ଆଜିର ଖାସ ଖବର
Sat. May 30th, 2026

ଆକ୍ସିସ୍ ଫାଇନାନ୍ସ ପକ୍ଷରୁ ଇଡବ୍ଲୁଏସ୍ ଓ ଏଲ୍‌ଆଇଜି ଗୃହ ଗ୍ରାହକଙ୍କ ପାଇଁ ଦିଶା ଗୃହ ଋଣର ଶୁଭାରମ୍ଭ

By Admin_Dainkasha Apr30,2025
Axis Finance launches Disha Home Loans for EWS and LIG homebuyers

ଭୁବନେଶ୍ୱର: ଭାରତର ସର୍ବବୃହତ୍ ଦ୍ରୁତ ଅଭିବୃଦ୍ଧିଶୀଳ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଆକ୍ସିସ୍ ଫାଇନାନ୍ସ ଲିମିଟେଡ୍ (ଏଏଫ୍‌ଏଲ୍‌) ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ଆକ୍ସିସ୍ ଫାଇନାନ୍ସ ଦିଶା ଗୃହ ଋଣର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଉତ୍ପାଦର ଲକ୍ଷ୍ୟ ହେଉଛି ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ୍‌) ଓ ନିମ୍ନ ଆୟ ବର୍ଗ (ଏଲ୍‌ଆଇଜି) ବର୍ଗର ଅଭିଳାଷୀ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା।
ଦିଶା ଗୃହ ଋଣର ଲକ୍ଷ୍ୟ ହେଉଛି ବିଭିନ୍ନ ସ୍ଥାନର ସୁହାଇବା ଭଳି ଗୃହ ଋଣ ସମାଧାନ ପ୍ରଦାନ କରିବା ସହିତ ଋଣ ସାରା ଜୀବନଚକ୍ରରେ ଏକ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବା। ଏଥିରେ ଶେଷ୍ଠ ମାନର ପ୍ରତିଭା ଏବଂ ଉନ୍ନତ ବ୍ୟବସ୍ଥା ଜରିଆରେ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ଓ ଦ୍ରୁତ କାର୍ଯ୍ୟକାରୀ କରିବା।
ଏହି ଉତ୍ପାଦ ବିଭିନ୍ନ ପ୍ରକାର ନିଯୁକ୍ତି ଯଥା ଆବାସିକ ଓ ପ୍ରବାସୀ ଭାରତୀୟ ବେତନଭୋଗୀ ଏବଂ ସ୍ୱାବଲମ୍ବୀ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା। ସଂଗଠିତ, ଅର୍ଧ ସଂଗଠିତ ଓ ଅଣ ସଂଗଠିତ ଆୟ କାଗଜପତ୍ର ରଖିଥିବା ବ୍ୟକ୍ତିବିଶେଷ ଓ ଆର୍ଥିକ ସହାୟତା ଚାହୁଥିବା ଲୋକଙ୍କ ଆବଶ୍ୟକତାକୁ ଏହା ପୂରଣ କରିବ। ଏହି ଋଣ କିଣିବା ପାଇଁ ପ୍ରସ୍ତୁତ, ଅର୍ଧ ନିର୍ମିତ, ପୁନଃବିକ୍ରି ସମ୍ପତି, ଜମି ସହ ନିର୍ମାଣ, ନିଜସ୍ୱ ନିର୍ମାଣ, ଗୃହ ମରାମତି ଓ ସମ୍ପ୍ରସାରଣ ମିଳିପାରିବ।
ଆକ୍ସିସ୍ ଫାଇନାନ୍ସର ଏମ୍‌ଡି ଓ ସିଇଓ ସାଇ ଗିରିଧର କହିଛନ୍ତି ଯେ, “ଅକ୍ଷୟ ତୃତୀୟା ଅବସରରେ ଆକ୍ସିସ୍ ଫାଇନାନ୍ସ ଦିଶା ଗୃହ ଋଣର ଶୁଭାରମ୍ଭ ଘର ମାଲିକାନାକୁ ଲୋକଙ୍କ ନିକଟତର କରିବାରେ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆର୍ଥିକ ଅଭାବକୁ ପୂରଣ କରିବା ଏବଂ ଏକ ଘର ମାଲିକାନା ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ଅର୍ଥନୈତିକ ଦୁର୍ବଳ ବର୍ଗର ବକ୍ତିଙ୍କୁ ସଶକ୍ତ କରିବା ହେଉଛି ଏହି ଉତ୍ପାଦର ଲକ୍ଷ୍ୟ। ଏହି ବର୍ଗର ଲୋକମାନଙ୍କ ପାଖରେ ହାଉସିଂ ଫାଇନାନ୍ସ ପହଂଚାଇବାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ନିରନ୍ତର ଉଦ୍ୟମ ଅନୁସାରେ ଦିଶା ଗୃହ ଋଣ ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ବିବିଧ ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାପକ ସମାଧାନ ପ୍ରଦାନ କରିବ।”
ସେ କହିଛନ୍ତି ଯେ, “ଆମ କାର୍ଯ୍ୟରେ ଉତ୍କୃଷ୍ଟ ସେବା ଓ ସ୍ୱଚ୍ଛତା ସହିତ ଗ୍ରାହକମାନେ ଚାହୁଥିବା ସମାଧାନ ପ୍ରଦାନ କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ। ଦେଶର ବିଭିନ୍ନ ବଜାରରେ ପ୍ରବେଶ କରୁଥିବା ବେଳେ ପ୍ରଯୁକ୍ତି ଓ ଡାଟା ସାଇନ୍ସ ହେଉଛି ଆମର ମେରୁଦଣ୍ଡ। ନିରବଚ୍ଛିନ୍ନ ଅନୁଭୂତି ସହିତ ହାଉସିଂ ଫାଇନାନ୍ସ ପହଂଚାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ।”
ପ୍ରଚଳିତ ବ୍ୟବସ୍ଥା, ପ୍ରକ୍ରିୟା, ପ୍ରଯୁକ୍ତି, ପ୍ରତିଭା, ଅଣ୍ଡରରାଇଟିଂ ଦକ୍ଷତା ଓ ଏକ ଦୃଢ଼ ବଂଟନ ବ୍ୟବସ୍ଥା ସହିତ ସିକ୍ୟୁରଡ୍ ବନ୍ଧକ ଉତ୍ପାଦ ଜରିଆରେ ଆକ୍ସିସ୍ ଫାଇନାନ୍ସର ଲମ୍ବା ଓ ସଫଳତା ଉପସ୍ଥିତି ରହିଛି।

Related Post