ଆଜିର ଖାସ ଖବର
Sat. May 30th, 2026

ଆଲକେମ ଲାଇଫସାଇନ୍ସ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha Mar19,2025
ALLCHEM LIFESCIENCE LIMITED FILES DRHP WITH SEBI

ଭୁବନେଶ୍ୱର: ଭାରତର ଅଗ୍ରଣୀ ଔଷଧ ଉପାଦାନ ନିର୍ମାତା ଆଲକେମ ଲାଇଫସାଇନ୍ସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
କମ୍ପାନି ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଜାରି କରିବ, ଯେଉଁଥିରେ ୧୯୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଂଶଧନକାରୀମାନେ ଅଫର ଫର ସେଲରେ ୭,୧୫୫,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ। ଅଫର ଫର ସେଲରେ କାନ୍ତିଲାଲ ରମଣଲାଲ ପଟେଲ ୩,୫୭୭,୫୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ ମନିଷା ବିପିନ ପଟେଲ ୩,୫୭୭,୫୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧୩୦ କୋଟି ଟଙ୍କାକୁ କମ୍ପାନି ହାସଲ କରିଥିବା କେତେକ ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବାରେ ଏବଂ କମ୍ପାନିର ବ୍ୟବସାୟ ଆବଶ୍ୟକତା ପୂରଣ କରିବା ଲାଗି ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବ।
୨୦୧୭ରେ ସ୍ଥାପନ ହୋଇଥିବା ଆଲକେମ ଲାଇଫସାଇନ୍ସ ଲିମିଟେଡ ହେଉଛି ଏକ ଭାରତୀୟ ସକ୍ରିୟ ଫାର୍ମା ଉପାଦାନ ନିର୍ମାତା। କଂପାନି ପ୍ରମୁଖ ପ୍ରାରମ୍ଭିକ ଉପକରଣ, ଜେନେରିକ ଏପିଆଇ ଏବଂ ସ୍ପେସିଆଲିଟି ରସାୟନ ଉତ୍ପାଦନ କରୁଛି। କ୍ୱେଟିଆପାଇନ ଭଳି ଏପିଆଇ ପ୍ରସ୍ତୁତ କରିବାର ଗୁରୁତ୍ୱପୂର୍ଣ୍ଣ କଂଚାମାଲ ପିପେରାଜାଇନ ଡେରିଭେଟିଭକୁ କମ୍ପାନି ଉତ୍ପାଦନ କରୁଛି। କେୟାର ରିପୋର୍ଟ ଅନୁଯାୟୀ ୨୦୨୪ ଡିସେମ୍ବର ସୁଦ୍ଧା କମ୍ପାନିର ପ୍ରତିକ୍ରିୟା ଭଲ୍ୟୁମ ୧୧୩୪ କେଏଲ ଏବଂ ହାଇଡ୍ରୋଜେନେରେସନ କ୍ଷମତା ୬୦ କେଏଲ ରହିଛି।
କିଛି ବର୍ଷ ମଧ୍ୟରେ ଆଲକେମ ଲାଇଫସାଇନ୍ସ ୨୬୩ ପ୍ରକାର ଉତ୍ପାଦ ବିକାଶ କରୁଛି ଯାହା ଅର୍ଗାନିକ ରସାୟନ ଉପାଦାନ ଉତ୍ପାଦନ କରିବା ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆଲକେମ ଲାଇଫସାଇନ୍ସ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି। ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଭାରତର ୧୩ଟି ରାଜ୍ୟ ଏବଂ ବିଶ୍ୱର ୨୨ଟି ଦେଶରେ ଏହା ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ୨୦୨୩-୨୪ ସୁଦ୍ଧା ଏହାର ଭାରତରେ ୧୪୮ ଏବଂ ବିଶ୍ୱରେ ୬୬ ଗ୍ରାହକ ରହିଛି।
ଗୁଜରାଟର ଭଦୋଦରାରେ ଥିବା ମଞ୍ଜୁସାରରେ କମ୍ପାନିର କାରଖାନା ରହିଛି, ଯେଉଁଠାରେ ମୋଟ ଉତ୍ପାଦନ କ୍ଷମତା ୧,୧୩୩.୫୦ କେଏଲ ରହିଛି। ୨୦୨୧-୨୨ ଓ ୨୦୨୩-୨୪ରେ କମ୍ପାନି ଚକ୍ରବୃଦ୍ଧି ହାରରେ ୧୨.୭୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ୨୦୨୪ ସେପ୍େଟମ୍ବର ୩୦ ସୁଦ୍ଧା ଶେଷ ୬ ମାସରେ କଂପାନିର ୭୮୪.୪୮ ନିୟୁତ ଟଙ୍କା ରହିଛି। ଏହାର ଟିକସ ପରବର୍ତୀ ଲାଭ ୨୮.୬୫ ପ୍ରତିଶତ ବୃଦ୍ଧି ପାଇଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ଏମକେ ଗ୍ଲୋବାଲ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ।

Related Post