ଆଜିର ଖାସ ଖବର
Mon. Jul 27th, 2026

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏନ୍‌ବିବିଏଲ୍‌ର ଭାରତ କନେକ୍ଟକୁ ବ୍ୟବହାର କରି ଏକ ଫର୍ଚୁନ୍ ୫୦୦ କମ୍ପାନି ପାଇଁ ବି୨ବି କଲେକ୍ସନ ସମାଧାନର ଶୁଭାରମ୍ଭ

By Admin_Dainkasha Apr9,2025

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏନ୍‌ବିବିଏଲ୍‌ର ଭାରତ କନେକ୍ଟକୁ ବ୍ୟବହାର କରି ବି୨ବି କଲେକ୍ସନ ସୁବିଧା ପ୍ରଦାନ କରିବା ଲାଗି ଏକ ଫର୍ଚୁନ୍ ୫୦୦ କମ୍ପାନି ସହିତ ସହଯୋଗିତା ସ୍ଥାପନ କରାଯାଇଛି। ନିଜର ଶ୍ରେଷ୍ଠ ମାନର ଏପିଆଇ ଷ୍ଟାକ୍ ବ୍ୟବହାର କରି ପ୍ରଥମ ବ୍ୟାଙ୍କ ଭାବେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହି ସେବାର ଶୁଭାରମ୍ଭ କରାଯାଇଛି।
ଏହି ସମାଧାନ ଏଫ୍‌ଏମ୍‌ସିଜି, ଫାର୍ମା, ଅଟୋମୋବାଇଲ୍‌, ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ କ୍ଷେତ୍ରର ଏକାଧିକ ବରାଦକୁ ସମନ୍ୱିତ କରି କମ୍ପନିର ପାଇକାରୀ ବିତରକ, ଷ୍ଟକିଷ୍ଟ ଓ ରିଟେଲରମାନଙ୍କ ପାଇଁ କଲେକ୍ସନ ସମାଧାନ ପ୍ରଦାନ କରିପାରିବ। ସେମାନେ ଏହି ଆପ୍ଲିକେସନ୍‌ରେ ସିଧାସଳଖ ଇନଭଏସ୍ ପେମେଂଟ୍ ଆରମ୍ଭ କରିପାରିବେ। ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏନ୍‌ବିବିଏଲ୍‌ର ଭାରତ ବିଲ୍‌ପେ’ ସହ ସହଯୋଗିତାରେ ଏହି ନିରବଚ୍ଛିନ୍ନ, କ୍ଷୀପ୍ର, ବ୍ୟାପକ ଓ ସୁହାଇବା ଭଳି ସମାଧାନ ବିକାଶ କରାଯାଇଛି।
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମୁଖ୍ୟ-ଟ୍ରେଜେରି, ମାର୍କେଟ୍‌ସ ଆଣ୍ଡ୍ ହୋଲ୍‌ସେଲ୍ ବ୍ୟାଙ୍କିଙ୍ଗ ପ୍ରଡକ୍ଟସ୍ ନୀରଜ ଗମ୍ଭୀର କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ଏହାର କ୍ଲାଏଂଟ୍‌ମାନଙ୍କ ପାଇଁ ଡିଜିଟାଲ ପେମେଟ୍ ଓ କଲେକ୍ସନ ସମାଧାନ ଶୁଭାରମ୍ଭ କରିବାରେ ଅଗ୍ରଣୀ ରହିଛି଼। ପ୍ରଥମ ଧରଣର ବି୨ବି କଲେକ୍ସନ ସମାଧାନ ପାଇଁ କର୍ପୋରେଟ୍ ସହିତ ଆମ ସହଯୋଗିତା ଆମର ଶ୍ରେଷ୍ଠ ମାନର ଏପିଆଇ ବ୍ୟାଙ୍କିଙ୍ଗ ଷ୍ଟାକ୍ ପ୍ରତି ପ୍ରମାଣ। ଏହି ଅଭିଯାନ ହେଉଛି ଭାରତର ଡିଜିଟାଲ୍ ଯାତ୍ରାରେ ନବସୃଜନର ଏକ ଉଦାହରଣ ଯାହା ଉଚ୍ଚ ମାନର ଗ୍ରାହକ ସୁବିଧା ଓ ନିରବଚ୍ଛିନ୍ନ ପେମେଂଟ୍ ଅନୁଭୂତିକୁ ସୁନିଶ୍ଚିତ କରିବ।”
ଏନ୍‌ପିସିଆଇ ଭାରତ ବିଲ୍‌ପେ ଲିମିଟେଡ୍ (ଏନ୍‌ବିବିଏଲ୍‌)ର ସିଇଓ ନୁପୂର ଚତୁର୍ବେଦୀ କହିଛନ୍ତି ଯେ, “ବୃହତ ଯୋଗାଣ ଶୃଙ୍ଖଳ ଓ ବିତରର ନେଟ୍‌ୱର୍କର ମାନୁଆଲ ପ୍ରକ୍ରିୟାକୁ ସଂଗଠିତ କରିବା ଲକ୍ଷ୍ୟ ନେଇ ଭାରତ କନେକ୍ଟ ପକ୍ଷରୁ ବିଜନେସ୍ ଟୁ ବିଜନେସ୍ (ବି୨ବି) ଇନ୍‌ଭଏସ୍ ପେମେଂଟ୍ ଓ ଫାଇନାନ୍ସିଂ ପ୍ଲାଟଫର୍ମର ଶୁଭାରମ୍ଭ ସହିତ ଭାରତ କନେକ୍ଟ ଏହାର ପରିସୀମା ବୃଦ୍ଧି କରିଛି। ଆମ ବର୍ଦ୍ଧିତ ସମ।।ନ ପାଇଁ ଆକ୍ସିସ୍ ବ୍ୟାଙ୍କ ପ୍ରମୁଖ ସହଯୋଗୀ ହେବା ଏବଂ ପ୍ରଥମ ବ୍ୟାଙ୍କ ଭାବେ ଲାଇଭ୍ ହୋଇଥିବାରୁ ଆମେ ବହୁତ ଖୁସି। ବ୍ୟାଙ୍କ ସହିତ ଆମର ପୂର୍ବରୁ ଥିବା ସହଯୋଗିତାକୁ ଏହା ଆହୂରି ସୁଦୃଢ଼ କରିବ ଏବଂ ପେମେଂଟ୍ ଓ ସମାଧାନ କ୍ଷେତ୍ରର ଗଣତାନ୍ତ୍ରିକୀକରଣ ପ୍ରତି ଆମ ମିଳିତ ସହଯୋଗିତାକୁ ଏହା ସୁଦୃଢ଼ କରୁଛି।”

Related Post