ଭୁବନେଶ୍ୱର, ୨୫ା୦୧ : ଚାରିଦଶନ୍ଧି ତଳେ ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ‘ବାଲ୍କୋ’(ଭାରତ ଆଲୁମିନିୟମ କମ୍ପାନି)ର ବକ୍ସାଇଟ ଖଣି ପ୍ରକଳ୍ପକୁ ବନ୍ଦ କରିବା ଦାବି ନେଇ ଏକ ଦୁର୍ବାର ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଜନ ଆନ୍ଦୋଳନର ଚାପରେ ତକ୍ରାଳୀନ ସରକାର ପ୍ରକଳ୍ପର ଖଣି ଲିଜକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । ସ୍ୱାଧୀନୋତ୍ତର ଓଡ଼ିଶାରେ ପ୍ରଥମଥର ପାଇଁ ସରକାର (ରାଜଶକ୍ତି) ଲୋକଶକ୍ତି ସମ୍ମୁଖରେ ମୁଣ୍ଡ ନୁଆଁଇଥିଲେ । ଗନ୍ଧମାର୍ଦ୍ଦନର ଜନ ପରିବେଶ ସୁରକ୍ଷା ପାଇଁ ଏହା ଏକ ସଫଳ ଓ ଐତିହାସିକ ଜନଆନ୍ଦୋଳନ ଭାବରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ । ପରବର୍ତ୍ତୀ କାଳରେ ଏହି ଆନେ୍ଦାଳନ ଓଡ଼ିଶା ତଥା ରାଜ୍ୟ ବାହାର ଅନେକ ଜନଆନେ୍ଦାଳନକୁ ପ୍ରେରଣା ଦେଇଛି । ଏହିସବୁ ପରିବର୍ତ୍ତନର ଫଳସ୍ୱରୂପ ଜନଆନ୍ଦୋଳନ ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ଠାରୁ ଅଶୀ ଦଶକ ଭଳି ଭୂମିକା ଆଦୌ ସମ୍ଭବ ନୁହେଁ । ପୁନଶ୍ଚ, ସମାଜରେ ଜନବାଦୀ ବୁଦ୍ଧିଜୀବୀମାନଙ୍କର ଉପସ୍ଥିତିରେ ଦ୍ରୁତ ହ୍ରାସ ଏବଂ ନାଗରିକ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଉପରେ ନାନା କଟକଣାଯୋଗୁଁ ଏ ବିଷୟକ ସଂକଟ ଘନୀଭୂତ ହୋଇଚାଲିଛି । ଜନଆନ୍ଦୋଳନ ପାଇଁ ଏହା ଏକ ଗମ୍ଭୀର ସଂକଟର ସମୟ ବୋଲି ଆଜି ପାକ୍ଷିକ ବିଚାରଶୀଳ ପତ୍ରିକା ‘ସମଦୃଷ୍ଟି’ର ୨୦ତମ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ କୃଷକ ନେତା ତଥା ଚିନ୍ତକ ଗନ୍ଧମାର୍ଦ୍ଦନ ଆନେ୍ଦାଳନର ପ୍ରମୁଖ ଶ୍ରୀ ଲିଙ୍ଗରାଜ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଅପରାହ୍ନରେ ସମଦୃଷ୍ଟି ଟିମ୍ ତରଫରୁ ଆୟୋଜିତ ବିକଳ୍ପ ପତ୍ରିକାପ୍ରଦର୍ଶନୀକୁ ପ୍ରଫେସର ଅମୀୟ ମହାନ୍ତି, ଓ ଊଷାରାଣୀ ବେହେରା ଉଦ୍ଘାଟନ କରିଥିଲେ । ସମଦୃଷ୍ଟିର ବିଂଶତମ ବାର୍ଷିକ ଉତ୍ସବ ଓ ଅଶୋକ ବାବୁ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ସମ୍ପାଦକ ସୁଧୀର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । କାର୍ଯ୍ୟକାରୀ ସମ୍ପାଦକ ବଘ୍ନେଶ୍ୱର ସାହୁଙ୍କ ସ୍ୱାତ ଭାଷଣ ପରେ ସୁଶ୍ରୀ ମହାଶ୍ୱେତା ପଟ୍ଟନାୟକ ପ୍ରଥମେ ବୈପ୍ଳବି୍ ସଙ୍ଗିତି ପରିବେଣେ କରଲାପରେ ଅତିଥିମାନେ ସମଦୃଷ୍ଟିର ସ୍ୱତନ୍ତ ‘ ଜନଆନେ୍ଦାଳନ ସ୍ୱତନ୍ତ୍ର’ ସଂଖ୍ୟା, ସମଦୃଷ୍ଟି କ୍ୟାଲେଣ୍ଡର, ବୀରେନ୍ଦ୍ର ନାୟକଙ୍କ ପୁସ୍ତିକା ‘ନୂତନ ଅପରାଧ ଆଇନ-୨୦୨୩’, ଲିଙ୍ଗରାଜଙ୍କ ପୁସ୍ତିକା-‘ରାଷ୍ଟ୍ର ନିର୍ମାଣର ସଠିକ ଧାରା : ଗାନ୍ଧୀ ନା ଗଡ଼ସେ ଓ ଅନ୍ୟାନ୍ୟ ପ୍ରବନ୍ଧ ଏବଂ ପୁଷ୍ପାଞ୍ଜଳି ଶତପଥୀଙ୍କ କବିତା ପୁସ୍ତିକା- ‘କିଛି ଫଟୋ- କିଛି କବିତା’କୁ ପ୍ରଫୁଲ୍ଲ ସାମନ୍ତରା, ଆଶୁତୋଷ ପରିଡ଼ା ଏବଂ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ ଲୋକାର୍ପଣ କରିଥିଲେ ।ସମଦୃଷ୍ଟି ସମ୍ପାଦକ ସୁଧୀର ପଟ୍ଟନାୟକ ସମଦୃଷ୍ଟିର ଦୁଇଦଶନ୍ଧିର ବନ୍ଧୁର ଯାତ୍ରା ଓ ପାଠକଙ୍କ ଆପ୍ୟହ ତଥା ନିଷ୍ଠାଯୋଗୁଁ ବିକଳ୍ପ ପତ୍ରିକା ଚାଲିବା ସମ୍ଭବପର ହୋଇଛି ବୋଲି କହଇଥିଳେ । ଅଧିକରୁ ଅଧିକ ପାଠକୀୟ ସହଯୋଗିତା ଏବଂ ଲେଖାଉପାଦାନ ରହିଲେ ପାଠକୀୟ ଆକର୍ଷଣ ବଢ଼ିବ ବୋଲି ମତ ପ୍ରକାଶ ପାଇଥିଲା ।ସମଦୃଷ୍ଟିର କାର୍ଯ୍ୟକାରୀ ସମ୍ପାଦକ ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

