ଯୋଡ଼ା,୨୦/୧: ଯୋଡ଼ା ବ୍ଳକ ଅନ୍ତର୍ଗତ ଚମକପୁର ଗ୍ରାମ ପଞ୍ଚାୟତର ଧଳାଡିହି ମକର ମେଳା ଉଦଯାପିତ ହୋଇଯାଇଛି। ଏହି ମେଳା ଗତ ୧୮ ତାରିଖ ରୁ ଆରମ୍ଭ ହୋଇଥିଲା । ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିରରେ ରୀତିନୀତି ଅନୁସାରେ ମହାଦେବଙ୍କ ର ପୂଜାର୍ଚ୍ଚନା କରାଯାଇଥିଲା । ତିନି ଦିନ ଧରି ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ମହାଦେବଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମନ୍ଦିର କମିଟି ପକ୍ଷରୁ ପାଲା ପରିବେଷଣ, ଆଦିବାସୀ ନୃତ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଏହାକୁ ଦେଖିବାକୁ ବିଭିନ୍ନ ଅଂଚଳ ରୁ ବହୁ ଲୋକଙ୍କ ଭିଡ଼ ଜମିଥିଲା ।

