ଆଜିର ଖାସ ଖବର
Sat. May 30th, 2026

ଏସ୍‌ବିଆଇ ଲାଇଫ୍ ପକ୍ଷରୁ “ଏସ୍‌ବିଆଇ ଲାଇଫ୍ ସ୍ମାର୍ଟ ସିଲ୍ଡ ପ୍ଲସ୍‌”ର ଶୁଭାରମ୍ଭ

By Admin_Dainkasha Aug13,2025
SBI Life launches ‘SBI Life - Smart Shield Plus’, a future-ready term insurance plan designed for consumer’s evolving insurance needs
SBI Life launches ‘SBI Life - Smart Shield Plus’, a future-ready term insurance plan designed for consumer’s evolving insurance needs

ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଘରୋଈ ଜୀବନ ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏହାର ସଦ୍ୟତମ ସୁରକ୍ଷା ଉତ୍ପାଦ “ଏସ୍‌ବିଆଇ ଲାଇଫ୍‌-ସ୍ମାର୍ଟ ସିଲ୍ଡ ପ୍ଲ୍‌” ଶୁଭାରମ୍ଭ କରାଯାଇଛି। ଏହା ହେଉଛି ଏକ ବ୍ୟକ୍ତିଗତ, ଅଣ ଲିଙ୍କ୍‌ଡ, ଅଣ ପାର୍ଟିସିପେଟିଂ ରିସ୍କ ଜୀବନ ବୀମା ଉତ୍ପାଦ ଯାହାକ ଆଜିର ଗ୍ରାହକମାନଙ୍କ ସୁରକ୍ଷା ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ କରାଯାଇଛି। ଏସବିଆଇ ଲାଇଫ୍‌-ସ୍ମାର୍ଟ ସିଲ୍ଡ ପ୍ଲ୍ ହେଉଛି ଏକ ନମନୀୟ ଓ ବ୍ୟାପକ ମିଆଦୀ ବୀମା ଯୋଜନା ଯାହା ଲୋକଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟର ବର୍ଦ୍ଧିତ ଦାୟିତ୍ୱ ପୂରଣ କରିବାରେ ସହଜରେ ଯୋଡ଼ି ହୋଇପାରିବ।

‘ଏସବିଆଇ ଲାଇଫ-ସ୍ମାର୍ଟ ସିଲ୍ଡ ପ୍ଲସ୍ ପ୍ଲାନ୍‌’କୁ ବହୁତ ବିଚାର କରି ପ୍ରସ୍ତୁତ କରାଯାଇଛି ଯାହା ଦୀର୍ଘକାଳୀନ ସୁରକ୍ଷା ଯୋଜନାକୁ ଅର୍ଥପୂଣ୍ଣ କରିପାରିବ। ଏଥିରେ ଲେବଲ୍ କଭର, ଇନକ୍ରିଜିଂ କଭର ଓ ଫ୍ୟୁଚର୍ ପ୍ରୁଫ୍ ବେନିଫିଟ୍ ସହ ଲେବଲ୍ କଭର୍ ଭଳି ତିନି ପ୍ରକାର ବିକଳ୍ପ ରହିଛି ଯାହା ଲୋକମାନଙ୍କୁ ସେମାନଙ୍କ ଆର୍ଥିକ ଓ ବ୍ୟକ୍ତିଗତ ଯାତ୍ରାରେ ଜୀବନ ବୀମା ସୁରକ୍ଷାକୁ ସମନ୍ୱିତ କରିବାରେ ସକ୍ଷମ କରିବ। ଇନକ୍ରିଜିଂ କଭର ବେନିଫିଟ୍‌ରେ ବାର୍ଷିକ ବୀମା ରାଶି ୫% ବଢ଼ି ସର୍ବାଧିକ ୨୦୦% ପର୍ଯ୍ୟନ୍ତ ବଢ଼ିପାରିବ। ଲେବଲ୍ ସହିତ ଫ୍ୟୁଚର୍ ପ୍ରୁଫିଂ ବେନିଫିଟ୍ ବିକଳ୍ପରେ ପଲିସିଧାରକ ସେମାନଙ୍କ ବୀମା ରାଶିକୁ ବିବାହ, ପିଲା ଜନ୍ମ କିମ୍ବା ଘର କଣିବା ଆଦି ଘଟଣାରେ ବଢ଼ାଇପାରିବେ। ଏହି ଉତ୍ପାଦରେ ମୃତ୍ୟୁକାଳୀନ ସୁବିଧା ପେମେଂଟ୍ ପ୍ରଦାନ ବିକଳ୍ପ ରହିଛି ଯାହାକୁ ଏକକାଳୀନ କିମ୍ବା କିସ୍ତିରେ ଦିଆଯାଇପାରିବ।

