ଆଜିର ଖାସ ଖବର
Mon. Jul 27th, 2026

୪୨୫ ମେଗାୱାଟ୍ ୟୁପିପିସିଏଲ୍ ହାସଲ ସହ ହିନ୍ଦୁସ୍ତାନ ପାୱାର୍‌ରର ଅକ୍ଷୟ ଶକ୍ତିକୁ ସୁଦୃଢ଼ କରିଛନ୍ତି ରତୁଲ ପୁରୀ

By Admin_Dainkasha Apr9,2025
Ratul Puri Strengthens Hindustan Power’s Renewable Push with 425MWp UPPCL Win

ଭୁବନେଶ୍ୱର: ଉତର ପ୍ରଦେଶ ପାୱାର କର୍ପୋରେସନ୍ ଲିମିଟେଡ୍ (ୟୁପିପିସିଏଲ୍‌) ପକ୍ଷରୁ ଏହାର ୨୦୦୦ ମେଗାୱାଟ୍ ଏସି ଗ୍ରିଡ୍ କନେକ୍ଟେଡ୍ ସୋଲାର୍ ପିଭି ପାୱାର ପ୍ରକ୍ୟୁରମେଂଟ୍ ଅଭିଯାନର ଅଂଶସ୍ୱରୂପ ରତୁଲ ପୁରୀଙ୍କ ହିନ୍ଦୁସ୍ତାନ ପାୱାରକୁ ଏକ ଟାରିଫ ଭିତିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବିଡିଂ ପ୍ରକ୍ରିୟାରେ ୪୨୫ ଏମଡବ୍ଲ୍ୟୁପି ସୌର ପ୍ରକଳ୍ପ ପ୍ରଦାନ କରାଯାଇଛି। ୨୦୨୮ ସୁଦ୍ଧା ୫ ଗିଗାୱାଟ୍ ଅକ୍ଷୟ ଶକ୍ତି ପୋର୍ଟଫୋଲିଓ ପାଇଁ କମ୍ପାନିର ମହତ୍ୱକାଂକ୍ଷୀ ଲକ୍ଷ୍ୟ ସହିତ ଏହା ସମନ୍ୱିତ ରହିଛି।
ଏକ ସ୍ୱଚ୍ଛ ଓ ପ୍ରତିଯୋଗିତାପୂର୍ଣ୍ଣ ଇ-ରିଭର୍ସ ନିଲାମ ପରେ ୟୁପିପିସିଏଲ୍ ପକ୍ଷରୁ ଲେଟର ଅ୍‌ଫ ଆୱାର୍ଡ (ଏଲ୍‌ଓଏ) ଜାରି କରାଯାଇଛି। ଏହି ପ୍ରକଳ୍ପ ଏସଟିୟୁ-ୟୁପି ସବଷ୍ଟେସନ୍ ସହିତ ୟୁପିପିସିଏଲ୍‌କୁ ବିଦ୍ୟୁତ୍ ଯୋଗାଣ କରିବ।
ବିଦ୍ୟୁତ୍ କ୍ରୟ ଚୁକ୍ତି (ପିପିଏ) ଅନୁଯାୟୀ ୟୁପିପିସିଏଲ୍ ଏହି ସୌର ପ୍ରକଳ୍ପକୁ ୨୫ ବର୍ଷ ଅବଧି ପାଇଁ ଏକ ନିର୍ଦ୍ଦିଷ୍ଟ ଟାରିଫ୍‌ରେ ବିଦ୍ୟୁତ୍ ସଂଗ୍ରହ କରିବ। ପିପିଏ ସ୍ୱାକ୍ଷର ହେବାର ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି।
ହିନ୍ଦୁସ୍ତାନ ପାୱାରର ଅଧ୍ୟକ୍ଷ ଶ୍ରୀ ରତୁଲ ପୁରୀ କହିଛନ୍ତି ଯେ, “ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲ ଆଡ଼କୁ ଅଗ୍ରସର ହେବା ସହିତ ୨୦୨୮ ସୁଦ୍ଧା ୫ ଗିଗାୱାଟ୍ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବା ପ୍ରତି ଆମ ପ୍ରତିବଦ୍ଧତାକୁ ଏହି ପ୍ରକଳ୍ପ ଦୋହରାଉଛି। ସ୍ଥାୟୀ ଶକ୍ତି ସମାଧାନ ପାଇଁ ଉତରପ୍ରଦେଶର ବର୍ଦ୍ଧିତ ଚାହିଦା ପ୍ରତି ଯୋଗଦାନ ଦେବା ଏବଂ ଆଉ ଏକ ବିଶ୍ୱସ୍ତରୀୟ ସୌର ପ୍ରକଳ୍ପ ପ୍ରଦାନ କରିବାକୁ ଯାଉଥିବାରୁ ଆମେ ଗର୍ବିତ।’’
ଭାରତୀୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ହିନ୍ଦୁସ୍ତାନ ପାୱାର ଅଗ୍ରଦୂତ ରହିଛି। ଏହି ନୂଆ ୪୨୫ ମେଗାୱାଟ୍ ପି ସୌର ପ୍ରକଳ୍ପ ଦ୍ରୁତ ଅଭିବୃଦ୍ଧିଶୀଳ ସୌର ଶକ୍ତି ପ୍ରକଳ୍ପରେ କମ୍ପାନିର ଉପସ୍ଥିତିକୁ ସୁଦୃଢ଼ କରି ଏକ ସବୁଜ ଭବିଷ୍ୟତ ଆଡ଼କୁ ଦେଶ ହେଉଥିବା ଅଗ୍ରସର ପ୍ରତି ଯୋଗଦାନ ଦେବ।

Related Post