ଆଜିର ଖାସ ଖବର
Thu. Apr 16th, 2026

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଓଜିକ୍ୟୁ ଫାଉଣ୍ଡେସନ ଫର୍ ସ୍ପୋର୍ଟସ୍ ଆଣ୍ଡ୍ ଗେମ୍‌ସ ଓ ଇନ୍‌ସ୍ପାୟର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

By Admin_Dainkasha Dec23,2024
Axis Bank signs MoU with OGQ- Foundation for Promotion of Sports and Games and Inspire Institute of Sport to support the Next Generation of Indian Olympians
Axis Bank signs MoU with OGQ- Foundation for Promotion of Sports and Games and Inspire Institute of Sport to support the Next Generation of Indian Olympians
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଓଜିକ୍ୟୁ ଫାଉଣ୍ଡେସନ ଫର୍ ସ୍ପୋର୍ଟସ୍ ଆଣ୍ଡ୍ ଗେମ୍‌ସ (ଏଫ୍‌ପିଏସ୍‌ଜି) ଓ ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍ (ଆଇଆଇଏସ୍‌) ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ଦୁଇ ସହଯୋଗିତାର ଲକ୍ଷ୍ୟ ହେଉଛି ଉଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବର୍ତମାନ ପିଢ଼ିର କ୍ରୀଡ଼ାବିତଙ୍କୁ ସହଯୋଗ କରିବା ଓ ପରବର୍ତୀ ପିଢ଼ିର ଯୁବ କ୍ରୀଡ଼ାବିତମାନଙ୍କୁ ସମୃଦ୍ଧ କରିବା। ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପ୍ରଥମ ଥର ଲାଗି ସିଏସ୍‌ଆର୍ ଅଧୀନରେ କ୍ରୀଡ଼ାକୁ ସହଯୋଗ ପ୍ରଦାନ କରାଯାଉଛି।
ଓଜିକ୍ୟୁ-ଏଫପିଏସଜି କାର୍ଯ୍ୟକ୍ରମ ସହିତ ବ୍ୟାଙ୍କର ସହଯୋଗିତା ତୀରନ୍ଦାଜି, ବ୍ୟାଡମିଂଟନ, ବକ୍ସିଂ, ସୁଟିଂ, କୁସ୍ତି, ଆଥଲେଟିକ୍ସ, ସୁଇମିଂ, ଟେବୁଲ ଟେନିସ, ଭାରୋତୋଳନ, ସ୍କ୍ୱାସ ଭଳି ୧୦ଟି ବ୍ୟକ୍ତିଗତ ଅଲିମ୍ପିକ୍ କ୍ରୀଡ଼ା ଏବଂ ୮ ପାରାଲିମ୍ପିକ୍ କ୍ରୀଡ଼ା ଯଥା ଆଥଲେଟିକ୍ସ, ତୀରନ୍ଦାଜି, ବ୍ୟାଡମିଂଟନ, ସୁଟିଂ, ପାୱାରଲିଫ୍ଟିଂ, ଟେବୁଲ ଟେନିସ, କାନୋଇ, ଦୃଷ୍ଟିହୀନ ଜୁଡୋରେ ଚାରି ବର୍ଷ ମଧ୍ୟରେ ୧୫୦ କ୍ରୀଡ଼ାବିତ ଏବଂ ପାରା-କ୍ରୀଡ଼ାବିତଙ୍କୁ ସହାୟତା କରିବ। ସେମାନେ ଯେଭଳି ଅଲିମ୍ପିକ୍ସ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦେଶ ପାଇଁ ଗୌରବ ଆଣିବା ଲାଗି ବିଶେଷଜ୍ଞ ପ୍ରଶିକ୍ଷଣ, ମାନସିକ ସୁସ୍ଥତା ଏବଂ ଆଘାତା ପୁନରୁଦ୍ଧାର କାର୍ଯ୍ୟକ୍ରମର ଲାଭ ପାଇପାରିବେ।
ଆଇଆଇଏସ୍ ସହଯୋଗିତାରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ମଣିପୁରରେ ଆକ୍ସିସ୍ ବ୍ୟାଙ୍କ ଜୁଡୋ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମଣିପୁର ଓ ଉତର ପୂର୍ବାଚଂଳ ରାଜ୍ୟଗୁଡ଼ିକରେ ଯୁଡୋ କ୍ରୀଡ଼ାକୁ ତୃଣମୂଳ ସ୍ତରରେ ପ୍ରସାର କରିବାକୁ ଲକ୍ଷ୍ୟ ରଖାଯାଇଛି। ମଣିପୁରର ୫୦ ସମେତ ୯୦ କ୍ରୀଡ଼ାବିତଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରାଯିବ ଏବଂ ସାରା ଦେଶରୁ ୪୦ ମହିଳା କ୍ରୀଡ଼ାବିତ କର୍ଣ୍ଣାଟକର ବିଜୟନଗରରେ ଥିବା ଅତ୍ୟାଧୁନିକ ଆଇଆଇଏସ କ୍ୟାମ୍ପସରେ ଶିକ୍ଷା ଓ ତାଲିମ ପାଇଁ ସ୍କଲାରସିପ୍ ପାଇବେ।
