ଆଜିର ଖାସ ଖବର
Sat. May 30th, 2026

ବଲିଉଡ଼ର ପୁନରୁଥାନ

By Dainikasha Jul11,2024

ହିନ୍ଦିଚଳଚ଼ିତ୍ର ୨୦୧୭ ତୁଳନାରେ ୨୦୧୮ରେ ଭଲ ବ୍ୟବସାୟ କରିଥିବା ହିସାବ କରାଯାଇଛି । ସାମଗ୍ରିକଭାବେ ୨୦୧୬ ଓ ୨୦୧୭ରେ ବଡ଼ ବଜେଟର ଚଳଚ଼ିତ୍ରଗୁଡ଼ିକ କ୍ରମାଗତ ବକ୍ସ ଅଫିସରେ ଫେଲ ମାରୁଥିଲା । ବଲିଉଡ଼ ଆୟର ଦୁଇ ତୃତୀୟାଂଶ ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆସିଥାଏ । କିନ୍ତୁ ୨୦୧୪ରୁ ୨୦୧୭ ଚ଼ାରିବର୍ଷ ଧରି ପ୍ରେକ୍ଷାଳୟରେ ଦର୍ଶକ ସଂଖ୍ୟା ନୈରାଶ୍ୟଜନକ ରହି ଆସୁଥିବା ସ୍ଥଳେ ୨୦୧୮ରେ ସାମାନ୍ୟ ଉନ୍ନତି ଲକ୍ଷ୍ୟ କରାଯାଇଥିଲା ।

କେତେକ ଛୋଟ ବଜେଟର ହିନ୍ଦିଚଳଚ଼ିତ୍ରର ବ୍ୟାବସାୟିକ ସଫଳତା ୨୦୧୮ର ବୈଶିଷ୍ଟ୍ୟ । ‘ବଧାଇ ହୋ’ ଓ ‘ଅନ୍ଧାଧୂନ’ ଭଳି ଚଳଚ଼ିତ୍ର ପ୍ରତି ଦର୍ଶକ ଆକୃଷ୍ଟ ହେବା ବଲିଉଡ଼ଚଳଚ଼ିତ୍ର ନିର୍ମାଣରେ ମସଲା ପରମ୍ପରାରେ ମୋଡ଼ ଆଣି ଦେଇପାରିଛି । ‘ବଧାଇ ହୋ’ର କାହାଣୀ ଏକ ମଧ୍ୟବିତ୍ତ ୫୦ ବର୍ଷୋତ୍ତର ରେଳ କର୍ମଚ଼ାରୀଙ୍କ ପତ୍ନୀ ହଠାତ ଗର୍ଭଧାରଣ କରିବା ଘଟଣାକୁ ନେଇ ଗଢ଼଼ି ଉଠିଥିଲା । ଗଜରାଜ ରାଓ ରେଳ କର୍ମଚ଼ାରୀ ଓ ନୀନା ଗୁପ୍ତା ତାଙ୍କରି ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ପ୍ରାୟ ୩୦ କୋଟି ଟଙ୍କାରେ ନିର୍ମିତ ଚଳଚ଼ିତ୍ରଟି ପ୍ରଥମ ସପ୍ତାହରେ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୭୩ କୋଟି ଟଙ୍କା ଆଦାୟ କରିଥିଲା ।

