ଆଜିର ଖାସ ଖବର
Sat. Apr 18th, 2026

ଆଲାଏଡ୍ ଇଞ୍ଜିନିୟରିଂ ୱାର୍କସ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Jul11,2025

ଭୁବନେଶ୍ୱର: ପ୍ରଯୁକ୍ତି ଆଧାରିତ ସମାଧାନ ପ୍ରଦାନକାରୀ ଆଲାଏଡ୍ ଇଞ୍ଜିନିୟରିଂ ୱାର୍କସ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ କମ୍ପାନି ଇକ୍ୱିଟି ସେୟାର ଜାରି କରି ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି। ଏଥିରେ ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ୭,୫୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ।
୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଆଲାଏଡ୍ ଇଞ୍ଜିନିୟରିଂ ୱାର୍କସ୍‌ର ବାର୍ଷିକ ୭.୨୯ ନିୟୁତ ଶକ୍ତି ମିଟର ଉତ୍ପାଦନ କ୍ଷମତା ରହିଛି ଯାହା ଏହାକୁ ଭାରତର ଶ୍ରେଷ୍ଠ ପାଂଚ ଶକ୍ତି ମିଟର ସମାଧାନ ପ୍ରଦାନକାରୀ ମଧ୍ୟରେ ସ୍ଥାନିତ କରିଛି। ରାଜସ୍ୱ ଦୃଷ୍ଟିରୁ କମ୍ପାନି ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାପକ ସ୍ମାର୍ଟ ଶକ୍ତି ମିଟର ସମାଧାନ ପ୍ରଦାନକାରୀ ଯାହା ୨୦୨୨-୨୩ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦୯.୭୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଏହା ସ୍ମାର୍ଟ ଶକ୍ତି ମିଟର ଉତ୍ପାଦନ ଓ ଯୋଗାଣ କରୁଥିବା ବେଳେ ଯୋଗାଯୋଗ ନେଟୱର୍କ ଓ ଡାଟା ମ୍ୟାନେଜମେଂଟ୍ ପ୍ଲାଟଫର୍ମ ପ୍ରଦାନ କରୁଛି। ଏହି ସମାଧାନଗୁଡ଼ିକ ବିଦ୍ୟୁତ୍ ବ୍ୟବହାରର ବାସ୍ତବ ସମୟ ନିରୀକ୍ଷଣ, ଦୃଶ୍ୟମାନତା ଏବଂ ଉନ୍ନତିକରଣ ପ୍ରଦାନ କରୁଛି। କମ୍ପାନିର ରହିଥିବା ସ୍ମାର୍ଟ ମିଟର ବର୍ଗମାଳାରେ ରହିଛି ଗ୍ରାହକ ସ୍ମାର୍ଟ ମିଟର (ସିଙ୍ଗଲ ଫେଜ୍ ଓ ତିନି ଫେଜ୍ ମିଟର ଏବଂ ଲୋ ଭୋଲଟେଜ୍ କରେଂଟ୍ ଟ୍ରାନ୍ସଫର୍ମର, ହାଇ ଭୋଲଟେଜ୍ କରେଂଟ୍ ଟ୍ରାନ୍ସଫର୍ମର ଗ୍ରାହକ ମିଟର, ଡିଟି ସ୍ମାର୍ଟ ମିଟର, ଫିଡର ଓ ବାଉଣ୍ଡ୍ରି ସ୍ମାଟ ମିଟର। ଏହା ଉଭୟ ଏଏମଆଇଏସପି ଓ ୟୁଟିଲିଟିଗୁଡ଼ିକ ସହ ମିଶି କାମ କରୁଥିବାରୁ ତିନି ଫେଜ୍ କିମ୍ବା ଡିଟି ମିଟର ଆବଶ୍ୟକତାକୁ ପୂରଣ କରିପାରିଛୁ। ଆଲାଏଡ୍ ଇଞ୍ଜିନିୟରିଂ ୱାର୍କସ୍ ପକ୍ଷରୁ ଷ୍ଟାଟିକ୍ ବିଦ୍ୟୁତ୍ ମିଟର, ତାର ଏବଂ କେବୁଲ ମଧ୍ୟ ଉତ୍ପାଦନ କରାଯାଉଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ଆଇଆଇଏଫ୍‌ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍‌।

Related Post