ଆଜିର ଖାସ ଖବର
Sat. May 30th, 2026

କାନାରା ରୋବେକୋ ଆସେଂଟ୍ ମ୍ୟାନେଜମେଂଟ୍ କମ୍ପାନି ପକ୍ଷରୁ ଆଇପିଓ ପାଇଁ ସେବି ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Apr29,2025
Canara Robeco Asset Management Company Limited files DRHP with SEBI for an IPO

ଭୁବନେଶ୍ୱର: କାନାରା ରୋବେକୋ ଆସେଟ୍ ମ୍ୟାନେଜମେଂଟ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
କମ୍ପାନିର ପ୍ରତିଷ୍ଠାତା ହେଉଛନ୍ତି କାନାରା ବ୍ୟାଙ୍କ ଓ ଓରିକ୍ସ କର୍ପୋରେସନ୍ ୟୁରୋପ ଏନ୍‌ଭି। ଏହି ଅଫରରେ ଅଫର ଫର୍ ସେଲ୍‌ରେ ୪୯,୮୫୪,୩୫୭ ଇକ୍ୱିଟି ସେୟାର ବିକ୍ରି କରାଯିବ। ଏଥିରୁ କାନାରା ବ୍ୟାଙ୍କ ପକ୍ଷରୁ ୨୫,୯୨୪,୨୬୬ ଇକ୍ୱିଟି ସେୟାର ଓ ଓରିକ୍ସ କର୍ପୋରେସନ୍ ୟୁରୋପ ଏନ୍ ଭି ୨୩,୯୩୦,୦୯୧ ଇକ୍ୱିଟି ସେୟାର ବିକ୍ରି କରାଯିବ।
କାନାରା ରେବୋକୋ ଆସେଟ୍ ମ୍ୟାନେଜମେଂଟ୍ କମ୍ପାନି ଲିମିଟେଡ୍‌ର ପ୍ରାଥମିକ କାର୍ଯ୍ୟକଳାପ ହେଉଛି ମ୍ୟୁଚୁଆଲ୍ ଫଣ୍ଡର ପରିାଳନା କରିବା ଏବଂ ଭାରତୀୟ ଇକ୍ୱିଟି ଉପରେ ନିବେଶ ପରାମର୍ଶ ଦେବା। ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଏହା ୧୨ଟି ଇକ୍ୱିଟି ସ୍କିମ୍‌, ୧୦ ଡେବ୍‌ଟ ସ୍କିମ୍ ତିନିଟି ହାଇବ୍ରିଡ୍ ସ୍କିମ୍ ସହିତ ୨୫ଟି ସ୍କିମ୍ ପରିଚାଳନା କରୁଛି ଓ ଏହାର ପରିଚାଳନା ଅଧୀନ ସଂପତି ୧,୦୮୩.୬୬ ବିଲିଅନ ଟଙ୍କା ରହିଛି। କମ୍ପାନିର ସେଲ୍‌ସ ଓ ବିତରଣ ନେଟୱର୍କ ଜରିଆରେ ଏହା ଗ୍ରାହକଙ୍କୁ ନିଜର ଉତ୍ପାଦ ଓ ସେବା ପ୍ରଦାନ କରୁଛି। ଏହାର ନେଟୱର୍କରେ ତୃତୀୟ ପକ୍ଷ ବିତରଣ, ଶାଖା ଓ ଡିଜିଟାଲ ପ୍ଲାଟଫର୍ମ ରହିଛି।
କମ୍ପାନିର ଏଏୟୁଏମ୍ ସିଏଜିଆର୍ ୩୪.୭୫ ପ୍ରତିଶତ ରହିଛି ଯାହା ଶିଳ୍ପର ଅଭିବୃଦ୍ଧି ୧୮.୮ ପ୍ରତିଶତଠାରୁ ଅଧିକ। କମ୍ପାନିର ଇକ୍ୱିଟି ସେୟାରରେ ତୃତୀୟ ସର୍ବାଧିକ ଭାଗ ରହିଛି ଏବଂ ଭାରତରେ ଏହା ଶ୍ରେଷ୍ଠ ୧୦ ଏଏମ୍‌ସି ମଧ୍ୟରେ ରହିଛି। ଇକ୍ୱିଟି କୈନ୍ଦ୍ରୀକ ଏୟୁଏମ୍‌ରେ ଏହାର ସର୍ବାଧିକ ଭାଗ ରହିଛି।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ ଲିମିଟେଡ।

Related Post