ବିବୃତି ଜାରି କରିଛି ଓଡ଼ିଶା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ) l ପ୍ରସ୍ତୁତ ବଜେଟ ଭାରତୀୟ ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଧ୍ୟାନ ଦେଇ ନାହିଁ ବୋଲି ଦଳ ଦର୍ଶାଇଛି l
ବଢ଼ୁଥିବା ବେରୋଜଗାରି, ମୂଲ୍ୟବୃଦ୍ଧି, ଭୟଙ୍କର ଅସମତା ଇତ୍ୟାଦି ଦେଶବାସୀଙ୍କ ପ୍ରମୁଖ ସମସ୍ୟା ଅଟେ, କିନ୍ତୁ ବଜେଟ୍ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବିଫଳ ହୋଇଛି। ଆମ ଅର୍ଥନୀତି ଅତି ଖରାପ ପରିସ୍ଥିତିରେ ଅଛି ଏବଂ ଭାରତୀୟ ଟଙ୍କାର ବ୍ୟାପକ ମୂଲ୍ୟ ଅବମୂଲ୍ୟାୟନ ହୋଇଛି । ବିଦେଶୀ ଋଣ ବୃଦ୍ଧି ପାଇଛି।
ସମାଜିକ କଲ୍ୟାଣ ଏବଂ ଅନ୍ୟ ଜନ ମଙ୍ଗଳ କାର୍ଯ୍ୟରେ ଯୋଜନାଗୁଡ଼ିକୁ ଅଗ୍ରାଧିକାର ଦିଆଯାଇନାହିଁ । ‘ମନରେଗା’ ଭଳି ଶ୍ରମ ଭିତ୍ତିକ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅବହେଳା କରାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସମାଜିକ ନିରାପତ୍ତା ପାଇଁ ବଜେଟ ଅନୁଦାନ ନୈରାଶ୍ୟ ଜନକ l
ତେଣୁ ଏହି ବଜେଟ୍ ଭାରତୀୟ ଅର୍ଥନୀତିକୁ ଅହୁରି ଅଧୋଗତି କରିବ । ନ୍ୟୁକ୍ଲିୟାର୍ ବିଜ୍ଞାନ ରେ ଘରୋଇ ପୁଞ୍ଜି ବିନିଯୋଗ ଏବଂ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ଘରୋଇ ବିନିଯୋଗକୁ ଅଅଧିକ ବୃଦ୍ଧି କରାଯାଇଛି। ଏହା ଅର୍ଥନୀତି ପାଇଁ ଶୁଭ ଲକ୍ଷଣ ନୁହେଁ।
ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (FDI) ଦ୍ୱାରା ଜୀବନ ବୀମା ଏବଂ ସାଧାରଣ ବୀମା କ୍ଷେତ୍ର ଆହୁରି ନକରାତ୍ମକ ଆଡ଼କୁ ଅଗ୍ରସର ହେବ ।
ଏହି ବଜେଟ୍ ରେ ପେନ୍ସନ୍, ସାମାଜିକ ସୁରକ୍ଷା, ଏବଂ କୃଷକମାନଙ୍କ ଦ୍ୱାରା ଦାବି କରାଯାଇଥିବା ଏମ୍ଏସ୍ପି ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକ ପ୍ରତି ସମ୍ପୂର୍ଣ୍ଣ ଭାବେ ଅନ୍ୟାୟ କରଯାଇଛି। ଏହି ବଜେଟ୍ ଲିଙ୍ଗଗତ ସମାନତା ଏବଂ ସାମାଜିକ ନ୍ୟାୟ ପ୍ରସଙ୍ଗ କୁ ଗୁରୁତ୍ବ ଦେଇ ନାହିଁ l ବଜେଟ୍ ଶୂନ୍ୟ ଦରିଦ୍ରତାର କଥା କହୁଛି, ଯାହା କି ଏକ ପ୍ରହେଳିକା ଅଟେ। ପ୍ରକୃତରେ ଦେଶରେ ଗରିବ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ଏହି ବଜେଟ କର୍ପୋରେଟ୍ ସପକ୍ଷବାଦୀ ଏବଂ ଜନସାଧାରଣଙ୍କ ଜୀବନ-ଜୀବିକା ସମସ୍ୟାଗୁଡ଼ିକୁ ସଫଳ କରିବାରେ ସାମଗ୍ରିକ ଭାବେ ବଜେଟ ବିଫଳ ହୋଇଛି ।
ସାମଗ୍ରିକ ଭାବେ ଏହା କର୍ପୋରେଟ ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ। ଗରୀବ ଲୋକଙ୍କ ପକେଟ୍ କାଟ ହେବ। ଧନୀ ଆହୁତି ଧନି ହେବେ। ଶ୍ରମିକ-କୃଷକ ର ଆୟ ବୃଦ୍ଧି ପାଇବ ନାହିଁ। ବେକାରଙ୍କୁ ରୋଜଗାର ନାହିଁ।
ସୁତରାଂ ଶିଳ୍ପ କ୍ଷେତ୍ର ରେ ଆହୁରି ମନ୍ଦି ଅବସ୍ଥା ଦେଖାଦେବ।ଏହିଭଳି ଜନ ବିରୋଧୀ ବଜେଟ ବିରୋଧ ରେ ପ୍ରତିବାଦ ପାଇଁ ଆହ୍ୱାନ କରୁଛୁ ବୋଲି ସିପିଆଇଏମର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଜାରି ବିବୃତିରେ ଦର୍ଶାଇଛନ୍ତି ।
