ଆଜିର ଖାସ ଖବର
Sat. Apr 18th, 2026

ଆନ୍ଥେମ ବାୟୋସାଇନସେସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଜୁଲାଇ ୧୪ ସୋମବାର ଖୋଲିବ

By Admin_Dainkasha Jul11,2025

ଭୁବନେଶ୍ୱର: ଆନ୍ଥେମ ବାୟୋସାଇନସେସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଜୁଲାଇ ୧୪ ସୋମବାର ଖୋଲିବ। ଆଙ୍କର ନିବେଶକମାନେ ଏହାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ୨୦୨୫ ଜୁଲାଇ ୧୧, ଶୁକ୍ରବାର ବିଡ ଦାଖଲ କରିପାରିବେ। ଏହି ଇସ୍ୟୁର ବିଡ ଦାଖଲ ୨୦୨୫ ଜୁଲାଇ ୧୬ ବୁଧବାର ବନ୍ଦ ହେବ।
ଏହି ଅଫରରେ କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ ୫୪୦ ଟଙ୍କାରୁ ୫୭୦ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୨୬ଟି ଇକ୍ୱିଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ପରବର୍ତୀ ସମୟରେ ସେଥିରେ ୨୬ଟି ଲେଖାଏଁ ସେୟାର ଯୋଡ଼ିପାରିବେ।
ଏହି ଇସ୍ୟୁର ଅଫର ଫର ସେଲରେ ଅଂଶଧନକାରୀମାନେ ୩୩୯୫ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ଗଣେଶ ସାମ୍ବାଶିବନଙ୍କ ଦ୍ୱାରା ୩୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର, କେ ରବିନ୍ଦ୍ର ଚନ୍ଦ୍ରପାଙ୍କ ଦ୍ୱାରା ୩୫୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର, ଭିରିଡିଟି ଟୋନ ଏଲଏଲପି ଦ୍ୱାରା ୧୩୨୫ କୋଟି ଟଙ୍କାର ଇକ୍ୱିଟି ସେୟାର, ପୋର୍ଟସମାଉଥ ଟେକ୍ନୋଲୋଜିସ ଏଲଏଲସି, ମଳୟ ଜେ ବରୁଆ, ରୁପେଶ ଏନ କିନେକର ଓ ସତୀଶ ଶର୍ମାଙ୍କ ଦ୍ୱାରା ୩୨୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର, ପ୍ରକାଶ କାରିଆବେତନଙ୍କ ଦ୍ୱାରା ୮୦ କୋଟି ଟଙ୍କାର ଇକ୍ୱିଟି ସେୟ।।ର ଏବଂ କେ ରାମକ୍ରିଷ୍ଣନଙ୍କ ଦ୍ୱାରା ୧୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରାଯିବ।
ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ୮୨.୫୦ ନିୟୁତ ଇକ୍ୱିଟି ସେୟାର ସବସ୍କ୍ରିପସନ ପାଇଁ ଉପଲବ୍ଧ ରହିବ। କର୍ମଚାରୀମାନଙ୍କୁ ସେୟାର ପିଛା ୫୦ ଟଙ୍କାର ରିହାତି ପ୍ରଦାନ କରାଯିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ସିଟିଗ୍ରୁପ ଗ୍ଲୋବାଲ ମାର୍କେଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ ସିକ୍ୟୁରିଟିଜ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଲିମିଟେଡରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ। ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।

Related Post