ଆଜିର ଖାସ ଖବର
Thu. Apr 16th, 2026

ଦୀର୍ଘସ୍ଥାୟୀତା କ୍ଷେତ୍ରରେ ଆଉ ପାଦେ : ଟାଟା ଷ୍ଟିଲ୍‌ର ଏଫ୍‌ଏଏମ୍‌ଡି କର୍ମଚାରୀ ପରିବହନ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି ସେବା ଆରମ୍ଭ

By Admin_Dainkasha Aug20,2025

ଏହାର ଉଦ୍ଦେଶ୍ୟ କାର୍ବନ ଫୁଟପ୍ରିଣ୍ଟ୍ ହ୍ରାସ ଏବଂ ସ୍ବଚ୍ଛ ମୋବିଲିଟିକୁ ପ୍ରୋତ୍ସାହନ


ବ୍ରାହ୍ମଣୀପାଳ, ଅଗଷ୍ଟ ୨୦, ୨୦୨୫: ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ୍ (ଏଫ୍‌ଏଏମ୍‌ଡି) ବ୍ରାହ୍ମଣୀପାଳ ସ୍ଥିତ ଫେରୋ ଆଲଏଜ ପ୍ଲାଣ୍ଟ୍ (ଏଫ୍‌ଏପି) ରେ କର୍ମଚାରୀ ପରିବହନ ପାଇଁ ଏକ ଇଲେକ୍ଟ୍ରିକ୍ ଯାନ (ଇଭି) ଆରମ୍ଭ କରି ନିଜର ଦୀର୍ଘସ୍ଥାୟୀତା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ଉଦ୍ୟମ ଏକ ସବୁଜ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ନୂତନ ଭାବେ ଆରମ୍ଭ ହୋଇଥିବା ଇଲେକ୍ଟ୍ରିକ୍ ଯାନ ପ୍ଲାଣ୍ଟ୍ ଭିତରେ ଏବଂ ବାହାରେ କର୍ମଚାରୀମାନଙ୍କୁ ପରିବେଶ ଉପଯୋଗୀ ଯାତାୟତ ସୁବିଧା ପ୍ରଦାନ କରିବ, ଯାହାଦ୍ୱାରା କାର୍ବନ ନିର୍ଗମନ ହ୍ରାସ ପାଇବ । ଶୂନ୍ୟ ଧୂଆଁ ନିର୍ଗମନ ସହିତ, ଇଭି ନା କେବଳ ପ୍ଲାଣ୍ଟ୍‌ର କାର୍ବନ ଫୁଟପ୍ରିଣ୍ଟ୍ ହ୍ରାସ କରିବ ବରଂ କାର୍ଯ୍ୟସ୍ଥଳର ସ୍ୱାସ୍ଥ୍ୟକର ପରିବେଶକୁ ମଧ୍ୟ ପ୍ରୋତ୍ସାହନ କରିବ।

ଏହି ସେବାର ଶୁଭାରମ୍ଭ କରିବା ଅବସରରେ ଏଫ୍‌ଏଏମ୍‌ଡିର ଏକ୍ସିକ୍ୟୁଟିଭ୍-ଇନ୍-ଚାର୍ଜ୍ ପଙ୍କଜ ସତିଜା କହିଛନ୍ତିଯେ, “ପ୍ରତ୍ୟେକ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ତିନୋଟି ସ୍କୋପ୍ – ସ୍କୋପ୍ ୧, ସ୍କୋପ୍ ୨ ଏବଂ ସ୍କୋପ୍ ୩ ରେ ପଦକ୍ଷେପ ନେଉଛୁ । ଇଲେକ୍ଟ୍ରିକ୍ ମୋବିଲିଟି ପରିଚୟ ମଧ୍ୟ ସେହି ପ୍ରୟାସର ଅଂଶ, ଯାହା ଶିଳ୍ପକୁ ସ୍ୱଚ୍ଛ ଶକ୍ତି ବିକଳ୍ପ ଗ୍ରହଣ କରିବା ସହିତ ମାନବ ଓ ପୃଥିବୀର ଯତ୍ନ ନେବା ପାଇଁ ପ୍ରେରଣା ଯୋଗାଇବ ।”

ଏହି ପଦକ୍ଷେପ ଦ୍ଵାରା ୨୦୪୫ ମସିହା ସୁଦ୍ଧା କମ୍ପାନୀର ଶୂନ୍ୟ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ଦିଗରେ ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ୍ ଭିତରେ ଚାଲୁଥିବା ଅନ୍ୟାନ୍ୟ ସବୁଜ ପ୍ରୟାସ, ଯେପରିକି ଅକ୍ଷୟ ଶକ୍ତି ସଂଯୋଗ, ବର୍ଜ୍ୟବସ୍ତୁ ଉପଯୋଗିତା, ଏବଂ ଜୈବି ବିବିଧତା ସୁରକ୍ଷା ସହଯୋଗୀ ହେବ ।

ଏଠାରେ ଉଲ୍ଲେଖ ଥାଉ ଯେ, ଏଫ୍‌ଏଏମ୍‌ଡି ପୂର୍ବରୁ ନିଜର ଏଫ୍‌ଏପି ଯାଜପୁରରେ ଫେରୋ କ୍ରୋମ୍ ଏବଂ ରିଡକ୍ଟାଣ୍ଟ ପରିବହନ ପାଇଁ ଇଭି ଟ୍ରକ୍‌ର ପରୀକ୍ଷଣ କରିଥିଲା। ଏହା ମଧ୍ୟ ଭାଇଜାଗରେ ଭିପିଏଲ କଣ୍ଟେନର ଫ୍ରେଟ୍ ଷ୍ଟେସନରେ ଏହାର ଫେରୋ କ୍ରୋମ୍ ରପ୍ତାନି କାର୍ଯ୍ୟପାଇଁ ଇଲେକ୍ଟ୍ରିକ୍ ଫର୍କଲିଫ୍ଟ୍ ବ୍ୟବହାର କରୁଛି ।

ଆଠଗଡ଼ରେ ଥିବା ଏହାର ଏଫ୍‌ଏପିରେ ୱେଷ୍ଟ ହିଟ୍ ରିକଭରୀ (ଡବ୍ଲୁଏଚଆର) ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବା ପାଇଁ କମଫିଟ୍ ଏନର୍ସାଭ୍ ପ୍ରାଇଭେଟ୍ ଲିମିଟେଡ୍ (ହିଟ୍ ଏବଂ ଏନର୍ଜି ରିକଭେରି ସଲ୍ୟୁସନ୍ ପ୍ରୋଭାଇଡର) ଓ ୟନ୍ତ୍ର ହାରଭେଷ୍ଟ୍ (ପ୍ରମୁଖ ଏନର୍ଜି ସେଭିଂ ସଲୁସନ୍ କମ୍ପାନୀ) ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହା ଯାଜପୁରସ୍ଥିତ ଫେରୋ ଆଲଏଜ ପ୍ଲାଣ୍ଟରେ ଫର୍ନେସ୍ ତେଲକୁ ହଟାଇ ପାଇପଡ ନ୍ୟାଚୁରାଲ୍ ଗ୍ୟାସ୍ (ପିଏନଜି) କୁ ଆପଣାଇଛି ।

Related Post