ଆଜିର ଖାସ ଖବର
Sat. Apr 18th, 2026

ସିଡିଏସଏଲ୍ ଆଇପିଏଫ୍ ପକ୍ଷରୁ ଭାରତରେ ଆର୍ଥିକ ସାକ୍ଷରତା ବ୍ୟାପକ କରିବା ପାଇଁ ବହୁଭାଷୀ ନିବେଶକ ସଚେତନତା ପ୍ଲାଟଫର୍ମର ଶୁଭାରମ୍ଭ

By Admin_Dainkasha Jul14,2025

ଭୁବନେଶ୍ୱର: ସିଡିଏସଏଲ ଇନଭେଷ୍ଟର ପ୍ରୋଟେକ୍ସନ ଫଣ୍ଡ (ସିଡିଏସଏଲ୍ ଆଇପିଏଫ୍‌) ନିଜର ନୂତନ ନିବେଶକ ସଚେତନତା ପ୍ଲାଟଫର୍ମ ଶୁଭାରମ୍ଭ କରିଛି। ଏହା ୧୨ଟି ଭାଷାରେ ଉପଲବ୍ଧ ହୋଇଥିବା ଏକ ସମ୍ପୂର୍ଣ୍ଣ ଅନଲାଇନ୍ ପ୍ଳାଟଫର୍ମ। ଏହି ୱେବସାଇଟ୍ ପ୍ରତିଭୂତି ବଜାରର ଧାରଣାକୁ ସରଳ କରିବା ଏବଂ ଦାୟିତ୍ୱପୂର୍ଣ୍ଣ ନିବେଶକୁ ଉତ୍ସାହିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ୨୦୨୫ ଜୁଲାଇ ୭ ତାରିଖରେ ସିଡିଏସଏଲ୍ ଏବଂ ଏନଏସଡିଏଲ୍‌ର ନିବେଶକ ଆପ୍‌ରେ ଇ-ଭୋଟିଂ ସିଷ୍ଟମ୍ ଉପରେ ପ୍ରକ୍ସି ଆଡଭାଇଜର ରେକମେଣ୍ଡେସନର ଶୁଭାରମ୍ଭ ଅବସରରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେଙ୍କ ଦ୍ୱାରା ତାହା ଉନ୍ମୋଚିତ ହୋଇଥିଲା।
ସିଡିଏସଏଲ୍ ଆଇପିଏଫ୍ ୱେବସାଇଟ୍‌ର ଶୁଭାରମ୍ଭ ଆର୍ôଥକ ସାକ୍ଷରତା ବୃଦ୍ଧି ଏବଂ ଅଧିକ ନିବେଶକ ଅଂଶଗ୍ରହଣକୁ ଉତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ସମ୍ଭାବ୍ୟ ନିବେଶକଙ୍କଠାରୁ ଆରମ୍ଭ କରି ପ୍ରଥମ ଥର ପାଇଁ ଅଂଶଗ୍ରହଣକାରୀଙ୍କ ପର୍ଯ୍ୟନ୍ତ ବରଂ ସହରଠାରୁ ଗ୍ରାମାଚଂଳ ପର୍ଯ୍ୟନ୍ତ ଏହା ସମସ୍ତ ନିବେଶକ ବର୍ଗଙ୍କୁ ସେବା ପ୍ରଦାନ କରିବ।
ଆଜିର ନିବେଶକଙ୍କ ବିକଶିତ ଆବଶ୍ୟକତାକୁ ଚିହ୍ନଟ କରି ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ଫର୍ମାଟ୍ ଅନୁସନ୍ଧାନ କରିପାରିବେ ଯଥା କ୍ଲିଷ୍ଟ ଶବ୍ଦ ମୁକ୍ତ ପ୍ରବନ୍ଧ, ଲିଷ୍ଟିକଲ ଏବଂ ଇନଫୋଗ୍ରାଫିକ୍‌।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ଲାଟଫର୍ମ୍ ୧୨ଟି ଭିନ୍ନ ଭାଷା ଯଥା ଇଂରାଜୀ, ହିନ୍ଦୀ, ଆସାମୀ, ବାଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ, ମାଲୟାଲମ, ତାମିଲ, ତେଲୁଗୁ, ଓଡିଆ, ଏବଂ ପଞ୍ଜାବୀାରେ ଏକ ସମୃଦ୍ଧ ଓ ବିବିଧ ବିଷୟବସ୍ତୁ ଅନୁଭୂତି ପ୍ରଦାନ କରିବ ଯାହାକି ବିଭିନ୍ନ ଭାଷାଭାଷୀ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତୀକରଣ ଏବଂ ଯୋଗଦାନ ନିଶ୍ଚିତ କରିବ।
ଏହି ଅବସରରେ ସିଡିଏସଏଲ ଆଇପିଏଫ୍ ସେକ୍ରେଟାରିଏଟ୍‌ର ଶ୍ରୀ ସୁଧୀଶ ପିଲ୍ଲାଇ କହିଛନ୍ତି ଯେ, “ଆମେ ବିଶ୍ୱାସ କରୁ ଯେ ବାସ୍ତବ ଆର୍ôଥକ ଅନ୍ତର୍ଭୁକ୍ତୀକରଣ କେବଳ ଜାଣିବାର ବିଷୟ ନୁହେଁ, ଏହା ଜ୍ଞାନ ମାଧ୍ୟମରେ ସଶକ୍ତିକରଣ। ଏହି ପ୍ରୟାସ ନିବେଶକମାନଙ୍କ ଆତ୍ମବିଶ୍ୱାସକୁ ଦୃଢ, ସୂଚିତ ନିଷ୍ପତିି ନେବାକୁ ଉତ୍ସାହିତ ଏବଂ ଆତ୍ମନିର୍ଭରଶୀଳ ନିବେଶକଙ୍କ ଗଠନର ଦୃଷ୍ଟିକୁ ସମର୍ଥନ କରୁଛି।”
ଏହି ପ୍ଲାଟଫର୍ମ ମାଗଣାରେ ଉପଲବ୍ଧ ଏବଂ ନୂତନ ବିଷୟବସ୍ତୁ ଏବଂ ଅନ୍ତର୍ଦୃଷ୍ଟି ସହିତ ନିୟମିତ ଅପ୍‌ଡେଟ୍ ହେବ । ନିବେଶକମାନେ www.cdslipf.com ରେ ପରିଦର୍ଶନ କରି ଏହି ସମ୍ବଳ ଅନୁସନ୍ଧାନ କରିପାରିବେ ।

Related Post