‘ଅନ୍ଧାଧୂନ’ ରହସ୍ୟ ରୋମାଞ୍ଚଭରାଥ୍ରୀଲର । ଜଣେ ବ୍ୟକ୍ତି ଅନ୍ଧ ଅଭିନୟ କରି ଏକ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ପାଲଟିଯାଏ । ଚଳଚ଼ିତ୍ରଟିପ୍ରଥମ ସପ୍ତାହରେ ବକ୍ସଅଫିସରୁ୫୬ କୋଟି ଟଙ୍କା ସଂଗ୍ରହ କରିଥିଲା । ‘ରାଜି’ଚଳଚ଼ିତ୍ରରେ ଜଣେ ଭାରତୀୟ ଯୁବତୀ ୧୯୭୧ ଯୁଦ୍ଧ ଅବସରରେ ଗୋଇନ୍ଦାଗିରି ଉପଲକ୍ଷେ ପାକିସ୍ଥାନୀ ସେନା ଅଫିସରଙ୍କୁ ବିବାହ କରିବା ଘଟଣା ଉପରେ ପର୍ଯ୍ୟବସିତ । ଏସବୁ ଚଳଚ଼ିତ୍ରର କାହାଣୀ ଗତାନୁଗତିକ ବଲିଉଡ଼ଚଳଚ଼ିତ୍ରଠାରୁ ଭିନ୍ନ । ଏଭଳି ବିବିଧତାକୁ ଦର୍ଶକମାନେ ଉପଭୋଗ କରିବା ବଲିଉଡ଼ଚଳଚ଼ିତ୍ରର ଗୁଣାତ୍ମକ ବିକାଶଲାଗି ସଂଭାବନା ସୃଷ୍ଟି କରିଥାଏ ।

ସଞ୍ଜୁ, ପଦ୍ମାବତ, ଭିରେ ଦି ୱେଡ଼ିଂ ଭଳି ମସଲା ଚଳଚ଼ିତ୍ର ସହ ସ୍ତ୍ରୀ, ଭାରତ ଆନେ ନେନୁ, ରଂଗସ୍ଥଳମ, ରେନୁ କେ ଟିଟୁ କୀ ସୁଇଟି ୨୦୧୮ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଚଳଚ଼ିତ୍ର ମଧ୍ୟରେ ଅନ୍ୟତମ । ଚ଼େନ୍ନାଇରେ ପ୍ରଯୋଜିତ ରଜନୀକାନ୍ତଙ୍କ ‘୨.୦’ହିନ୍ଦିରେଡବିଂ ହୋଇ ୨୦୧୮ ନଭେମ୍ୱର ଶେଷ ସପ୍ତାହରେ ରିଲିଜ ହୋଇଥିଲା । ଏହା ପ୍ରଥମ ସପ୍ତାହରେ ୨୧ କୋଟି ଟଙ୍କା ବକ୍ସ ଅଫିସରୁ ଆଦାୟ କରିଥିଲା । ତେଲୁଗୁ ଓ ତାମିଲରେ ୪୦ କୋଟି ଟଙ୍କା ମିଳିଥିଲା । ଚଳଚ଼ିତ୍ରଟି ତିନୋଟି ଭାଷାରେ ସାତ ହଜାର ରୂପେଲି ପରଦାରେ ଉଭୟ ୨ଡି ଓ ୩ଡି ଆଙ୍ଗୀକରେ ରିଲିଜ କରାଯାଇଥିଲା । ପ୍ରାୟ ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚଳଚ଼ିତ୍ରଟିରସେଟେଲାଇଟ ଓ ଷ୍ଟ୍ରୀମିଂ ସତ୍ତ୍ୱ ବାବଦରେ ୧୯୦ କୋଟି ଟଙ୍କା ରିଲିଜ ଆଗରୁ ମିଳିଯାଇଥିଲା । ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ‘୨.୦’ ରିଲିଜ ଅନ୍ୟତମ ଦୃଷ୍ଟିଆକର୍ଷଣକାରୀ ଘଟଣା ।