ଏଥିରେ ବେଟର ହାଫ୍ ବେନିଫିଟ୍ ବି ରହିଛି ଯାହା ଦମ୍ପତିଙ୍କ ମଧ୍ୟରୁ ବଂଚି ରହିଥିବା ପକ୍ଷଙ୍କୁ ଅତିରିକ୍ତ ବୀମା ରାଶି ଭାବେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିମ୍ବା ବୀମା ଧାରକ ଚୟନ କରିଥିବା ବୀମା ରାଶିର ୫୦% ମିଳିପାରିବ ଯାହା ଫଳରେ ଜଣକ ମୃତ୍ୟୁ ପରେ ଅନ୍ୟ ଜଣକ ଆର୍ଥିକ ସୁରକ୍ଷା ନିଶ୍ଚିତ ହୋଇପାରିବ। ମୃତ୍ୟୁକାଳୀନ ଲାଭରେ ତାଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଆଉ ପ୍ରିମିୟମ୍ ଦେବାକୁ ପଡ଼ିବ ନାହିଁ। ଏହି ଉତ୍ପାଦରେ ଦୁର୍ଘଟଣା ଜନିତ ସୁବିଧା ରାଇଡର୍ ରହିଛି।

ଏ ସମ୍ପର୍କରେ ଏସବିଆଇ ଲାଇଫ ଇନ୍‌ସ୍ୟୁରାନ୍ସର ସଭାପତି ଓ ଚିଫ୍ ଡିଷ୍ଟ୍ରିବ୍ୟୁସନ୍ ଅଫିସର ଶ୍ରୀ ଏମ୍ ଆନନ୍ଦ କହିଛନ୍ତି ଯେ, “ଆର୍ଥିକ ଯୋଜନା ଓ ସୁରକ୍ଷାକୁ ନେଇ ବଢ଼ୁଥିବା ସଚେତନତା ପାଇଁ ଆମ ଦେଶରେ ଉଲ୍ଲେଖନୀୟ ଅର୍ଥନୈତିକ ପରିବର୍ତନ ଦେଖିବାକୁ ମିଳୁଛି। ଲୋକମାନଙ୍କ ବ୍ୟକ୍ତିଗତ ଦାୟିତ୍ୱ ବଢ଼ୁଥିବା ବେଳେ ସେମାନେ ଏଭଳି ବୀମା ସମାଧାନ ଚାହୁଛନ୍ତି ଯାହା ଉଭୟ ବ୍ୟାପକ ଓ ଗ୍ରହଣୀୟ ହୋଇଥିବ। ତାହାକୁ ନଜରରେ ରଖଇ ଏସବିଆଇ ଲାଇଫ-ସ୍ମାର୍ଟ ସିଲ୍ଡ ପ୍ଲସ୍‌କୁ ଚିନ୍ତାଶୀଳ ଭାବେ ସେହି ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଛି। ମାଇଲଖୁଂଟ ଆଧାରିତ ଉନ୍ନତି ଓ ଜୀବନର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଲାଗି ସୁବିଧା ପ୍ରଦାନ କରି ଏହା ପାରମ୍ପରିକ ବୀମା ଉତ୍ପାଦଠାରୁ ଭିନ୍ନ ହୋଇଥିବା ବେଳେ ଲୋକମାନଙ୍କୁ ପ୍ରତ୍ୟକ୍ଷ, ସୂଚନା ଆଧାରିତ ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ପ୍ରଦାନ କରିବାରେ ସଶକ୍ତ କରିବ। ଏସବିଆଇ ଲାଇଫରେ ଆମେ ଲୋକମାନଙ୍କୁ ସ୍ୱାଧୀନତା ଦେବାକୁ ଚାହୁଛୁ ଯାହାକୁ ସେ ପ୍ରକୃତରେ ଗୁରୁତ୍ୱ ଦିଅନ୍ତି। ତାହା ହେଉଛି ସେମାନଙ୍କ ଅଭିଳାଷ ଓ ସେମାନଙ୍କ ପରିବାର ଏବଂ ତାଙ୍କୁ ସେହି ବିଶ୍ୱାସ ଦେବାକୁ ଚାହୁଛୁ ଯେ ସେମାନଙ୍କ ଆର୍ଥିକ ସୁରକ୍ଷାର ଦେଖାଶୁଣା କରାଯିବ। ଏହି ଉତ୍ପାଦ ଜରିଆରେ ଆମେ କେବଳ ସୁରକ୍ଷା ନୁହେଁ ବରଂ ଗ୍ରାହକଙ୍କ ଆର୍ଥିକ ଯାତ୍ରାକୁ ସକ୍ଷମ କରି ସେମାନଙ୍କୁ ଆଜି ମୁକ୍ତ ଭାବେ ଜୀବନ ଅତିବାହିତ କରି ଆସନ୍ତାକାଲି ପାଇଁ ପ୍ରସ୍ତୁତ ରହିବାରେ ସହାୟକ ହେଉଛୁ।”

ଏହି ଉତ୍ପାଦ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ଉପଲବ୍ଧ।

Related Post