ଆଜିର ଖାସ ଖବର
Sat. Apr 18th, 2026

ଆଇନକ୍ସ କ୍ଲିନ୍ ଏନର୍ଜି ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ, ୬,୦୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ

By Admin_Dainkasha Jul14,2025

ଭୁବନେଶ୍ୱର: ଆଇନକ୍ସ କ୍ଲିନ୍ ଏନର୍ଜି ଲିମିଟେଡ୍ ପକ୍ଷରୁ ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୬,୦୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ୧୦ ପ୍ରତି ଇକ୍ୱିଟି ପ୍ରତ୍ୟାହାର କରିବା ପ୍ରସ୍ତାବ ଦେଇଛି ଏବଂ ଏହାର ବଜାର ପୁଞ୍ଜି ୫୦,୦୦୦ କୋଟି ଟଙ୍କା ହେବା ନେଇ ଲକ୍ଷ୍ୟ ରଖିଛି।
୧୨ ବିଲିୟନ୍ ଡଲାରର ଆଇନକ୍ସ ଜିଏଫ୍‌ଏଲ୍ ଗ୍ରୁପ୍‌ର ଅଂଶ ଆଇନକ୍ସ କ୍ଲିନ୍ ଏନର୍ଜି ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ ଏହା ସେବି ଓ ଷ୍ଟକ୍ ଏକ୍ସଚେଞ୍ଜରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ ଦାଖଲ କରିଛି।
ଏହି ଅଫରର ଅଧିକାଂଶ ଭାଗ ନୂଆ ସେୟାର ହେବ ଏବଂ ଏଥିରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ସୋଲାର ଓ ସ୍ୱାଧୀନ ବିଦ୍ୟୁତ ଉତ୍ପାଦନକାରୀ (ଆଇପିପି) ପାଇଁ ନୂଆ ବ୍ୟବସ୍ଥା ସ୍ଥାପନ କରିବାରେ ବିନିଯୋଗ କରାଯିବ।
ଆଇନକ୍ସ କ୍ଲିନ୍ ଏନର୍ଜି ଲିମିଟେଡ୍ ଲିମିଟେଡ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶ ଓ ପରିଚାଳନା କରୁଥିବା ସହିତ ଏହାର ସହାୟକ ସଂସ୍ଥା ଆଇନକ୍ସ ନିଓ ଏନର୍ଜିସ୍ ଓ ଆଇନକ୍ସ ସୋଲାର୍ ଜରିଆରେ ସୋଲାର ସେଲ୍ ଓ ମଡ୍ୟୁଲ୍ ଉତ୍ପାଦନ କରୁଛି।
ବର୍ତମାନ ଆଇନକ୍ସ କ୍ଲିନ୍ ଏନଜିର ମୋଟ ପରିଚାଳନା କ୍ଷମତା ୧୫୭ ମେଗାୱାଟ୍ ରହିଥିବା ବେଳେ ସେଥିରୁ ୧୦୭ ମେଗାୱାଟ୍ ପବନ ଶକ୍ତି ଓ ୫୦ ମେଗାୱାଟ୍ ସୌର ଶକ୍ତି ରହିଛି। ଏଥି ସହିତ ୪୦୦ ମେଗାୱାଟ୍ ନିର୍ମାଣାଧୀନ ରହଥିବା ବେଳେ ସେଥିରୁ ୩୫୦ ମେଗାୱାଟ୍ ହାଇବ୍ରିଡ୍ ଓ୫୦ ମେଗାୱାଟ୍ ସୋଲାର୍ ପ୍ରକଳ୍ପ ରହିଛି। କମ୍ପାନିର ୨.୨ ଗିଗାୱାଟ୍‌ର ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି ବୋଲି କେୟାର୍‌ଏଜ୍ ରିପୋର୍ଟରୁ ଜଣାପଡ଼ିଛି।
ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ୍‌, ମୋତିଲାଲ ଓସ୍ୱାଲ୍‌, ନୁଭାମା, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଓ ଆଇସିଆଇସିଆଇ ସିକ୍ୟୁରିଟିଜ୍‌।

Related Post