ଡ଼ିଜିଟାଲ କାରିଗରୀ କୌଶଳର ବିକାଶ ସହ ସମତାଳ ରଖି ଭାରତୀୟ ଚଳଚ଼ିତ୍ରନିର୍ମାଣଲାଗି ଯେ କେବଳ ଡ଼ିଜିଟାଲ ପଦ୍ଧତି ବ୍ୟବହାର କରାଯାଉଛି ତାହା ନୁହ, କ୍ରମଶଃ ଚଳଚ଼ିତ୍ର ପ୍ରଦର୍ଶନରେ ମଧ୍ୟ ଡ଼ିଜିଟାଲପରିବେଶ ଉପଯୋଗ ଦେଖିବାକୁ ମିଳୁଛି । ଏକ ପକ୍ଷରେ ଇଣ୍ଟରନେଟ ମାଧ୍ୟମରେ କମ୍ପ୍ୟୁଟର ଓ ମୋବାଇଲ ପର୍ଦ୍ଦାରେ ଚଳଚ଼ିତ୍ର ଉପଭୋଗର ଲୋକପ୍ରିୟତା ଫଳସ୍ୱରୂପ ଅଧିକରୁ ଅଧିକ ଚଳଚ଼ିତ୍ରରଷ୍ଟ୍ରୀମିଂ ସତ୍ତ୍ୱ ବିକ୍ରୀରୁ ବଲିଉଡ଼ଚଳଚ଼ିତ୍ର ପ୍ରଯୋଜକଗଣ ନିର୍ମାଣ ଖର୍ଚ୍ଚର ୨୦ ପ୍ରତିଶତ ଯାଏଁ ରାଜସ୍ୱ ଆଦାୟରେ ସକ୍ଷମ ହୋଇପାରୁଛନ୍ତି ।

ଅପରପକ୍ଷରେ ଚଳଚ଼ିତ୍ର ରିଲିଜ ଅବସରରେ ପ୍ରମୋଶନ କରିବା ନିମନ୍ତେ ଟ୍ରେଲର ବା ‘ଫାଷ୍ଟ ଲୁକ ବା ଇମ୍ପ୍ରେସନ’ ସୋସିଆଲ ମିଡ଼ିଆରେ ପ୍ରସାରଣ ଲୋକପ୍ରିୟ ହେବାରେ ଲାଗିଛି । ଶାହାରୁଖଖାନ ଅଭିନୀତ ‘ଜିରୋ’ ୨୦୧୮ରେ ରିଲିଜ ହେବା ପୂର୍ବରୁ ୟୁ-ଟ୍ୟୁବରେ ପ୍ରସାରଣର ତିନି ସପ୍ତାହ ମଧ୍ୟରେ ୧୦ କୋଟି ଦର୍ଶକ ଦେଖିଥିଲେ । ସେଥିମଧ୍ୟରୁ ୨୦ ଲକ୍ଷ ଅନୁକୂଳ ଓ ଦେଢ଼ ଲକ୍ଷ ପ୍ରତିକୂଳ ମନ୍ତବ୍ୟ ଲିପିବଦ୍ଧ କରିଥିଲେ । ବଲିଉଡ଼ରେ୨୦୧୮ରେ ରିଲିଜ ହୋଇଥିବା ମାତ୍ର କେତେଗୋଟି ଚଳଚ଼ିତ୍ରକୁ ବାଦ ଦେଲେ ସବୁଗୁଡ଼ିକରଟ୍ରେଲର ୟୁ-ଟ୍ୟୁବରେ ହିଁ ପ୍ରଥମେ ପ୍ରଦର୍ଶିତ ହୋଇଥିବା ଜଣାଯାଏ । ଏଥିସହ ଫେସବୁକ ଓ ଇନଷ୍ଟ୍ରାଗ୍ରାମ ଭଳି ସୋସିଆଲ ମିଡ଼ିଆ ମଞ୍ଚରେ ମଧ୍ୟ ଟ୍ରେଲର ପ୍ରସାରଣ ବହୁଳଭାବେ ଦେଖିବାକୁ ମିଳିଥାଏ ।