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍ଜିକ୍ୟୁଟିଭ୍‌-ଷ୍ଟ୍ରାଟେଜିକ୍ ପ୍ରୋଗ୍ରାମସ୍ ଆଣ୍ଡ୍ ସଷ୍ଟେନେବିଲିଟି ବିଜୟ ମୁଲବଗାଲ କହିଛନ୍ତି ଯେ, “ଭାରତରେ କ୍ରୀଡ଼ା ବ୍ୟବସ୍ଥାକୁ ସମର୍ଥନ କରିବା ଦିଗରେ ଆକ୍ସିସ୍ ବ୍ୟାଙ୍କ ଓଜିକ୍ୟୁ କାର୍ଯ୍ୟକ୍ରମ ଏବଂ ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ ସହ ସହଯୋଗିତା କରି ଆନନ୍ଦିତ। ଏହି ଦୁଇଟି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଆମର ସହଯୋଗିତା ମାଧ୍ୟମରେ ଆମେ ଦେଶରେ ଥିବା ଅନ୍ତର୍ନିହିତ କ୍ରୀଡ଼ା ପ୍ରତିଭାକୁ ଆବିଷ୍କାର ଏବଂ ସମୃଦ୍ଧ କରିବାରେ ସାହାଯ୍ୟ କରିବାକୁ ଚାହୁଁଛୁ ଯାହା ଦ୍ୱାରା ସେମାନେ କେବଳ ସେମାନଙ୍କ କ୍ରୀଡ଼ା ବିଭାଗରେ ସର୍ବୋଚ୍ଚ ସ୍ତରରେ ସଫଳ ହୋଇପାରିବେ ତାହା ନୁହଁ ବରଂ ଦାୟିତ୍ୱବାନ, ଆତ୍ମବିଶ୍ୱାସୀ ବ୍ୟକ୍ତିରେ ମଧ୍ୟ ପରିଣତ ହୋଇପାରିବେ।”
ଓଜିକ୍ୟୁ ଫାଉଣ୍ଡେସନ ଫର ପ୍ରମୋସନ ଅଫ୍ ସ୍ପୋର୍ଟସ ଆଣ୍ଡ ଗେମ୍‌ସର ଏମଡି ଏବଂ ସିଇଓ ବିରେନ ରାସ୍କିନ୍‌ହା କହିଛନ୍ତି ଯେ, “ଆମେ ବହୁତ ଖୁସି ଯେ ଆକ୍ସିସ ବ୍ୟାଙ୍କ ଓଜିକ୍ୟୁ ସମର୍ଥକଙ୍କ ପରିବାର ସହିତ ମିଶି ଭାରତୀୟ କ୍ରୀଡ଼ାବିତମାନଙ୍କୁ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବାରେ ସାହାଯ୍ୟ କରୁଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ର ମିଳିତ ସହଯୋଗରେ ଏକ ରାଷ୍ଟ୍ର ଭାବେ କ୍ରୀଡ଼ା ଉତ୍କର୍ଷତା ପାଇଁ ପ୍ରୟାସ କରୁଥିବାରୁ ଓଜିକ୍ୟୁ ପ୍ରତି ଆକ୍ସିସ୍ ବ୍ୟାଙ୍କର ପ୍ରତିବଦ୍ଧତା ଆମର ପ୍ରୟାସକୁ ସୁଦୃଢ଼ କରିଛି।”
ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟର ସଭାପତି ମନୀଷା ମାଲହୋତ୍ରା କହିଛନ୍ତି, “ଭାରତୀୟ କ୍ରୀଡ଼ା ବ୍ୟବସ୍ଥାକୁୁ ଏହାର ପ୍ରକୃତ ସାମର୍ଥ୍ୟକୁ ଉପଯୋଗ କରିବାରେ କର୍ପୋରେଟ୍ ଇଣ୍ଡିଆର ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆଇଆଇଏସ୍‌ରେ ଆକ୍ସିସ୍ ବ୍ୟାଙ୍କ ଆମର ବଢୁଥିବା ଦାତା ତାଲିକାରେ ସାମିଲ ହୋଇଥିବାରୁ ଆମେ ପ୍ରକୃତରେ ଆନନ୍ଦିତ। ବିଜୟନଗର ଏବଂ ମଣିପୁରରେ ଆମର ଜୁଡୋକାମାନଙ୍କର ଏକ ପ୍ରତିଭାସମ୍ପନ୍ନ ଯୁବ ଗୋଷ୍ଠୀ ଅଛି ଏବଂ ଆକ୍ସିସ୍ ବ୍ୟାଙ୍କର ଆମର ଜୁଡୋ କାର୍ଯ୍ୟକ୍ରମକୁ ସମର୍ଥନ କରିବା ସେମାନଙ୍କୁ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବଶ୍ୟକ ସଠିକ୍ ପ୍ରଦର୍ଶନ ଏବଂ ପ୍ରଶିକ୍ଷଣ ପାଇବାରେ ସାହାଯ୍ୟ କରିବ।”

Related Post