ଆଜିର ଖାସ ଖବର
Sat. May 30th, 2026

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁମାଙ୍କଡ଼ିଆ ବସ୍ତିରେ ନୂଆବର୍ଷ ପାଳିତ

By Admin_Dainkasha Jan3,2025

କାଳିଆପାଣି, ୦୨/୦୧: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ସୁକିନ୍ଦାର କଲରଙ୍ଗିଅତାରେ ଥିବା ମାଙ୍କଡ଼ିଆ ବସ୍ତିରେ ନୂଆବର୍ଷ ପାଳନ କରାଯାଇଛି। ଏଥିରେ ମାଙ୍କଡ଼ିଆ ବସ୍ତିର ୧୦୦ପିଲାଙ୍କ ସମେତ ପାଖାପାଖି ୨୦୦ ଲୋକ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ଫେରୋ ଆଲଏଜ୍ ଓ ମିନେରାଲସ୍ ଡିଭିଜନ (ଏଫ୍ଏଏମଡି)ର ଏକ୍ଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା, ଏଫ୍ଏଏମଡି ଖଣି ମୁଖ୍ୟ ଶମ୍ଭୁନାଥ ଝା, ଏଫ୍ଏଏମଡି ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାରଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।
ସ୍ଥାନୀୟ ପରମ୍ପରା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ସମ୍ମାନ ଜଣାଇ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇ ନୂଆ ବର୍ଷକୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ କେକ୍ କାଟିବା କାର୍ଯ୍ୟକ୍ରମ ମଧ୍ଯ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ଥାନୀୟ ଆଦିବାସୀ ଗୋଷ୍ଠୀର ବହୁ ବୟସ୍କ ଓ ଯୁବ ସଦସ୍ୟ ସାମିଲ ହୋଇଥିଲେ।
ନିଜ ଅଭିଭାଷଣରେ ଶ୍ରୀ ପଙ୍କଜ ସତିଜା କହିଥିଲେ ଯେ, “ଆମ ସଂସ୍କୃତି, ଆମ ପରମ୍ପରା ହେଉଛି ଆମର ସମ୍ବଳ ଏବଂ ଏକ ଉଜ୍ୱଳ ଭବିଷ୍ୟତ ପାଇଁ ଆଧୁନିକ ସୁଯୋଗକୁ ଗ୍ରହଣ କରିବା ସହ ସେହି ପରମ୍ପରାକୁ ବଜାୟ ରଖିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଉଛି।’’

Related Post