ଚଳଚ଼ିତ୍ରରପ୍ରମୋଶନରେଟ୍ରେଲରର ଗୁରୁତ୍ୱ ଦୃଷ୍ଟିରୁ ବଲିଉଡ଼ ପ୍ରଯୋଜକମାନେ କ୍ରମଶଃ ଟ୍ରେଲର ନିର୍ମାଣ ପ୍ରତି ଅଧିକ ଯତ୍ନଶୀଳ ହେଉଛନ୍ତି । ମୂଳ ଚଳଚ଼ିତ୍ରର ବିଷୟବସ୍ତୁ ସହ ଉଲ୍ଲେଖନୀୟ ଉପାଦାନଗୁଡ଼ିକୁଟ୍ରେଲରରେ ସ୍ଥାନିତ କରିବା ନିମନ୍ତେ ଉଦ୍ୟମ କରାଯାଉଛି । ବଲିଉଡ଼ଟ୍ରେଲର ପିଛା ୧୦ ଲକ୍ଷରୁ କୋଟିଏ ଟଙ୍କା ଯାଏଁ ବ୍ୟୟ କରାଯାଉଥିବା ଚର୍ଚ୍ଚିତ ହୋଇଥାଏ ।

ଭାରତରେ ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ଉପଭୋଗ ଲୋକପ୍ରିୟ ହେବା ଅବସରରେ ୟୁ-ଟ୍ୟୁବ ଦର୍ଶକଙ୍କ ପ୍ରଥମ ପସନ୍ଦ ମଞ୍ଚରେ ପରିଣତ ହୋଇଛି । କୁହାଯାଏ ଯେ ‘ଟି-ସିରିଜ’ର ୟୁ-ଟ୍ୟୁବଚ଼୍ୟାନେଲରସାତକୋଟି ଗ୍ରାହକ ରେଜିଷ୍ଟ୍ରୀଭୁକ୍ତ ହୋଇଛନ୍ତି । ଏଭଳି ପରିବେଶରେ ୟୁ-ଟ୍ୟୁବରେବଲିଉଡ଼ଚଳଚ଼ିତ୍ରରଟ୍ରେଲରରିଲିଜ ପରେ ଖୁବ୍ କମ ସମୟ ମଧ୍ୟରେ ଏକ ବିସ୍ତୃତ ଦର୍ଶକମଣ୍ଡଳୀନିକଟରେ ଚଳଚ଼ିତ୍ର ସଂପର୍କୀତ ତଥ୍ୟ ପ୍ରସାରଣ ଏକ ନୂତନ ସୁଯୋଗ ସୃଷ୍ଟି କରିଛି । ଅତୀତରେ ଚଳଚ଼ିତ୍ରପ୍ରେକ୍ଷାଳୟରେ ଟ୍ରେଲର ପ୍ରଦର୍ଶନ ତଥା ଟେଲିଭିଜନରେ ପ୍ରସାରଣ ବ୍ୟୟସାପେକ୍ଷଥିବା ସ୍ଥଳେ ୟୁ-ଟ୍ୟୁବରେପ୍ରଦର୍ଶନ ବିନାଖର୍ଚ୍ଚରେ ସଂଭବପର ହୋଇପାରୁଛି ।

ଖ୍ୟାତନାମା ଅଭିନେତା ଶାହରୁଖଖାନଙ୍କ ଅଭିନୀତ ‘ଜିରୋ’ ୨୦୧୮ ଡ଼ିସେମ୍ୱର ଶେଷରେ ରିଲିଜ ହୋଇଥିଲା । ବକ୍ସଅଫିସରେଚଳଚ଼ିତ୍ରଟି ଭଲ ବ୍ୟବସାୟ କରିପାରିନଥିଲା । ଏଥିପୂର୍ବ ରିଲିଜ ହୋଇଥିବା ‘ଫେନ’ ଓ ‘ଜବ ହାରୀ ମେଟସେଜଲ’ ମଧ୍ୟ ବ୍ୟାବସାୟିକ ଦୃଷ୍ଟିରୁ ଫେଲ ମାରିଥିଲା । ‘ଜିରୋ’ର କାହାଣୀ ଜଣେ ଦିବ୍ୟାଙ୍ଗଙ୍କ ଗୁରୁତର ରୋଗାକ୍ରାନ୍ତ ବିଜ୍ଞାନୀଙ୍କ ସହ ପ୍ରେମ ସଂପର୍କକୁ ନେଇ ଗଢ଼ି ଉଠିଥିଲା । କାହାଣୀରେ ନୂତନତ୍ୱ ଥିବା ସତ୍ତ୍ୱେ ତାହା ଦର୍ଶକଙ୍କୁ ଆକର୍ଷିତ କରିପାରି ନଥିଲା । ଶାହାରୁଖଖାନ ୫୩ ବର୍ଷରେ ପଦାର୍ପଣ କରିଛନ୍ତି । ସେ ପ୍ରାୟ ଶହେ ସରିକି ଚଳଚ଼ିତ୍ରରେ ଅଭିନୟ କରିଥିବା ସ୍ଥଳେ ୬୦ ଚଳଚ଼ିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ହୁଏତ ପରିବର୍ତ୍ତିତ ପରିବେଶରେ ତାଙ୍କରି ଅଭିନୀତ ଚଳଚ଼ିତ୍ରଗୁଡ଼ିକଲୋକପ୍ରିୟତା ହାସଲ କରିପାରୁ ନାହିଁ ।

ନୂତନ ପରିବେଶ ଚଳଚ଼ିତ୍ରର କାହାଣୀ, ଚରିତ୍ର ଚ଼ିତ୍ରଣ, ଅଭିନେତା ନିର୍ବାଚ଼ନଠାରୁଆରମ୍ଭକରିଚଳଚ଼ିତ୍ର ପ୍ରଦର୍ଶନ ଓ ରିଲିଜ ବିଜ୍ଞାପନ ଯାଏଁ ପ୍ରଭାବ ବିସ୍ତାର କରିଛି । ଅତୀତରେ ଚଲଚ଼ିତ୍ରର କାହାଣୀ ନାୟକ ନାୟିକାକେନ୍ଦ୍ରୀକ ଅଥବା ଖ୍ୟାତନାମା ଚଳଚ଼ିତ୍ର ଅଭିନେତା-ଅଭିନେତ୍ରୀକେନ୍ଦ୍ରୀକ ଆଙ୍ଗୀକରେ ଗଢ଼ି ଉଠୁଥିଲା । ୨୦୧୮ର ବଲିଉଡ଼ର କେତେକ ସଫଳ ଚଳଚ଼ିତ୍ରରେ ସେହି ଧାରା ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳେ । ‘ବଧାଇ ହୋ’ର କାହାଣୀ ୫୦ ବର୍ଷୋତ୍ତର ନାୟକନାୟିକାଙ୍କଯୋଡ଼ିକୁ ନେଇ ଗଢ଼ି ଉଠିଥିବା ବେଳେ ‘ରାଜୀ’ର ନାୟିକା ଆଲିଆ ଭଟ୍ଟଙ୍କ ସ୍ଥାନରେ ଅନ୍ୟ କେହି ବି ଅଭିନୟ କରିପାରିଥାନ୍ତେ । କେତେକ ଚଳଚ଼ିତ୍ରସମାଲୋଚ଼କଙ୍କ ମତରେ ଚଳଚ଼ିତ୍ରଜନ୍ମକାଳରୁ ଆସ୍ଥାନ ଜମାଇ ବସିଥିବା ପ୍ରେମକେନ୍ଦ୍ରୀକ କାହାଣୀରୁ ଦୂରେଇ ଯିବା ଲାଗି ସ୍ଥଳବିଶେଷରେ ଉଦ୍ୟମ ଫଳପ୍ରଦ ହେଉଛି । ତେବେ ପ୍ରଶ୍ନ ଉଠେ ୨୦୧୮ରେ ବଲିଉଡ଼ଚଳଚ଼ିତ୍ରବ୍ୟବସାୟରେ ସାମାନ୍ୟ ଉନ୍ନତିର ଯେଉଁ ଆଭାସ ମିଳୁଛି ତାହା ୨୦୧୯ରେ ଶାଣିତ ହୋଇପାରିବ କି ?

Related Post